ଏଟିଏମ୍‌ରେ ନାହିଁ ଟଙ୍କା, କିଲେ ଚିକେନ୍ ବିକ୍ରି ହେଉଛି ୫ଶହରେ

Published By : Prameya-News7 Bureau | December 15, 2019 IST

ଗୌହାଟୀ ୧୫।୧: ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟୁଥିବା ଦେଖିବାକୁ ମିଳିଛି । ଆସାମରେ ମଧ୍ୟ ଏହାକୁ ବିରୋଧ କରାଯାଉଛି । ବିରୋଧ ବେଳେ ବ୍ୟାପକ ହିଂସାକାଣ୍ଡ ଘଟୁଛି । ହିଂସାକାଣ୍ଡ ପରେ କର୍ଫ୍ୟୁ ମଧ୍ୟ ଜାରି କରାଯାଇଥିଲା । ଏହା ଫଳରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି ।

ଗୌହାଟୀରେ ଲୋକମାନେ ଉତ୍କଟ ଖାଦ୍ୟ ସମସ୍ୟା ମଧ୍ୟଦେଇ ଗତିକରୁଥିବା ଦେଖିବାକୁ ମିଳୁଛି । ଯାହା ଖାଦ୍ୟ ମିଳୁଛି ତାହା ଅତ୍ୟଧିକ ମୂଲ୍ୟରେ ବିକ୍ରି କରାଯାଉଛି । ଏମିତିକି ଏଟିଏମ ମେସିନ ଟଙ୍କା ଶୂନ୍ୟ ହୋଇଯାଇଥିବା ବେଳେ କାର୍ଡ ସ୍ବାଇପ୍ ମେସିନ ଅକାମୀ ହୋଇଯାଇଛି ।

ସେହିପରି ତେଲ ଟାଙ୍କି ଗୁଡିକରେ ମଧ୍ୟ ତେଲର ଅଭାବ ଦେଖାଦେଇଛି । ତୈଳ ଯୋଗାଣରେ ସମସ୍ୟା, ଟଙ୍କାର ସମସ୍ୟା ଏବଂ ଇଣ୍ଟରନେଟ୍ ସମସ୍ୟା ଥିବାରୁ ଟଙ୍କା ଟାଙ୍କିରେ ତେଲର ଅଭାବ ଦେଖାଦେଇଛି ।

୭ଘଣ୍ଟା କର୍ଫ୍ୟୁ କୋହଳ ସମୟରେ ବଜାରରେ ଭିଡ ଦେଖିବାକୁ ମିଳିଥିଲା । ଶନିବାର ସକାଳୁ ମାର୍କେଟ୍ ଖୋଲିବା ପରେ ପିଆଜ ଦର କେଜି ପ୍ରତି ୨୫୦ ଟଙ୍କା, ଆଳୁ ଦର କେଜି ପ୍ରତି ୬୦ ଟଙ୍କା ରହିଥିଲା । ଚିକେନ୍ ଦର କେଜି ପ୍ରତି ୫୦୦ ଟଙ୍କା । ମାଛ କେଜି ପ୍ରତି ୪୨୦ ଟଙ୍କା ରହିଛି । ପାଳଙ୍ଗ ସାଗ ବିଡା ପ୍ରତି ୧୦ଟଙ୍କା ବିକ୍ରି ହେଉଥିବା ବେଳେ ଏବେ ୬୦ଟଙ୍କାରେ ବିକ୍ରି କରାଯାଉଛି । ଗୌହାଟୀକୁ ଉପାନ୍ତ ଅଞ୍ଚଳରୁ ପନିପରିବା ଆସିଥାଏ ।

ଅନ୍ୟପଟେ ଏଟିଏମ୍ ଗୁଡିକ ଖୋଲିବା କ୍ଷଣି ସେଠାରେ ଲୋକଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଥିଲା । ଚାହୁଁ ଚାହୁଁ ଏଟିଏମଗୁଡିକରୁ ଟଙ୍କା ମଧ୍ୟ ସରିଯାଇଥିଲା । ଇଣ୍ଟରନେଟ୍ ସଂଯୋଗ ବିଚ୍ଛିନ୍ନ ଥିବାରୁ ପିଓଏସ୍ ମେସିନ ମଧ୍ୟ ଅଚଳ ହୋଇପଡିଥିଲା । ଶନିବାର ଦିନ ଏସବିଆଇ ମୋବାଇଲ ଏଟିଏମ ଭ୍ୟାନ୍ ବ୍ୟବସ୍ଥା କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.