Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୦ ଡିସଚାର୍ଜ
  • ||
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଟଳିଲା ବାର୍ଡଫ୍ଲୁ ଭୟ – OUATର ୧ କିଲୋମିଟର ପରିଧି ଭିତରେ ସରିଲା କୁକୁଡା ମରା

30/01/2020 at 6:15 PM

ଭୁବନେଶ୍ୱର ୩୦।୦୧ – ଟଳିଲା ବାର୍ଡଫ୍ଲୁ ଭୟ । OUATର  ୧ କିଲୋମିଟର ପରିଧି ଭିତରେ  ସରିଲା କୁକୁଡା ମରା । ଏ ସବୁ ଅଂଚଳରେ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବ ସ୍ବାସ୍ଥ୍ୟ ବିଭାଗ । 

OUATରେ ବାର୍ଡ ଫ୍ଲୁ ନେଇ ରାଜଧାନୀରେ କେନ୍ଦ୍ରୀୟ ଟିମର ତନାଘନା ଆରମ୍ଭ ହୋଇଛି  । କାହିଁକି  OUAT ପଲଟ୍ରି  ଫାର୍ମରେ ବ୍ୟାପିଲା  ବାର୍ଡ  ଫ୍ଲୁ ? 

   କୁକୁଡା ପାଳନ ଓ ଗବେଷଣା ପାଇଁ OUAT କର୍ତ୍ତୃପକ୍ଷ SPO ପାଳନ କରୁଥିଲେ କି ନାହିଁ ? ଏସବୁର  ଯାଂଚ କରୁଛି  କେନ୍ଦ୍ରୀୟ ଟିମ। ଏଥି ସହ ଚିଲିକା, ଭିତରକନିକା ଭଳି ବିଭିନ୍ନସ୍ଥାନରୁ  ୧୪ ହଜାର    ପକ୍ଷୀଙ୍କ ସାମ୍ପଲ  ସଂଗ୍ରହ କରି   ଆନିମଲ ଡିଜିଜ ରିସର୍ଚ୍ଚ ସେଣ୍ଟରକୁ ପଠାଯାଇଛି।

OUAT ପରିସରର ଠାରୁ ୩ କିଲୋମିଟର ଭିତରେ ଲୋକଙ୍କର ପ୍ରତିଦିନ ସ୍ବାସ୍ଥ୍ୟ ପରୀକ୍ଷା ହେବ। ସେହିଭଳି ୩ କିଲୋମିଟରରୁ ୧୦ କିଲୋମିଟର ଭିତରେ ଥିବା ଲୋକଙ୍କର ସପ୍ତାହକୁ ୨ ଥର ସ୍ବାସ୍ଥ୍ୟ ପରୀକ୍ଷା ହେବ। ବିଶେଷ କରି ଯେଉଁମାନେ ଥଣ୍ଡା ଓ ଜ୍ବରରେ ପୀଡ଼ିତ ଥିବେ ସେଇମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷାକୁ ଅଧିକ ଗୁରୁତ୍ବ ଦିଆଯିବ ।

ସ୍ବାସ୍ଥ୍ୟ ବିଭାଗର ମୋବାଇଲ ଟିମ ଘର ଘର ବୁଲି ଲୋକମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବେ। ଏମିତିକି  ଯେଉଁମାନେ କୁକୁଡା ମରାରେ ସାମିଲ ହୋଇଛନ୍ତି ସେମାନଙ୍କର ଦିନକୁ ୨ଥର ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ପ୍ରତିଷେଧକ ମେଡିସିନ ଖାଇବାକୁ ଦିଆଯାଉଛି।

ବିଶେଷ କରି  ନଭେମ୍ବର ଠାରୁ  ଫେବ୍ରୁଆରୀ  ମଧ୍ୟରେ  ସାଇବେରିଆରୁ ବିଦେଶୀ  ପକ୍ଷୀ  ଓଡିଶା  ଆସିଥାନ୍ତି। ଯାହା ଫଳରେ  ଏହି ସମୟରେ ବାର୍ଡ ଫ୍ଲ ବ୍ୟାପିବାର ପୁର୍ବରୁ  ନଜିର  ରହିଛି। ସେପଟେ ସହରର  ଜନବସତି ମଧ୍ୟରେ  କୁକୁଡା ଫାର୍ମ ଥିବାରୁ  ଅସନ୍ତୋଷ ପ୍ରକାଶ ପାଇଛି। 

ସହର ଭିତରୁ କୁକୁଡ଼ା ଫାର୍ମ  ସ୍ଥାନାନ୍ତର ନେଇ  ସରକାର ଚିନ୍ତା କରିବେ ବୋଲି କହିଛନ୍ତି ମତ୍ସ୍ୟ ଓ ପ୍ରାଣି ସମ୍ପଦ ବିଭାଗ ସଚିବ।

   Related Posts