Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ଶ୍ରୀମନ୍ଦିରରେ ଗୀତ ଗୋବିନ୍ଦ ଶୁଣି ଭାବ ବିହ୍ବଳ ହେଲେ ମୁଖ୍ୟ ପ୍ରଶାସକ

11/07/2021 at 5:14 PM

ପୁରୀ ୧୧।୭: କାଳିଆ ପ୍ରେମରେ ବିଭୋର ହୋଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରୀଷନ କୁମାର । ମହାପ୍ରଭୁଙ୍କ ନବଯୌବନ ଦର୍ଶନ କରିବା ଲାଗି ଯାଇଥିବା ବେଳେ ଭାବ ବିହ୍ବଳ ହୋଇଥିବା ଦେଖିବାକୁ ମିଳିଥିଲା । ଶ୍ରୀମନ୍ଦିରକୁ ଯାଇଥିବା ବେଳେ ଗୀତ ଗୋବିନ୍ଦ ଗାୟନ କରାଯାଇଥିଲା । ଅଧଘଣ୍ଟା ଧରି ଗୀତ ଗୋବିନ୍ଦ ଗାନ କରିଥିଲେ ସେବାୟତ । କିଛି ସମୟ ଲାଗି ଶ୍ରୀମନ୍ଦିର ପରିସର ପାଲଟି ଯାଇଥିଲା ଭକ୍ତିମୟ ପରିବେଶ । ସେବାୟତଙ୍କ ସହ ମୁଖ୍ୟ ପ୍ରଶାସକ ଏବଂ ଅନ୍ୟ ଅଧିକାରୀମାନେ ମଧ୍ୟ ଗୀତ ଗୋବିନ୍ଦ ଗାନ କରିଥିବା ଦେଖିବାକୁ ମିଳିଥିଲା ।

ଶୁକ୍ରବାର ନବଯୌବନ ଦର୍ଶନ କରିବା ଲାଗି ଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.କ୍ରୀଷନ କୁମାର, ଜିଲ୍ଲାପାଳ ସମର୍ଥ ବର୍ମା, ଏସପି କେ. ବିଶାଲ ସିଂ ଏବଂ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ଏହି ଅବସରରେ ସାମିଲ ହୋଇଥିଲେ । ସମସ୍ତେ ନମ୍ରତାର ସହ ଆଣ୍ଠୁ ମାଡି ଯୋଡ଼ ହସ୍ତରେ ମହାପ୍ରଭୁଙ୍କୁ ପ୍ରଣାମ କରିଥିଲେ । ସମସ୍ତେ ଏକସାଙ୍ଗରେ ଗୀତ ଗୋବିନ୍ଦ ଗାନ କରିବାର ଅନୁଭୂତି ନିଆରା ଥିବା ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି ମୁଖ୍ୟ ପ୍ରଶାସକ ।

ଉଲ୍ଲେଖଯୋଗ୍ୟ ଯେ, ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁ ୧୦୮ ଗରା ସୁବାଷିତ ଜଳରେ ସ୍ନାନ କରିବା ପରେ ଜ୍ବରରେ ପଡ଼ିଥିଲେ । ଅଣସର ଘରେ ଚାଲିଥିଲା ମହାପ୍ରଭୁଙ୍କ ଗୁପ୍ତ ସେବା । ରାଜବୈଦ୍ୟଙ୍କ ପରାମର୍ଶ କ୍ରମେ ସମ୍ପୂର୍ଣ୍ଣ ଆୟୁବୈଦ ଚିକିତ୍ସା କରାଯାଇଥିଲେ । ଧିରେ ଧିରେ ସୁସ୍ଥ ହୋଇଥିଲେ ମହାପ୍ରଭୁ । ପଖାଳ ଖାଇ ଅରୁଚି ଭାଙ୍ଗିବା ପରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ ମିଳିଥିଲା । ଆସନ୍ତା ୧୨ ତାରିଖରେ ରଥଯାତ୍ରା ଅନୁଷ୍ଠିତ ହେବାକୁ ଥିବାବେଳେ ଚଳିତ ବର୍ଷ ବିନା ଭକ୍ତରେ ଏହା ସମାପନ ହେବ ।

   Related Posts