Wednesday, September 18, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଖୋଜୁଛି ସିବିଆଇ, ହେଲେ ଏଆଇସିସିରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ଚିଦାମ୍ବରମ

ନୂଆଦିଲ୍ଲୀ .- ଆଇଏନ୍‌ଏକ୍ସ ମିଡିଆରେ ଦୁର୍ନିତୀ ଅଭିଯୋଗରେ ପୂର୍ବତନ ଅର୍ଥମନ୍ତ୍ରୀ ଚିଦାମ୍ବରଙ୍କ ଅଗ୍ରୀମ ଜାମିନ ଦିଲ୍ଲୀ ହାଇକୋର୍ଟରେ ଖାରଜ ହେବାପରେ ସୁପ୍ରିମକୋର୍ଟରୁ ବି ତାଙ୍କୁ କୌଣସି ଆଶ୍ୱସ୍ତି ମିଳିନାହିଁ । ଚିଦାମ୍ବରମଙ୍କୁ ଗିରଫ କରିବାପାଇଁ ଘରେ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦେଶାଳୟ ଅଧିକାରୀମାନେ ପହଞ୍ଚଥିଲେ । ହେଲେ ଚିଦାମ୍ବରମ ଘରେ ଉପସ୍ଥିତ ନଥିଲେ ।

ସିବିଆଇ ଓ ଇଡି ପକ୍ଷରୁ ଲୁକ୍‌ ଆଉଟ୍‌ ନୋଟିସ୍‌ ଜାରି କରାଯାଇଥିଲା । ହେଲେ ସନ୍ଧ୍ୟା ଆଠଟା ସମୟରେ କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟରେ କପିଲ୍ ସିବଲ୍., ଅଭିଷେକ ମନୁ ସିଙ୍ଘଭି, ସଲମନ୍‌ ଖୁରସିଦ ଏକ ସାମ୍ବାଦିକ ସମ୍ମିଳନୀ କରିବାର ଥିଲା । ହେଲେ ସେଠାରେ ଚିଦାମ୍ବରମ ପହଞ୍ଚିଥିଲେ । ସେ ଗଣତନ୍ତ୍ରରେ ବିଶ୍ୱାସ କରନ୍ତି ଓ ଏହାର ସ୍ୱତନ୍ତ୍ରତାରେ ବିଶ୍ୱାସ କରନ୍ତି ବୋଲି କହିଥିଲେ । ଆଇଏନ୍ଏକ୍ସ ମଡିଆ ଦୁର୍ନୀତି ମାମଲାରେ ସେ ଅଭିଯୁକ୍ତ ନଥିବା କଥା ପ୍ରକାଶ କରିଛନ୍ତି । ସିବିଆଇ ଓ ଇଡି ଦ୍ୱାରା ତାଙ୍କ ବିରୋଧରେ କୌଣସି ଅଭିଯୋଗ ଫର୍ଦ୍ଦ ଦାଖଲ ହୋଇ ନାହିଁ ବୋଲି ଚିଦାମ୍ବରମ ପ୍ରକାଶ କରିଛନ୍ତି । ତାଙ୍କୁ ଅଦାଲତ ଅଗୁଆ ଜାମିନ ପ୍ରଦାନ କରିଥିଲେ ସେ ୧୩-୧୪ ମାସ ଆଗୁଆ ଜାମିନରେ ରହିଥିଲେ ବୋଲି ପ୍ରକାଶ କରିଛନ୍ତି । ମାତ୍ର ୭ ମାସ ପରେ ହାଇକୋର୍ଟ ଅନ୍ତରୀଣ ଜାମିନକୁ ଖାରଜ କରିଛନ୍ତି ।ବୋଲି ସେ ପ୍ରକାଶ କରିଛନ୍ତି ।

ସେ ଫେରାର ହୋଇଯାଇଥିବା କଥା ପ୍ରଚାର କରାଯାଉଛି । ଆଇନଠାରୁ ଲୁଚିଥିବା କଥା ପ୍ରଚାର କରାଯାଉଛି ବୋଲି କହିଛନ୍ତି ।ଏ ସବୁ ଭ୍ରମାତ୍ମକ କଥା ପ୍ରଚାର କରାଯିଛି । ମାତ୍ର ସେ ନ୍ୟାୟ ପାଇଁ ତାଙ୍କର ଆଇନଜୀବୀଙ୍କ ସହ ଆଲୋଚନା କରୁଥିଲୋ ବୋଲି ସୂଚନା ଦେଇଛନ୍ତି ।

ସେ ଆଇନକୁ ସମ୍ମାନ କରନ୍ତି । ଆଇନ ଅନୁସାରେ ଯାହା ହେବ ହେ ତାକୁ ଗ୍ରହଣ କରିବେ ବୋଲି ସୂଚନା ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦେଶ ପାଇଁ ସେ ଶୁକ୍ରବାର ପର୍ଯ୍ୟନ୍ତ ଅପେକ୍ଷା କରିବେ ବୋଲି କହିଛନ୍ତି । ଏହାପରେ ସେ କଂଗ୍ରେସ ମୁଖ୍ୟାଳୟ ଛାଡିଥିଲେ ।

ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ତଥା ବରିଷ୍ଠ ଆଇନଜୀବୀ କପିଲ୍ ସିବଲ୍., ଅଭିଷେକ ମନୁ ସିଙ୍ଘଭି, ସଲମନ୍‌ ଖୁରସିଦ ପ୍ରମୁଖ ଉପସ୍ଥିତ ଥିଲେ ।

ଚିଦାମ୍ବରମ ଏଆଇସିସି କାର୍ଯ୍ୟାଳୟ ଛାଡିବା ପରେ ସିବିଆଇ ଟିମ୍‌ ସେଠାରେ ପହଞ୍ଚିଥିଲା । କଂଗ୍ରେସର ନେତା ଓ କର୍ମୀସେମାନଙ୍କୁ ବିରୋଧ କରିବା ସହ ନାରାବାଜି କରିଥିଲେ ।

218 Views

   ସମ୍ବନ୍ଧିତ ଖବର