Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

ଅର୍ଥମନ୍ତ୍ରୀଙ୍କ ନୂତନ ପ୍ୟାକେଜ୍ ଉପରେ ଚିଦାମ୍ବରମଙ୍କ ଆକ୍ଷେପ, କହିଲେ- ‘ଖୋଦା ପାହାଡ ନିକଲି ଚୁହିଆ’

13/10/2020 at 8:04 PM

ନୂଆଦିଲ୍ଲୀ ୧୩।୧୦: ଗତ ସୋମବାର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ରାଜ୍ୟଗୁଡିକୁ ୧୨ ହଜାର କୋଟି ଟଙ୍କାର ସୁଧ ମୁକ୍ତ ଋଣ ଯୋଗାଇ ଦେବା ସମେତ ଅନେକ ବଡ ଘୋଷଣା କରିଥିଲେ। ଏହା ଉପରେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥ ମନ୍ତ୍ରୀ ପି ଚିଦାମ୍ବରମଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଚିଦାମ୍ବରମ କହିଛନ୍ତି ସରକାର ନିଜର ୨୦ ଲକ୍ଷ କୋଟି ଟଙ୍କାର ତଥାକଥିତ ଆର୍ଥିକ ପ୍ୟାକେଜ୍‌ର ବିଫଳତାକୁ ସ୍ଵୀକାର କରିଛନ୍ତି। ସେ ଏହା ମଧ୍ୟ ଦାବି କରିଛନ୍ତି ନିର୍ମଳା ସୀତାରମଣଙ୍କ ଘୋଷଣା କୌଣସି ପ୍ରୋତ୍ସାହନ ପ୍ୟାକେଜ୍ ନୁହେଁ ବରଂ  ବଢେଇ ଚଢେଇ ଲୋକଙ୍କୁ ଆଶ୍ଵସ୍ତି ଦେବାକୁ ଏକ ପ୍ରକାରର ଉଦ୍ୟମ।

ପି ଚିଦମ୍ବରମ କହିଛନ୍ତି, ତଥାକଥିତ ପ୍ରୋତ୍ସାହନ ପ୍ୟାକେଜ୍ ବିଷୟରେ ଅର୍ଥ ମନ୍ତ୍ରୀଙ୍କ ବୟାନକୁ ଧ୍ୟାନର ସହ ପଢିବା ପରେ ମୋତେ ହିନ୍ଦୀର ଏକ ଲୋକକଥା ମନେ ପଡୁଛି ‘ଖୋଦା ପାହାଡ ନିକଲି ଚୁହିଆ’। ସେ ଦାବି କରିଛନ୍ତି, କେନ୍ଦ୍ର ସରକାର ସ୍ଵୀକାର କରିଛନ୍ତି ଯେ, ୨୦ ଲକ୍ଷ କୋଟି ଟଙ୍କାର ଲୋକଦେଖାଣିଆ ଆର୍ଥିକ ପ୍ୟାକେଜ୍‌ ବହୁତ ବଡ ବିଫଳତା ଥିଲା। ଏହା ଏଥିପାଇଁ ବିଫଳ ହେଲା କାରଣ ଏହା ଲୋକଙ୍କୁ ଧୋକା ଦେବା ସଦୃଶ ଥିଲା।

ଚିଦାମ୍ବରମଙ୍କ ଅନୁଯାୟୀ ସରକାର ସରକାରୀ କର୍ମଚାରୀଙ୍କୁ ଯେଉଁ ୧୦ ହଜାର ଟଙ୍କାର ଅଗ୍ରୀମ ରାଶି ଦେବାକୁ ଘୋଷଣା କରିଛନ୍ତି ତାହା କୌଣସି ଅତିରିକ୍ତ ଖର୍ଚ୍ଚ ନୁହେଁ। ଏହାକୁ ୧୦ ମାସିଆ କିସ୍ତିରେ ଆଦାୟ କରାଯିବ। ଏହା ଗୋଟିଏ ପ୍ରକାରର ଇଏମଆଇ। ରାଜ୍ୟଗୁଡିକୁ ଯେଉଁ ୧୨  ହଜାର କୋଟି ଟଙ୍କା ଦେବାକୁ ପ୍ରସ୍ତାବ ଦିଆଯାଇଛି ତାହା ଅନୁଦାନ ନୁହେଁ  ବରଂ ଋଣ ଅଟେ। ସମସ୍ତ ବଡ ରାଜ୍ୟକୁ ୭୫୦୦ କୋଟି ଟଙ୍କା ମିଳିବ, ଯାହା ଚଳିତ ଆର୍ଥିକ ବର୍ଷରେ ସେମାନଙ୍କର ମୋଟ୍ ପୁଞ୍ଜିଗତ ଖର୍ଚ୍ଚ ନଅ ଲକ୍ଷ କୋଟି ଟଙ୍କା ତୂଳନାରେ କିଛି ବି ନୁହେଁ।

   Related Posts