ଆଗକୁ ୪ଟି ରାଜ୍ୟର ବିଧାନସଭା ନିର୍ବାଚନ: ସୋସିଆଲ ସାଇଟ୍‌ଗୁଡିକୁ ଚିଠି ଲେଖିଲେ ମୁଖ୍ୟ ନିର୍ବାଚନ ଅଧିକାରୀ,

Published By : Prameya-News7 Bureau | September 10, 2019 IST

ନୂଆଦିଲ୍ଲୀ୧୦|୯: ଚାରୋଟି ରାଜ୍ୟରେ ଆଉ କିଛି ମାସ ପରେ  ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନରେ ସୋସିଆଲ ମିଡିଆର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥାଏ। ନିର୍ବାଚନ ବେଳେ କୋଡ୍‌ ଅଫ୍‌ ଏଥିକ୍ସକୁ ପାଳନ କରିବା ପାଇଁ ସୋସିଆଲ ମିଡିଆର ସାଇଟ୍‌ ଗୁଡିକୁ ମୁଖ୍ୟ ନିର୍ବାଚନ ଅଧିକାରୀ(ଇସି) ଜଣାଇ ଦେଇଛନ୍ତି।

ଫେସବୁକ୍, ହ୍ବାର୍ଟ୍ସଆଫ୍‌,ଟ୍ବିଟର, ଗୁଗଲ, ଓ ଶେୟାର ଚାଟ ଭଳି ସୋସିଆଲ ମିଡିଆ ସାଇଟ୍‌କୁ ମୁଖ୍ୟ ନିର୍ବାଚନ ଅଧିକାରୀ  ଚିଠି ଲେଖିଛନ୍ତି। ନିର୍ବାଚନୀ ସଂପର୍କିତ କୌଣସି ପ୍ରକାର ଗୁଜବ ପ୍ରଚାର ସୋସିଆଲ ମିଡିଆରେ ନକରାଯାଉ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି। ଶାନ୍ତି ଓ ଶୃଙ୍ଖଳାର ସହ ନିର୍ବାଚନ ଶେଷ  କରିବା ପାଇଁ ସୋସିଆଲ ମିଡିଆ ସହଯୋଗ କରନ୍ତୁ ବୋଲି  ଚିଠିରେ ଉଲ୍ଲେଖ କରାଯାଇଛି।

ସୂଚନାଯୋଗ୍ୟ ଯେ, ଇଣ୍ଟରନେଟ ଏଣ୍ଡ ମୋବାଇଲ ଏସୋସିଏସନ ଅଫ୍‌ ଇଣ୍ଡିଆ(IAMAI )କୁ ମୁଖ୍ୟ ନିର୍ବାଚନ ଅଧିକାରୀ (ଇସି) ଚିଠି ଲେଖିଛନ୍ତି। ଚିଠିରେ ଉଲ୍ଲେଖ କରାଯାଇଛି ଯେ, ଦେଶର ଚାରୋଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ସୋସିଆଲ ମିଡ଼ିଆର ଆବଶ୍ୟକତା ରହିଛି। ଆଇଏଏମଏଆଇକୁ ଆଗାମୀ ନିର୍ବାଚନର କୋଡ୍ ଅଫ୍‌ ଏଥିକ୍ସ ପାଳନ କରିବାକୁ ପଡିବ ବୋଲି ଚିଠିରେ କୁହାଯାଇଛି।

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ନଭେମ୍ବରରେ ହରିୟାଣା ଓ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ହେବ। ସେହିପରି ୨୦୨୦ ମସିହା ଜାନୁଆରୀ ମାସରେ ଝାଡ଼ଖଣ୍ଡ ଓ ଫେବୃଆରି ମାସରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଫେସବୁକ୍‌, ଗୁଗଲ ଓ ହ୍ବାର୍ଟ୍ସଆଫ୍‌ଭଳି ସୋସିଆଲ ସାଇଟକୁ ମୁଖ୍ୟ ନିର୍ବାଚନ ଅଧିକାରୀ ମେଲକରି ଏହି ସଂପର୍କରେ ମଧ୍ୟ ଜଣାଇଛନ୍ତି। IAMAIର ଉପାଧ୍ୟକ୍ଷ  ଚିତ୍ରିତା ଚାଟାର୍ଜୀ ଏକ ସାମ୍ବାଦିକ ସମ୍ମଳିନୀ କରି କହିଛନ୍ତି ଯେ, ଇଣ୍ଡଷ୍ଟ୍ରି ଏସୋସିଏସନ ସୋସିଆଲ ମିଡ଼ିଆ କମ୍ପାନୀଗୁଡିକର ପ୍ରତିକ୍ରିୟାକୁ ଅପେକ୍ଷା କରିଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.