କୁକୁଡାମରା ଅଭିଯାନ ଜାରି : ଓୟୁଏଟିରେ ୯୧୫ କୁକୁଡା ମାରି ପୋତିଲା ରାପିଡ୍ ରେସ୍‌ପନ୍ସ ଟିମ୍

Published By : Prameya-News7 Bureau | January 29, 2020 IST

ଭୁବନେଶ୍ବର ୨୯।୧: ବାର୍ଡ ଫ୍ଲୁ ନିୟନ୍ତ୍ରଣ ପାଇଁ କୁକୁଡା ମରା ଅଭିଯାନ ଜାରି ରହିଛି । ପ୍ରଥମେ ଓୟୁଏଟି ଫାର୍ମରେ ଥିବା ୭୯୮ ଲେୟର କୁକୁଡାକୁ ମିଶାଇ ମୋଟ୍ ୯୨୨ଟି ପକ୍ଷୀଙ୍କୁ ମାରି ପୋତି ଦେଇଛନ୍ତି ରାପିଡ ରେସପନ୍ସ ଟିମ୍ । ଏହାସହ କୁକୁଡା ଫାର୍ମର ୧୨ଶହ ୨୫ଟି ଅଣ୍ଡା, ୨୩ ଶହ ୫୦ କିଲୋଗ୍ରାମ କୁକୁଡା ଦାନାକୁ ପୋତି ଦିଆଯାଇଛି ।

{"id":217373,"sizeSlug":"large"}

ଓୟୁଏଟିର ୧ କିଲୋମିଟର ରେଡିଅସ ଭିତରେ ସମୁଦାୟ ୯୧୫ଟି କୁକୁଡା  ଓ ୭ଟି ବତକ ମାରି ପୋତିଛି ରାପିଡ ରେସପନ୍ସ ଟିମ୍ । ଏହାସହ ୪ ହଜାର ୬୩୧ ଅଣ୍ଡା, ୨ ହଜାର ୩୫୭ କିଲୋ କୁକୁଡା ଖାଦ୍ୟ ଏବଂ କୁକୁଡା ଖାତରେ ପୋତାଯାଇଛି ।

{"id":217374,"sizeSlug":"large"}

କୁକୁଡା ଦୋକାନୀ ଓ ଚାଷୀଙ୍କ କ୍ଷତିପୂରଣ ଦିଆଯାଇଛି । ବ୍ରଏଲର ଚିଆଁ ପିଛା ୨୦ ଟଙ୍କା,  ବ୍ରଏଲର କୁକୁଡା ପ୍ରତି  ୭୦ ଟଙ୍କା, ଲେୟର କୁକୁଡା ପ୍ରତି ୯୦ ଟଙ୍କା, ବତକ ପ୍ରତି ୧୩୫ ଟଙ୍କା, ଅଣ୍ଡାପ୍ରତି ୩ ଟଙ୍କା, କୁକୁଡା ଦାନା କିଲୋ ପିଛା ୧୨ ଟଙ୍କା ହିସାବରେ କ୍ଷତିପୂରଣ ଦିଆଯାଇଛି । ଓୟୁଏଟି କୁକୁଡା ଫାର୍ମରେ ମୋଟ୍ ୧୭  ହଜାର ୮୮୭ ଟଙ୍କା ପ୍ରଦାନ କରାଯାଇଛି ।

{"id":217375,"sizeSlug":"large"}

ବାର୍ଡ ଫ୍ଲୁ ଯେପରି ଅଧିକ ସଂକ୍ରମଣ ନହେବ ସେଥିପାଇଁ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ନନ୍ଦନକାନନ ପକ୍ଷୀ ଉଦ୍ୟାନର ଅନେକ ପକ୍ଷୀଙ୍କ ଲାଳ ଓ ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଇଥିବା ଜଣାପଡିଛି। ପରବର୍ତ୍ତୀ ସମୟରେ ଭୁନେଶ୍ବରରେ ଥିବା ଅନ୍ୟ ଚିକେନ୍ ସେଣ୍ଟର ଓ କୁକୁଡା ଫାର୍ମଗୁଡ଼ିକରୁ ନମୁନା ସଂଗ୍ରହ କରାଯିବ ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.