ସରକାରଙ୍କୁ ପୁଣି ଟାର୍ଗେଟ କଲେ ପି ଚିଦମ୍ବରମ୍, କହିଲେ- ଉତ୍ସବ ପାଳନ ନକରି ଦେଶରୁ ମାନ୍ଦାବସ୍ଥା ହଟାନ୍ତୁ , ନ୍ୟାୟ ଯୋଜନା ଲାଗୁ କରନ୍ତୁ

Published By : Prameya-News7 Bureau | November 13, 2020 IST

ନୂଆଦିଲ୍ଲୀ ୧୩/୧୧ : ପୁଣି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି. ଚିଦମ୍ବରମ୍ । କରୋନା ମହାମାରୀ ସମୟରେ ଦେଶରେ ଜିଡିପି ହ୍ରାସ ପାଇଛି । ତେଣୁ କେନ୍ଦ୍ର ସରକାର ଦୀପାବଳିରେ ଉତ୍ସାହିତ ନହୋଇ ଦେଶରେ ମାନ୍ଦାବସ୍ଥା ହଟାଇବାକୁ ପଦକ୍ଷେପ ନିଅନ୍ତୁ ବୋଲି ଚିଦମ୍ବରମ୍ କହିଛନ୍ତି । ପ୍ରଥମେ ରାହୁଲ ଗାନ୍ଧୀ ଏବଂ ଏବେ ପି. ଚିଦମ୍ବରମ୍ ଦେଶରେ ଲାଗି ରହିଥିବା ଆର୍ଥିକ ମାନ୍ଦାବସ୍ଥାକୁ ନେଇ ମୁହଁ ଖୋଲିଛନ୍ତି ।

wp:html /wp:html

କରୋନା ସଙ୍କଟ ଏବଂ ଲକଡାଉନ ଯୋଗୁଁ ଦେଶର ଜିଡିପି ମାଇନସକୁ ଖସିଆସିଛି । ଲଗାତାର ୨ୟ ତ୍ରୈମାସିକ ପାଇଁ ଜିଡିପି ହ୍ରାସ ପାଇଛି ଏବଂ ଆର୍ଥିକ ମାନ୍ଦାବସ୍ଥା ବଢି ବଢି ଚାଲିଛି । ଗତ ତ୍ରୈମାସିକରେ ଜିଡିପିର ଗତି ୮.୬ ପ୍ରତିଶତ ରହିଛି । ଚିଦାମ୍ବରମ୍ କହିଛନ୍ତି ଦେଶର ପରିସ୍ଥିତି ଏବେ ଚିନ୍ତାଜନକ ଏବଂ ଏହାରି ମଧ୍ୟରେ ସରକାରଙ୍କୁ କିଛି ଠୋସ ପଦକ୍ଷେପ ଗ୍ରହଣ କରିବାକୁ ପଡିବ । ଚିଦାମ୍ବରମ ଆହୁରି ମଧ୍ୟ କହିଛନ୍ତି ଯେ ନୋଟବନ୍ଦୀ ଭଳି ନିଷ୍ପତ୍ତି ଦେଶର କୋଟି କୋଟି ଲୋକଙ୍କ ଉପରେ ପ୍ରଭାବ ପକାଇଥିଲା ଏବଂ ଏହା ଦ୍ବାରା ସାଧାରଣ ଲୋକଙ୍କର କିଛି ଫଇଦା ହୋଇନଥିଲା । ଦେଶରେ ଆଜି କେବଳ ଗୋଟିଏ ସଂସ୍ଥା ବା ବ୍ୟକ୍ତି ପାଖରେ ସାରା ଦେଶର ୨୦ ପ୍ରତିଶତ ପୁଞ୍ଜି ରହିଛି । ଏଥିରେ ସାଧାରଣ ଲୋକଙ୍କର କୌଣସି ଫାଇଦା ହେଉନାହିଁ ।

{"id":361217,"sizeSlug":"large"}

ଏଭଳି ପରିସ୍ଥିତି ଦେଶ ଯେଉଁଠି ମାନ୍ଦାବସ୍ଥା ଦେଇ ଗତି କରୁଛି ସେଠାରେ ସରକାର ଉତ୍ସାହିତ ହୋଇ ଉତ୍ସବ ମନାଇବା ବଦଳରେ ଦେଶ​‌ରେ କିଭଳି ଆର୍ଥିକ ମାନ୍ଦାବସ୍ଥା ଦୂର ହେବ ସେଥିପ୍ରତି ଦୃଷ୍ଟି ଦେବା ଦରକାର । ପି. ଚିଦାମ୍ବରମ କହିଛନ୍ତି ଦେଶରେ ଏବେ ନ୍ୟାୟ ଯୋଜନା ଲାଗୁ ହେବା ଆବଶ୍ୟକ । ଯାହା ଫଳରେ ସିଧାସଳଖ ଲୋକଙ୍କ ପାଖରେ ଟଙ୍କା ପହଞ୍ଚିପାରିବ । କୃଷକମାନଙ୍କୁ ମଧ୍ୟ ସହଯୋଗ କରିବା ଜରୁରୀ ହୋଇପଡିଛି । କିନ୍ତୁ କେନ୍ଦ୍ର ସରକାର ନୂଆ କୃଷି ବିଲ ଆଣି କୃଷକମାନଙ୍କ ସମସ୍ୟା​‌ ବଢାଇ ଦେଇଛନ୍ତି । ଯାହା ଫଳରେ କି ସାଧାରଣ ଲୋକଙ୍କ ପାଖରେ ଅର୍ଥ ରହିବନି, ତେବେ ଅର୍ଥ ବ୍ୟବସ୍ଥା କିଭଳି ଆଗକୁ ବଢିବ ବୋଲି ପ୍ରଶ୍ନ କରିଛନ୍ତି ଚିଦମ୍ବରମ୍ ।

ରିପୋର୍ଟ ଅନୁଯାୟୀ ଜୁଲାଇ-ଡିସେମ୍ବର ତ୍ରୈମାସିକରେ ଜିଡିପି ୮.୬ ପ୍ରତିଶତ ମାଇନସ ରହିଛି । କରୋନା ମହାମରୀ ସୟରେ ଜିଡିପି -୨୪ ପ୍ରତିଶତ ରହିଥିଲା । ସେପଟେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଅର୍ଥ ବ୍ୟବସ୍ଥାରେ ଦୃତ ସୁଧାର ଆସୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.