ଚୂଡ଼ାନ୍ତ ଭୋଟର୍ ତାଲିକା ପ୍ରକାଶ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ, ସାମିଲ ହେଲେ ୫ ଲକ୍ଷ ନୂଆ ଭୋଟର୍

Published By : Prameya-News7 Bureau | January 22, 2019 IST

ଭୁବନେଶ୍ବର ୨୨/୧: ସାଧାରଣ ନିର୍ବାଚନ ପାଇଁ ଜୋରଦାର ହେଲାଣି ପ୍ରସ୍ତୁତି । ରାଜ୍ୟରେ କିଭଳି ଅବାଧ ଓ ନିରପେକ୍ଷ ନିର୍ବାଚନ ହେବ, ଏଥି ପାଇଁ ଓଡିଶା କେତେ ପ୍ରସ୍ତୁତ , ସେନେଇ ରାଜ୍ୟ ପଦାଧିକାରୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନ । ସେପଟେ ଚୂଡ଼ାନ୍ତ ଭୋଟର୍ ତାଲିକା ପ୍ରକାଶ ପାଇଛି । ଏଥର ମୋଟ ୩ କୋଟି ୧୮ ଲକ୍ଷ ୭୮୭ ଜଣ ଭୋଟର୍ ସେମାନଙ୍କ ମତଦାନ କରିବେ । ତେବେ ୫ ଲକ୍ଷ ୪୫ ହଜାର ୪୦୧ ନୂଆ ଭୋଟରଙ୍କ ଉପରେ ସବୁ ଦଳର ରହିବ ନଜର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.