୨୧ ଦିନିଆ ଲକଡାଉନକୁ ଚିଦାମ୍ବରମଙ୍କ ସମର୍ଥନ, କହିଲେ- କରୋନା ବିରୋଧୀ ଲଢେଇରେ ପିଏମ ମୋଦୀ କମାଣ୍ଡର ଓ ଜନତା ହେଉଛନ୍ତି ସେନା

Published By : Prameya-News7 Bureau | March 25, 2020 IST

ନୂଆଦିଲ୍ଲୀ ୨୫।୦୩: କରୋନା ଭାଇରସର ସଂକ୍ରମଣକୁ ପ୍ରତିରୋଧ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପକ୍ଷରୁ ଦେଶବ୍ୟାପୀ ୨୧ ଦିନିଆ ଲକଡାଉନ୍ ଘୋଷଣା କରାଯାଇଛି। ଏହାକୁ ନେଇ କଂଗ୍ରେସ ପାର୍ଟିର କିଛି ନେତା ପ୍ରଶ୍ନ ଉଠାଉଥିବା ବେଳେ ଅନ୍ୟପଟେ ପାର୍ଟିର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥ ମନ୍ତ୍ରୀ ପି ଚିଦାମ୍ବରମ ପ୍ରଧାନମନ୍ତ୍ରୀଙ୍କ ଏହି ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି। କେବଳ ଏତିକି ନୁହଁ ଚିଦାମ୍ବରମ ଦେଶବାସୀଙ୍କୁ ଅପିଲ୍ କରିଛନ୍ତି ଯେ, ଏହି ମୁସ୍କିଲ ସମୟରେ ପ୍ରଧାନମନ୍ତ୍ରୀଙ୍କୁ କମାଣ୍ଡର ଭାବନ୍ତୁ ଏବଂ ନିଜକୁ ପାଦଚଲା ସୈନିକ ପରି ଭାବି ତାଙ୍କ କଥାକୁ ଭଲ ଭାବେ ଅନୁସରଣ କରି କରୋନା ଭାଇରସର ଦୃଢ ମୁକାବିଲା କରନ୍ତୁ।

ଏହି ମୁସ୍କିଲ ସମୟରେ ଗରିବ, କୃଷକ ଓ ଶ୍ରମିକଙ୍କ ବ୍ୟାଙ୍କ ଖାତାରେ ଟଙ୍କା ଜମା ପାଇଁ ଚିଦାମ୍ବରମ ୧୦ ସୂତ୍ରୀ ଯୋଜନାର ପ୍ରସ୍ତାବ ମଧ୍ୟ ଦେଇଛନ୍ତି।

wp:core-embed/twitter {"url":"https://twitter.com/PChidambaram_IN/status/1242714462232035328?ref_src=twsrc%5Etfw%7Ctwcamp%5Etweetembed\u0026ref_url=https%3A%2F%2Fnavbharattimes.indiatimes.com%2Findia%2Fmust-extend-support-to-pm-govt-modi-commander-people-foot-soldiers-chidambaram-on-lockdown%2Farticleshow%2F74811231.cms","type":"rich","providerNameSlug":"twitter","className":""}
https://twitter.com/PChidambaram_IN/status/1242714462232035328?ref_src=twsrc%5Etfw%7Ctwcamp%5Etweetembed&ref_url=https%3A%2F%2Fnavbharattimes.indiatimes.com%2Findia%2Fmust-extend-support-to-pm-govt-modi-commander-people-foot-soldiers-chidambaram-on-lockdown%2Farticleshow%2F74811231.cms
/wp:core-embed/twitter

୨୦୨୦ ଏପ୍ରିଲ ୧ରୁ ଜୁନ ୩୦ ପର୍ଯ୍ୟନ୍ତ ସମସ୍ତ ଆବଶ୍ୟକ  ବସ୍ତୁ ଓ ସେବା ଉପରେ  ଜିଏସଟି ଦରରେ ୫ ପ୍ରତିଶତ ହ୍ରାସ କରିବାକୁ ମଧ୍ୟ ଚିଦାମ୍ବରମ ପ୍ରସ୍ତାବ ଦେଇଛନ୍ତି। ଚିଦାମ୍ବରମଙ୍କ ପକ୍ଷରୁ ଦିଆଯାଇଥିବା ବୟାନରେ କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିବା ଦେଶବ୍ୟାପୀ ୨୧ ଦିନିଆ ଲକଡାଉନ କୋଭିଡ ୧୯ ବିରୋଧରେ ସଂଘର୍ଷରେ ଏକ ଐତିହାସିକ ପଦକ୍ଷେପ। ମାର୍ଚ୍ଚ ୨୪ ପୂର୍ବରୁ ତର୍କ ବିତର୍କକୁ ପଛରେ ପକାଇ ଦେଶବ୍ୟାପୀ ଲକଡାଉନକୁ ଏକ ନୂତନ ଲଢେଇ ରୂପେ ଦେଖିବା ଉଚିତ୍, ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦୀ କମାଣ୍ଡର ଏବଂ ଜନତା ପାଦଚଲା ସୈନିକ।

{"id":244100,"sizeSlug":"large"}

ଚିଦାମ୍ବରମ ଏହା ମଧ୍ୟ କହିଛନ୍ତି ଯେ, ଏମିତି ସମୟରେ ପ୍ରଧାନମନ୍ତ୍ରୀ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିଜର ପୂରା ସମର୍ଥନ ଦେବା ଉଚିତ୍ ଓ ନିଜ କର୍ତ୍ତବ୍ୟର ପାଳନ କରିବା ଉଚିତ୍। ଏହା ସହିତ ଚିଦାମ୍ବରମ ସ୍ପଷ୍ଟ କରିଛନ୍ତି ଯେ, ଏହା ହେଉଛି ତାଙ୍କର ବ୍ୟକ୍ତିଗତ ବିଚାର, ପାର୍ଟିର ଏଥିରେ କୌଣସି ସଂପର୍କ ନାହିଁ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର କରୋନା ଭାଇରସର ପ୍ରସାରକୁ ରୋକିବା ପାଇଁ ଏକ ଅଦ୍ଭୁତପୂର୍ଣ୍ଣ କଠୋର ପଦକ୍ଷେପ ନେଇ ଦେଶବ୍ୟାପୀ ୨୧ ଦିନିଆ ଲକଡାଉନ ଘୋଷଣା କରିଛନ୍ତି। ଏହି ସମୟରେ ସମସ୍ତ ସଡକ, ରେଳ ଓ  ବିମାନ ସେବା ବନ୍ଦ ରହିବ। ଚିଦାମ୍ବରମ ଲୋକଙ୍କୁ ଘରେ ରହିବାକୁ ଅପିଲ କରି କହିଛନ୍ତି ଯେ, ଭାରତୀୟବାସୀ ଘରେ ରହିବା ଏକ ମହାନ ରାଲି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.