Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||
  • ଆହତ ହାତୀର ଚିକିତ୍ସା କଲା ବନ ବିଭାଗ, ବାରହା ଫାଶରେ ପଡି ଗୋଡରେ ହୋଇଥିଲା କ୍ଷତ
  • ||
  • ଖସିବ ପାରଦ ବଢିବ ଶୀତ, ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି
  • ||

Twitter ରେ ଚିଦାମ୍ବରମଙ୍କ ପ୍ରଶ୍ନ : ଅଚାନକ ରାଜନାଥ, ରାମପ୍ରକାଶ ଓ କଲ୍ୟାଣ ସିଂହଙ୍କୁ କାହିଁକି ଦୋଷୀ କରୁଛନ୍ତି ମୋଦି ?

26/11/2021 at 8:28 PM

ନୂଆଦିଲ୍ଲୀ ୨୬।୧୧: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ଦେଶର ରାଜନୀତି ଏବେ ବେଶ ଉଷ୍ମ। ନିର୍ବାଚନ ରଣାଙ୍ଗନକୁ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଏବେ ପ୍ରବେଶ କରିଛନ୍ତି। ରାଜ୍ୟ ଲାଗି ବିକାଶର ଅନେକ ଯୋଜନା ଘୋଷଣା କରୁଛନ୍ତି। ସଭା ସମିତିମାନଙ୍କରେ ମୋଦି ଓ ବିଜେପି ନେତାମାନେ ଯୋଗୀଙ୍କ ପୂର୍ବବର୍ତ୍ତି ସରକାରଙ୍କ ଉପରେ ଦୋଷାରୋପଣ କରୁଥିବା ବେଳେ ଗତ ୭୦ ବର୍ଷ ହେଲା ୟୁପିକୁ ତା ନାଜ୍ୟରୁ ବଞ୍ଚିତ ରଖିଥିବାର କହୁଛନ୍ତି।

ତେବେ ଏ ନେଇ ପୂର୍ବତନ କେନ୍ଦ୍ର ଅର୍ଥମ ନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ସାଂସଦ ପି.ଚିଦାମ୍ବରମ ଶୁକ୍ରବାର ଏକ ଟ୍ୱିଟ୍‌ କରିଛନ୍ତି। ଏଥିରେ ମୋଦିଙ୍କ ଭାଷଣ ଉଲ୍ଲେଖ କରିଥିବା ବେଳେ ଅଚାନକ ବିଜେପି ମୁଖିଆଙ୍କ ଏପରି ଭାବାନ୍ତରକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଏଥିରେ ରାଜନାଥ ସିଂହ, ରାମପ୍ରକାଶ  ଗୁପ୍ତା ଓ କଲ୍ୟାଣ ସିଂହ କଣ କରିଛନ୍ତି ଯେଉଁଥିପାଇଁ ମୋଦି ସେମାନଙ୍କୁ ରାଜ୍ୟ ବିକାଶରେ ବାଧକ ବୋଲି କହୁଥିବାର ପ୍ରଶ୍ନ ଉଠାଇଛନ୍ତି।

ପ୍ରଧାନମନ୍ତ୍ରୀ ସବୁ ସଭାସମିତି ମଞ୍ଚରେ ଦେଶରେ ଗତ ୭୦ ବର୍ଷ ହେଲା ସରକାରମାନେ କିଛି କରିନଥିବାର ଖୋଲାଖୋଲି ଘୋଷଣା କରୁଛନ୍ତି। ଏଥିରେ ୟୁପିରେ ବି ଗତ କିଛି ବର୍ଷ ହେଲା ସରକାରମାନେ ରାଜ୍ୟକୁ ତାର ହକ ଦେବାରେ ଅବହେଳା କରିଥିବା ବି କହୁଛନ୍ତି। ୭୦ ବର୍ଷରେ ରାଜ୍ୟକୁ ୨୫ ବର୍ଷ ବିଜେପି ଶାସନ କରିଛି। ଯେଉଁଥିରେ ରାଜ୍ୟର ତଥା ଦେଶର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହ ରାଜ୍ୟକୁ ଲାଗଲାଗ ଦୁଇଟି ଅବଧିରେ୧୦ ବର୍ଷ ଶାସନ କରିଥିବା ଚିଦାମ୍ବରମ କହିଛନ୍ତି।

ତାଙ୍କ ପରେ ବିଜେପି ମୁଖ୍ୟମନ୍ତ୍ରୀ ରାମପ୍ରକାଶ ଗୁପ୍ତା ୫ ବର୍ଷ ରାଜ୍ୟ ସମ୍ଭାଳିଥିବା ବେଳେ ଏବେକା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ୫ ବର୍ଷ ରାଜ୍ୟର ମୁଖ୍ୟମନ୍ତ୍ରୀ ରହିଛନ୍ତି। ଏଥିରେ ରାଜ୍ୟ ପ୍ରତି ଏମାନଙ୍କ କର୍ତ୍ତବ୍ୟକୁ ମୋଦି କିପରି ଭୁଲି ଯାଉଛନ୍ତି ବୋଲି ଚିଦାମ୍ବରମ ପ୍ରଶ୍ନ କରିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ୟୁପିରେ କେବଳ କଂଗ୍ରେସ ନୁହେଁ ବସପା ଓ ସପା ମଧ୍ୟ ସରକାର କରିଛନ୍ତି। ତେବେ ଏଥିରେ ରାଜ୍ୟକୁ ବିଜେପି ୨୫ ବର୍ଷକାଳ ଶାସନ ଲାଗି ବିଜେପି ମଧ୍ୟ ଜନାଦେଶ ପାଇଥିଲା। ସେତେବେଳେ ବିଜେପି ମୁଖ୍ୟମନ୍ତ୍ରୀମାନେ ରାଜ୍ୟର ହକ୍‌ କୁ କିପରି ଦବାଇଲେ ବୋଲି ସେ ପ୍ରଶ୍ନ କରିଛନ୍ତି।

ଚିଦାମ୍ବରମ କହିଛନ୍ତି ଯେ କେବଳ ୟୁପି ନୁହେଁ ଦେଶର ଅନେକ ରାଜ୍ୟରେ ବିଜେପିକୁ ଅନେକ ବାର ଜନାଦେଶ ମିଳିଛି।  ହେଲେ ପ୍ରଧାନମନ୍ତ୍ରୀଙ୍କ କହିବା କଥା ହେଲା ବିଜେପିର ମୁଖ୍ୟମନ୍ତ୍ରୀମାନେ କେବେ କିଛି ବି କରିନଥିଲେ କି କରି ନାହାନ୍ତି ବୋଲି ଚିଦାମ୍ବରମ କହିଛନ୍ତି। ତେବେ ଚିଦାମ୍ବରମଙ୍କ ଏହା ପ୍ରଥମ ଟ୍ୱିଟ୍‌ ନୁହେଁ। କୃଷି ଆଇନ ପ୍ରତ୍ୟାହାର କାଳରେ ମଧ୍ୟ ସେ ଟ୍ୱିଟ୍‌ କରିଥିଲେ।  ଏଥିରେ ପ୍ରାଧାନମନ୍ତ୍ରୀ ନୀତି ନୁହେଁ କି ହୃଦୟ ପରିବର୍ତ୍ତନ ନୁହେଁ ନିର୍ବାଚନ ଡରରେ ଆଇନ ଫେରାଇ ନେଉଛନ୍ତି ବୋଲି ଉଲ୍ଲେଖ କରିଥିଲେ।

   Related Posts