Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୭୯ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୫ କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ ଏବେ କମିବନି ବର୍ଷା, ଆସୁଛି ଆଉ ଏକ ଲଘୁଚାପ
  • ||
  • ବଳଙ୍ଗା ଥାନାରେ ବିସ୍ଫୋରଣ : ଫାଟିଗଲା କାନ୍ଥ, ଆସବାବପତ୍ର ନଷ୍ଟ
  • ||
  • କମିଶନରେଟ ପୋଲିସ ପଞ୍ଝାରେ ୩ ଲୁଟେରା, ବାଇକ୍ ଓ ବନ୍ଧୁକ ଜବତ
  • ||
  • ସିଆରପିଏଫ କ୍ୟାମ୍ପ ଉପରେ ନକ୍ସଲ ଆକ୍ରମଣ, ୨ ଘଣ୍ଟା ଧରି ଚାଲିଲା ଗୁଳି ବିନିମୟ
  • ||
  • ଗାଁରେ ପଶିଲା ଭାଲୁ, ଆକ୍ରମଣ କରି ଜଣଙ୍କୁ ଘାଇଲା କଲା…
  • ||
  • ଭୋଟ୍‌ର ୨ ଦିନ ପୂର୍ବରୁ ପିପିଲିରେ ହିଂସା, ବିଜେପି ଅଫିସ ଉପରେ ବୋମାମାଡ଼ କଲେ ଦୁର୍ବୃତ୍ତ
  • ||
  • ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ବାତ୍ୟା ସମୟରେ ହେଉଥିଲା ଚାଲାଣ
  • ||

ନଜରବନ୍ଦୀ ପାଇଁ ଅଦାଲତରେ ଗୁହାରି କଲେ ପୂର୍ବତନ ଅର୍ଥ ମନ୍ତ୍ରୀ ଚିଦାମ୍ବରମଙ୍କ ଓକିଲ, ସୁପ୍ରିମକୋର୍ଟ କହିଲେ ତିହାର ଜେଲ୍‌ ପଠାଯିବ ନାହିଁ

2/09/2019 at 2:44 PM

ନୂଆଦିଲ୍ଲୀ – ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବର ଗୁରୁବାର ପର୍ଯ୍ୟନ୍ତ ସିବିଆଇ ହେପାଜତରେ ରହିବେ । ତାଙ୍କୁ ତିହାର ଜେଲ୍‌ ପଠାଯିବ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି । ତାଙ୍କୁ ସିବିଆଇ ୧୧ ଦିନ ଧରି ନିଜ ହେପାଜତରେ ରଖିବା ସହ ଜେରା କରୁଛି। ଅଗଷ୍ଟ ୨୧ ତାରିଖରେ ଚିଦାମ୍ବରମଙ୍କୁ ଗିରଫ କରାଯାଇଥିଲା । ତାଙ୍କୁ ୭୪ ବର୍ଷ ବୟସ ହୋଇଥିବାରୁ ନଜରବନ୍ଦୀ କରି ରଖାଯାଉ ବୋଲି ତାଙ୍କର ଆଇନଜୀବୀ କପିଲ୍‌ ସିବଲ୍‌ ଅଦାଲତଙ୍କୁ ଗୁହାରି କରିଥିଲେ । ।
ଏବେ ସିବିଆଇ ହେପାଜତରେ ଥିବା ଚିଦାମ୍ବରମଙ୍କୁ ଦିଲ୍ଲୀରେ ଥିବା ସିବିଆଇର କାର୍ଯ୍ୟାଳୟରେ ଅତିଥି ଭବନରେ ରଖାଯାଇଛି । ତାଙ୍କୁ ଜୁଡିସିଆଲ୍‌ କଷ୍ଟିଡିକୁ ପଠାଗଲେ ତିହାର ଜେଲ୍‌କୁ ପଠାଯାଇ ପାରେ ।

ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କୁ ଏକ ଦୁର୍ନୀତି ମାମଲାରେ ସିବିଆଇ ଗିରଫ କରିଛି । ତାଙ୍କୁ ଜାମିନ ପାଇବା ପାଇଁ ହେଲେ ସଠିକ୍‌ ଅଦାଲତରେ ଆବେଦନ କରିବା ପାଇଁ ପଡିବ ।
ହେଲେ ତାଙ୍କର ଆଇନଜୀବୀ କପିଲ ସିବଲ୍‌ ତାଙ୍କୁ ଏପରି କରାଯାଇ ପାରିବ ନାହିଁ ନିମ୍ନ ଅଦାଲତ ଜାମିନକୁ ଖାରଜ କରି ଜେଲ୍‌ ପଠାଇ ଦେଲେ କଅଣ ହେବ ବୋଲି ଯୁକ୍ତି କରିଥିଲେ ।

ହେଲେ ନଜର ବନ୍ଦୀ କରି ରଖିବା କେବଳ ରାଜନୈତିକ ବନ୍ଦୀ କ୍ଷେତ୍ରରେ ହୋଇଥାଏ । ବୋଲି ସୁପ୍ରିମକୋର୍ଟର ଖଣ୍ଡପୀଠ କହିଛନ୍ତି । ସେ ଜାମିନ ପାଇଁ ସିବିଆଇ ଅଦାଲତରେ ଆବେଦନ କରନ୍ତୁ ବୋଲି ନିର୍ଦେଶ ଦେଇଛନ୍ତି ।

   Related Posts