Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

RCEPରେ ଭାରତର ଅନୁପସ୍ଥିତିକୁ ନେଇ କେନ୍ଦ୍ରକୁ ଟାର୍ଗେଟ୍ କଲେ ଚିଦାମ୍ବରମ, କହିଲେ ‘ଗଣତନ୍ତ୍ରରେ ନୁହେଁ ଗ୍ରହଣୀୟ’

16/11/2020 at 7:25 PM

ନୂଆଦିଲ୍ଲୀ ୧୬।୧୧: ଦକ୍ଷିଣ-ପୂର୍ବ ଏସିୟ ଦେଶ ସମୂହଙ୍କ ରିଜିଓନାଲ କମ୍ପ୍ରିହେନସିଭ ଇକୋନମିକ ପାର୍ଟନରସିପ୍ (ଆରସିଇପି) ରାଜିନାମାରୁ ଚଳିତବର୍ଷ ଭାରତ ଓହରି ଯାଇଛି। ଏଥିଲାଗି ରବିବାର ହନୋଇରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଚୀନ୍‌ ସମେତ ୧୫ ପ୍ରଶାନ୍ତ ଏସିୟ ଦେଶ ସ୍ୱାକ୍ଷର କରିଥିଲେ ହେଁ ଭାରତ ସରକାର ଗତବର୍ଷରୁ ଏଥିରୁ ବାହାରି ଆସିଛନ୍ତି। ତେବେ ଚଳିତ ବର୍ଷ ଏଥିରେ ଭାରତ ଯୋଗଦେବ କି ନା ସେ ନେଇ ସରକାର କୌଣସି ଆଲୋଚନା ନ କରି ନିଜେ ଏକପାଖିଆ ନିଷ୍ପତ୍ତି ପୂର୍ବକ ଏଥିରୁ ଦୂରେଇ ଯାଇଥିବାରୁ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି.ଚିଦାମ୍ବରମ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି।

ପ୍ରସଙ୍ଗରେ ଚିଦାମ୍ବରମ ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ସୋମବାର ଏକାଧିକ ପୋଷ୍ଟ କରିଛନ୍ତି। ଯେଉଁଥିରେ କୌଣସି ଗଣତାନ୍ତ୍ରିକ ଦେଶରେ ସରକାର ବିରୋଧୀ ଦଳଙ୍କୁ ବିଶ୍ୱାସକୁ ନନେଇ ନିଜକୁ ନିଜେ ଏପରି ନିଷ୍ପତ୍ତି ନେଇଥିବା ଚିଦାମ୍ବରମ କହିଛନ୍ତି। ଏହା କେନ୍ଦ୍ରିତ ନିର୍ଣ୍ଣୟ ବ୍ୟବସ୍ଥାର ସବୁଠୁ ଖରାପ ଉଦାହରଣ ସୃଷ୍ଟି କରିଥିବା ବେଳେ ଗଣତନ୍ତ୍ରରେ କେବେବି ସ୍ୱୀକାର ଯୋଗ୍ୟ ନୁହେଁ ବୋଲି କହିଛନ୍ତି ଚିଦାମ୍ବରମ। ସରକାର ପ୍ରସଙ୍ଗରେ ନା ସଂସଦରେ ଆଲୋଚନା କରିଛନ୍ତି ନା ବିରୋଧୀ ଦଳଙ୍କ ସହ । ଏଭଳି  ନିଷ୍ପତ୍ତି ଯୋଗୁ ଉଭୟ ଓ ଲାଭ ଓ କ୍ଷତି ବି ହୋଇପାରେ ବୋଲି  ଉଲ୍ଲେଖ କରିଛନ୍ତି ଚିଦାମ୍ବରମ।

ଆରସିଇପିରେ ଭାରତ ପୂର୍ବରୁ ସାମିଲ ଥିଲା। ହେଲେ ନିଜ ବ୍ୟବସାୟୀକ ହିତ ଲାଗି ଗତବର୍ଷ ଭାରତ ଏଥିରୁ ବାହାରି ଆସିଥିଲା। ତେବେ ଚଳିତବର୍ଷ ହୋଇଥିବା ରାଜିନାମାରେ ଭାରତ ଭଳି ଦେଶର ସାମିଲ ଲାଗି ଅନେକ ବିକଳ୍ପ ମଧ୍ୟ ଥିଲା। ଆରସିଇପିର ବିଚାର ସର୍ବ ପ୍ରଥମେ  ବାଲିଠାରେ ୨୦୧୧ ମସିହାରେ ହୋଇଥିବା ଏସିୟାନ ଶିଖର ସମ୍ମିଳନୀରେ ଆସିଥିଲା। ଯେଉଁଥିରେ ରବିବାର, ଚୀନ, ଜାପାନ, ଦକ୍ଷିଣକୋରିଆ, ନ୍ୟୁଜିଲ୍ୟାଣ୍ଡ ଓ ଅଷ୍ଟ୍ରେଲିଆ ସମେତ ୧୫ ସଦସ୍ୟ ରାଷ୍ଟ୍ର ସ୍ୱାକ୍ଷର କରିଛନ୍ତି।

ବିଶେଷଜ୍ଞଙ୍କ ଅନୁସାରେ ଏହି ରାଜିନାମା ଚୀନ୍‌ ଲାଗି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ। କାରଣ ଚୀନ୍‌ ଏହାର ସବୁଠାରୁ ବଡ଼ ବ୍ୟବସାୟୀକ ଅଂଶିଦାର। ଗତ ଦିନରେ ଚୀନ-ଆମେରିକା ବ୍ୟବସାୟୀକ ବିବାଦ ଯୋଗୁ ଚୀନ୍‌କୁ ବ୍ୟାପକ କ୍ଷତି ସହିବାକୁ ପଡିଛି। ଏଥିରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଶେଷ ହୋଇଥିଲେ ମଧ୍ୟ ନବ ନିର୍ବାଚିତ ରାଷ୍ଟ୍ରପତିଙ୍କ ପକ୍ଷରୁ ଚୀନ୍‌ ଲାଗି ସେପରି କୌଣସି ସବୁଜ ସଂକେତ ମିଳିନାହିଁ। ଏଣୁ ଆରସିଇପି ଉପରେ ଚୀନ୍‌ ଏବେ ପ୍ରାଥମିକତା ଦେଉଥିବା ବ୍ୟବସାୟୀକ ବିଷାରଦ ଆକଳନ କରୁଛନ୍ତି।

ତେବେ ନିଜ ବ୍ୟବସାୟୀକ ସ୍ୱାର୍ଥ ଲାଗି ଏଥର ଭାରତ ନିଜକୁ ଆରସିଇପିରେ ସାମିଲ କରିନି। ଯଦି ଭାରତ ରାଜିନାମାରେ ସ୍ୱାକ୍ଷର କରିଥାନ୍ତା ତେବେ ଚୀନ୍‌ ଲାଗି ନିଜ ବଜାରକୁ ପୁଣି ଖୋଲିବାକୁ ବାଧ୍ୟ ହୋଇଥାନ୍ତା। ଏଣୁ ଚୀନରୁ ଶସ୍ତା ଉତ୍ପାଦ ପୁଣି ଭାରତ ମୁହାଁ ହେବା ଯୋଗୁ ଦେଶର ଘରୋଇ ଉଦ୍ୟୋଗ ଓ କାରବାର ପ୍ରଭାବିତ ହୋଇଥାନ୍ତା। ଏଥିରେ ଏଥର ଘରୋଇ କୃଷି ଓ ଡାୟେରୀ ସମ୍ପର୍କିତ କାରବାର ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ଥିଲା। କାରଣ ରାଜିନାମାରେ ସାମିଲ ହେବା ଯୋଗୁ ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡରୁ ଶସ୍ତା ମିଲ୍କ ପାଉଡର ଓ ଅନ୍ୟ ଦୁଗ୍ଧ ଉତ୍ପାଦ ଦେଶକୁ ଆସିଥାନ୍ତା। ଏଣୁ ଚାଷୀ ଓ ଦୁଗ୍ଧ ଚାଷୀ  ଉଭୟ ପ୍ରଭାବିତ ହୋଇଥାନ୍ତେ।  

   Related Posts