Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର ; ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଗଣେଶ ନଗରରେ ପୁଲିସ୍ ର ଚଢାଉ
  • ||
  • ନକଲି ଟମାଟ, ଚିଲି, ସୋୟା ସୋସ୍ ୟୁନିଟ୍ ଉପରେ ଚଢାଉ
  • ||
  • କେତେ ପରିମାଣର ନକଲି ସାମଗ୍ରୀ ଜବତ, ତାହା ତଦନ୍ତ ପରେ ଜଣାପଡିବ ବୋଲି ପୁଲିସର ସୂଚନା
  • ||
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||

କୁକୁଡ଼ା କିଲୋ ହେଲା ୨୦ ଟଙ୍କା: ବିକ୍ରି ନ ହେଲେ ମାହାଳିଆ ଦେବାକୁ ବାଧ୍ୟ ହେବେ ଫାର୍ମ ମାଲିକ

14/01/2021 at 12:48 PM

ନୂଆଦିଲ୍ଲୀ ୧୪/୦୧ : କୁକୁଡ଼ା କିଲୋ ୨୦ ରୁ ୨୫ ଟଙ୍କା ହୋଇଗଲାଣି। କୁକୁଡ଼ା ଫାର୍ମ ମାଲିକ ଯେକୌଣସି ପ୍ରକାରେ କୁକୁଡ଼ା ବିକ୍ରି କରିବାକୁ ଚାହୁଁଛନ୍ତି। ୨୦ ଟଙ୍କା କିଲୋରେ ବିକ୍ରି ନ ହେଲେ ଦାମ ଆହୁରି କମ କରିବାକୁ ମଧ୍ୟ ରାଜି ଅଛନ୍ତି ଫାର୍ମ ମାଲିକ। ଏପରିକି ଦରକାର ପଡିଲେ ମାହାଳିଆ ବାଣ୍ଟିବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି। କୁକୁଡ଼ା ଫାର୍ମ ମାଲିକ ବର୍ତ୍ତମାନ କୁକୁଡ଼ା ୪-୬ ଦିନରୁ ଅଧିକ ଫାର୍ମରେ ରଖି ପାରିବେନି। ଯେଉଁଠାରେ ବାର୍ଡ଼ ଫ୍ଲୁର କୌଣସି ପ୍ରଭାବ ନାହିଁ ସେଠାରେ କୁକୁଡ଼ା ବିକ୍ରି କରିବାକୁ ଅନୁମତି ଦେବାକୁ ଫାର୍ମ ମାଲିକ ସରକାରଙ୍କୁ ଦାବି କରିଛନ୍ତି।

ଜଣେ ଫାର୍ମ ମାଲିକ କହିଛନ୍ତି, ଅଣ୍ଡା ଦେଉଥିବା ଲେୟର କୁକୁଡ଼ା ଦାମ୍ ୨୫ ଟଙ୍କା କିଲୋ ହୋଇଗଲାଣି। ଚିକେନ ବ୍ୟାନ ହେବ କାରଣରୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ବୋଲି ସେ କହିଛନ୍ତି।

ଫାର୍ମ ବିଶେଷଜ୍ଞ ଅନିଲ ଶାକ୍ୟା କହିଛନ୍ତି, ଅଣ୍ଡା ଦେଉଥିବା ଲେୟର କୁକୁଡ଼ାର ଅଣ୍ଡା ଦେବାର ଏକ ସମୟ ଥାଏ। ଏହି ସମୟ ପାଖେଇ ଆସିଲେ କୁକୁଡ଼ା ଅଣ୍ଡା ଦେବା କମ୍ କରିଦେଇଥାଏ। କିଛି ସମୟରେ କୁକୁଡ଼ା ଅଣ୍ଡା ଦେବା ବନ୍ଦ ମଧ୍ୟ କରିଦିଅନ୍ତି। କିନ୍ତୁ କୁକୁଡ଼ା ସେତେବେଳେ ସେହି ୧୦୦ ରୁ ୧୨୫ ଗ୍ରାମ ଦାନା ଖାଇଥାଏ। ସେଥିପାଇଁ ଯେତେବେଳେ କୁକୁଡ଼ା ୬୦-୭୦ ପ୍ରତିଶତ ଅଣ୍ଡା ଦେବା କମ୍ କରିଦେଇଥାଏ ତାକୁ ଚିକେନ ପାଇଁ ବିକ୍ରି କରିଦିଆଯାଇଥାଏ। ଯେଉଁ ଅଣ୍ଡାରୁ କୁକୁଡ଼ା ଛୁଆ ଅଣାଯାଇଥାଏ ସେହି କୁକୁଡ଼ାଙ୍କ ଅବସ୍ଥା ମଧ୍ୟ ବର୍ତ୍ତମାନ ସେହିଭଳି ବୋଲି ସେ କହିଛନ୍ତି।

   Related Posts