ଲଗାତାର ୪୫୦ ଦିନ ହେଲା ଚିକେନ ଖାଉଛନ୍ତି ଏହି ଚିକେନ ଲଭର: ପ୍ରତିଦିନ ଡ଼ିସର ଫଟୋ ସେୟାର କରନ୍ତି ଇନ୍ସଟାଗ୍ରାମରେ

Published By : Prameya-News7 Bureau | March 16, 2019 IST

ଦିଲ୍ଲୀ ୧୬/୩ : ଦୁନିଆରେ ଚିକେନ ଲଭର ବହୁତ ଲୋକ ଅଛନ୍ତି | ଏମିତିକି ଆପଣଙ୍କ ସାଙ୍ଗମାନଙ୍କ ଗ୍ରୁପରେ ମଧ୍ୟ ୨/୩ ଜଣ ଚିକେନ ଲଭର ତ ନିଶ୍ଚୟ ଥିବେ | ଚିକେନ ଖାଇବାକୁ ଭଲା କିଏ ଭଲନପାଇ | କିନ୍ତୁ ଏଇଠି ପ୍ରଶ୍ନ ଉଠୁଛି ଆପଣ ଯଦି ଚିକେନ ଖାଇବାକୁ ଏତେ ପସନ୍ଦ କରନ୍ତୁ ତାହେଲେ ଲଗାତାର କେତେଦିନ ଯାଏଁ ଚିକେନ ଖାଇପାରିବେ ?

{"id":94160,"width":575,"height":345}

ବେଶୀରୁ ବେଶୀ ଗୋଟିଏ ସପ୍ତାହ, ୨ ସପ୍ତାହ କିମ୍ବା ମାସେ | କିନ୍ତୁ ଆପଣଙ୍କ ଠାରୁ ବଢ଼ିକି ମଧ୍ୟ ଜଣେ ଚିକେନ ଲଭର ଅଛି | ଏହି ବ୍ୟକ୍ତି ଜଣକ ୪୫୦ ଦିନ ପର୍ଯ୍ୟନ୍ତ କେବଳ ଚିକେନ ହିଁ ଖାଇଛନ୍ତି | ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ କିନ୍ତୁ କଥାଟି ସମ୍ପୂର୍ଣ ସତ |

{"id":94161}


ଏହି ବ୍ୟକ୍ତି ଜଣକ ୨୦୧୭ ମସିହା ସେପ୍ଟେମ୍ବର ମାସରୁ ଭାତ ଏବଂ ଚିକେନ ଖାଇବା ଅଭିଯାନ ଆରମ୍ଭ କରିଥିଲେ | ସେହିଦିନ ଠାରୁ ଏହି ବ୍ୟକ୍ତିଜଣକ ପ୍ରତିଦିନ ଚିକେନ ହିଁ ଖାଉଛନ୍ତି ଏବଂ ପ୍ରତିଦିନ ଖାଇବାର ଫଟୋ ଅପଲୋଡ଼ କରିଥାନ୍ତି | ତାଙ୍କ ଇନ୍ସଟାଗ୍ରାମ ପେଜକୁ ଗଲେ ଆପଣ ଦେଖିପାରିବେ ତାଙ୍କର ପ୍ରତିଦିନର ଚିକେନ ଡିସ | ବ୍ୟକ୍ତିଙ୍କ ନାଁ ହେଲା kuey peng | ସେ ରୁହନ୍ତି ସିଙ୍ଗାପୁରରେ |

{"id":94162}

ବ୍ୟକ୍ତି ଜଣକ ପ୍ରତିଦିନ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଇନ୍ସଟାଗ୍ରାମରେ ନିଜ ଖାଇବାର ଫଟୋ ଅର୍ଥାତ ଚିକେନ ଡିସର ଫାଟି ଛାଡ଼ିଥାନ୍ତି | ଏବେ ପର୍ଯ୍ୟନ୍ତ ତାଙ୍କ ପେଜକୁ ୧୧ ହଜାରରୁ ଅଧିକ ଲୋକ ଫଲୋ କରୁଛନ୍ତି | ବ୍ୟକ୍ତି ଜଣକ ନିଜକୁ 'ji fan fan' ବୋଲି କୁହନ୍ତି, ଯାହାର ଅର୍ଥ ହେଲା ଚିକେନ ରାଇସ ଫ୍ୟାନ ବା ଭାତ ଏବଂ ଚିକେନର ପ୍ରଶଂସକ |

{"id":94163}


ବ୍ୟକ୍ତି ଜଣକ ଏବେ ପର୍ଯ୍ୟନ୍ତ ୧ ଲକ୍ଷ ୩୭ ହଜାର ଟଙ୍କାର ଚିକେନ ଖାଇସାରିଲେଣି |

{"id":94164}


ଚିକେନ ପ୍ରତି ଏହି ବ୍ୟକ୍ତି ଜଣକର ଭଲ ପାଇବା ଏତେ ଗଭୀର ଯେ, ସେ ୩୬୫ ଦିନ ଅର୍ଥାତ ବର୍ଷ ସାରା ଚିକେନ ଖାଉଥିବା ଅଭ୍ୟାସ ବର୍ଷେ ପୁରିବା ପରେ ଚିକେନ ଜନ୍ମଦିନ ପାଳନ କରିଥିଲେ ଏବଂ ଇନ୍ସଟାରେ ଫଟୋ ଅପଲୋଡ଼ କରିଥିଲେ |

{"id":94165}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.