Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଚିଦାମ୍ବରମଙ୍କୁ ପୁଣି ED ଜେରା, Air india ବିମାନ କିଣା ପ୍ରସଙ୍ଗରେ ଚାଲିଛି ପଚରାଉଚରା

3/01/2020 at 6:34 PM

ନୂଆଦିଲ୍ଲୀ ୩।୧:  ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମଙ୍କୁ ଶୁକ୍ରବାର ପୁଣି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦିଲ୍ଲୀରେ ଜେରା କରୁଛି। ଏଥିରେ ଏୟାର ଇଣ୍ଡିଆ ଲାଗି ଏୟାରବସ୍ ଓ ବୋଇଂ ବିମାନ କିଣାରେ ହୋଇଥିବା ହେରଫେର ନେଇ ପଚରା ଉଚରା କରାଯାଉଥିବା ଜଣାପଡିଛି। ଆଇଏନଏକ୍ସ ମିଡିଆ ମାମଲାରେ ସିବିଆଇ ଦ୍ୱାରା ଗିରଫ ହୋଇ ଚିଦାମ୍ବରମ ତିହାର ଜେଲରେ ଥିବା ବେଳେ ଇଡି ଦ୍ୱାରା ଗିରଫ ହୋଇଥିଲେ। ତାଙ୍କ ଜାମିନ ଶୁଣାଣି ବେଳେ ଇଡି ଅନିୟମିତତା ନେଇ ନୂଆ ତଥ୍ୟ ମିଳିଥିବାର କୋର୍ଟଙ୍କୁ ଜଣାଇଥିଲେ। ତେବେ ତାଙ୍କ ଜାମିନ ମଞ୍ଜୁର ହୋଇଥିଲା।

ଗତ ୟୁପିଏ ସରକାର ସମୟରେ ଏୟାର ଇଣ୍ଡିଆ ଲାଗି ଯାତ୍ରୀ ବିମାନ କ୍ରୟ କରାଯାଇଥିଲା। ସେତେବେଳେ ସରକାରୀ ବିମାନ କମ୍ପାନୀ ଲାଗି ଯଥାକ୍ରମେ ଏୟାରବସ୍ ଓ ବୋଇଂ ଠାରୁ ୪୩ ଓ ୨୪ ଟି ବିମାନର କ୍ରୟ ଆବଶ୍ୟକତା ଥିଲା। ତେବେ ଉଭୟ କମ୍ପାନୀରୁ ୧୧୧ଟି ବିମାନ କ୍ରୟ ଲାଗି ଆର୍ଡର ଦିଆଯାଇଥିଲା। ୨୦୦୯ ମସିହାର ଏହି ଯାତ୍ରୀ ବିମାନ କ୍ରୟରେ ହୋଇଥିବା ଅନିୟମିତତାର ଇଡି ତଦନ୍ତ କରୁଥିଲେ।

ଏୟାରସେଲ-ମାକ୍ସିସ ଓ ଆଇଏନଏକ୍ସ ମିଡିଆ ମନି ଲଣ୍ଡ୍ରିଂ ମାମଲାରେ ଚିଦାମ୍ବରମଙ୍କ ସମ୍ପୃକ୍ତି ତଦନ୍ତ ସରିନଥିବା ବେଳେ ଏବେ ଏୟାର ଇଣ୍ଡିଆ ବିମାନ କିଣା ତାଙ୍କ ଲାଗି ନୂଆ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ଦେଶର ଏହା ସବୁଠୁ ବଡ ଏଭିଏସନ ସ୍କାମ ବୋଲି କୁହାଯାଉଥିବା ବେଳେ ଏଥିରେ ଏୟାର ଇଣ୍ଡିଆର ଲାଭ ଜନକ ରୁଟ୍‌ରେ ଘରୋଇ ବିମାନଙ୍କୁ ଉଡାଣ ଅନୁମତି ଦେଇ ସରକାରୀ ସଂସ୍ଥାକୁ କ୍ଷତିରେ ପକାଇବାର ଅଭିଯୋଗ ମଧ୍ୟ ରହିଛି।   

   Related Posts