Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ନବରଙ୍ଗପୁର ପାପଡାହାଣ୍ଡି ବ୍ଲକ ହାତିବାରୀ ଗାଁରେ ହାଡଫୁଟି ଆତଙ୍କ : ରୋଗ ଭଲ କରିବା ପାଇଁ ଝଡାଫୁଙ୍କା ସହ ଦେଶୀ ଚିକିତ୍ସାର ଆଶ୍ରୟ ନେଉଛନ୍ତି ଲୋକେ

22/09/2019 at 8:59 AM

ନବରଙ୍ଗପୁର୨୨/୯:  ନବରଙ୍ଗପୁର ପାପଡାହାଣ୍ଡି ବ୍ଲକ ମାଝିଗୁଡା ହାତିବାରୀ ଗାଁରେ ବ୍ୟାପୁଛି ହାଡଫୁଟି । ଏହି ବାୟୁବାହିତ ରୋଗରେ ଗାଁର ୨୦ରୁ ଅଧିକ ଲୋକେ ଏବେ ସଂକ୍ରମିତ । ତେବେ ରୋଗ ବ୍ୟାପୁଥିବାରୁ ଲୋକେ ଆତଙ୍କିତ ହୋଇପଡିଛନ୍ତି । ଲୋକେ ଡାକ୍ତରଙ୍କ ବଦଳରେ ଝଡାଫୁଙ୍କା ସହ  ଦେଶୀ ଚିକିତ୍ସାର ଆଶ୍ରୟ ନେଉଛନ୍ତି ।

ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ହାତିବାରୀ ଗାଁରେ ହାଡଫୁଟି ଆତଙ୍କ । ଗାଁରେ ଏବେ  ୨୦ରୁ ଉର୍ଦ୍ଧ୍ବ ଲୋକେ ଆକ୍ରାନ୍ତ ହୋଇଛନ୍ତି । ତେବେ ବଡକଥା ହେଉଛି ଲୋକେ ଡାକ୍ତରୀ ଚିକିତ୍ସା ବଦଳରେ ଝଡାଫୁଙ୍କା ଓ ଗାଁ ଦିଶାରିଙ୍କ ଆଶ୍ରୟ ନେଉଛନ୍ତି । ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ।  ଗ୍ରାମବାସୀଙ୍କ ଅଭିଯୋଗ ବାହାର ରାଜ୍ୟରୁ କାମ କରିବାକୁ ଯାଇଥିବା ଲୋକେ ହାଡଫୁଟିରେ ଆକ୍ରାନ୍ତ ହୋଇ ଗାଁକୁ ଫେରୁଛନ୍ତି । ଫଳରେ ରୋଗ ବ୍ୟାପୁଛି । ଗାଁକୁ ଠାକୁରାଣୀ ଆସିଥଇବା କହି ଝଡାଫୁଙ୍କା ସହ  ଗୁଣିଆ ମାନଙ୍କ ଉପରେ ନିର୍ଭର କରୁଛନ୍ତି ଲୋକେ ।

ହାତିବାରୀ ଅଞ୍ଚଳରେ ହାଡଫୁଟି ବ୍ୟାପିବା ଖବର ପାଇ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଟିମ୍ ଗାଁରେ ପହଞ୍ଚି ସଂକ୍ରମିତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ଔଷଧ ହଣ୍ଟନ କରିଛନ୍ତି । ଏହା ଏକ ବାୟୁ ବାହିତ ସଂକ୍ରମକ ରୋଗ ହୋଇଥିବାରୁ ଝଡାଫୁଙ୍କା ଓ ଗୁଣିଆଠୁ ଦୂରରେ ରହିବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ।

ହାଡଫୁଟି ରୋଗ ଅଧିକ ବ୍ୟାପିବାର ଆଶଙ୍କା ଥିବାରୁ ତୁରନ୍ତ ପ୍ରତିଷେଧକ ଯୋଗାଇବା ସହ ସଚେତନତା ଜରୁରି ହୋଇପଡିଛି ।

   Related Posts