Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ପିଏମ୍ କେୟାର ଫଣ୍ଡକୁ ୫ ଦିନରେ ମିଳିଛି ୩୦୭୬ କୋଟି ଟଙ୍କା, ପ୍ରଶ୍ନ ଉଠାଇଲେ ଚିଦାମ୍ବରମ

2/09/2020 at 4:16 PM

ନୂଆଦିଲ୍ଲୀ ୨।୯: ମାତ୍ର ୫ ଦିନରେ ପିଏମ କେୟାର ଫଣ୍ଡକୁ ମିଳିଛି  ୩୦୭୬ କୋଟି ଟଙ୍କା । ଗତ ୨୬ରୁ ୩୧ ମାର୍ଚ୍ଚ ୨୦୨୦ ମଧ୍ୟରେ ଏତେ ବିପୁଳ ଟଙ୍କା ମିଳିଥିବା  ଅଡିଟରଙ୍କ ସୂଚନାକୁ ଆଧାର କରି ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା  ପି.ଚିଦାମ୍ବରମ କହିଛନ୍ତି। ତେବେ ବିପୁଳ ଅର୍ଥ ଦାନ କରିଥିବା ଦାତାଙ୍କ ନାମ କିନ୍ତୁ କାହାକୁ ଜଣାନଥିବା ଚିଦାମ୍ବରମ ବୁଧବାର ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ପୋଷ୍ଟ କରିବା ନୂଆ ଚର୍ଚ୍ଚାକୁ ଖୋରାକ ଯୋଗାଇଛି।

ପ୍ରତ୍ୟେକ ଦାନର ସୂଚନା ଦେବା ଲାଗି ଏନଜିଓ ଏବଂ ଟ୍ରଷ୍ଟ ମାନେ ବାଧ୍ୟ । ହେଲେ ପିଏମ କେୟାର ଫଣ୍ଡ ଏଥିରୁ ବାହାରେ। ଏଥିରେ ଦାନ ପ୍ରାପ୍ତକାରୀ ସଂସ୍ଥା ଜାଣନ୍ତି କିଏ ଦାନ କରୁଛନ୍ତି ଓ କରିଛନ୍ତି ହେଲେ ସୂଚନା  ସମ୍ପୂର୍ଣ୍ଣ ଗୋପନ ରଖାଯାଉଛି। ସେହିପରି ଏନଜିଓ ହୁଅନ୍ତୁ ଅଥବା ଟ୍ରଷ୍ଟ ଏପରି ସଂସ୍ଥାକୁ ଦାନର ପରିମାଣ ମଧ୍ୟ ସୀମିତ। ହେଲେ ପିଏ କେୟାର ଫଣ୍ଡ ଏଥିରୁ ବାଦ ବୋଲି ଚିଦାମ୍ବରମ କହିଛନ୍ତି।

ସେହିପରି ଯେଉଁ ଲୋକେ ଏପରି ଅନୁଦାନ ବା ଦାନ କରନ୍ତି ସେମାନଙ୍କ ଲାଗି ସରକାରଙ୍କ ପକ୍ଷରୁ ମଧ୍ୟ କିଛି ରିହାତି ଥାଏ ଯେପରି ଆୟକର ରିହାତି ଆଦି ସୁବିଧା ଅଛି। ହେଲେ ପିଏମ କେୟାର ଫଣ୍ଡରେ ଦାନ ଦେଇଥିବା ଲୋକେ ଏପରି ସୁବିଧାର ଦାବିଦାର ନୁହଁନ୍ତି।  କାରଣ ସେମାନଙ୍କ ନାମ ଗୋପନ ରଖାଯାଉଛି। ତେବେ ପିଏମ କେୟାର ଫଣ୍ଡ ମନ୍ଦିରର ହୁଣ୍ଡିକି ବୋଲି ପ୍ରଶ୍ନ ଉଠାଇଛନ୍ତି ଚିଦାମ୍ବରମ।

NEW DELHI, JAN 4 (UNI):-Congress leader and former Union Finance Minister P Chidambaram arrived at Parliament house, in New Delhi on Thursday. UNI PHOTO-AK6U

ଚିଦାମ୍ବାରମ କହିଛନ୍ତି ଯେ  ଦାନ ଦାତାଙ୍କୁ ଟ୍ରଷ୍ଟି କୁହାଯାଏ। ତେବେ ଟ୍ରଷ୍ଟି ଦାତାମାନଙ୍କ ନାମ ଘୋଷଣା କରିବାକୁ ଡରୁଛନ୍ତି। ଦେଶରେ କରୋନା ଭାଇରସ ସଂକ୍ରମଣ ପରେ ପ୍ରଧାନମନ୍ତ୍ରୀ ପିଏମ କେୟାର ଫଣ୍ଡ ସ୍ଥାପନା କରିଥିଲେ। ଏହି ଫଣ୍ଡ ସ୍ଥାପନା ପରେ ସାଧାରଣ ଲୋକେ ମଧ୍ୟ ଏଥିରେ ଦାନ କରିଥିଲେ। ତେବେ ଫଣ୍ଡ ଗଠନ ପରଠାରୁ ପ୍ରାୟ ଦିନ କଂଗ୍ରେସ ସମେତ ବିଭିନ୍ନ ରାଜନୈତିକ ଦଳ ପିଏମ କେୟାର ଫଣ୍ଡର ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ଉଠାଉଛନ୍ତି।  

   Related Posts