ବଢିଲା ଚିକେନ୍ ଓ ଅଣ୍ଡା ଦାମ୍: ଜାଣନ୍ତୁ ଦର ବୃଦ୍ଧିର କାରଣ କଣ ?

Published By : Prameya-News7 Bureau | July 20, 2021 IST

ନୂଆଦିଲ୍ଲୀ ୨୦/୦୭ : କରୋନା ସଙ୍କଟ ସମୟରେ ଫଳ, ପନିପରିବା, କ୍ଷୀର, ଡାଲି, ତେଲ ଆଦି ମହଙ୍ଗା ହୋଇଛି। ବର୍ତ୍ତମାନ ମହାମାରୀର ପ୍ରତ୍ୟକ୍ଷ ପ୍ରଭାବ କୁକୁଡ଼ା ଉତ୍ପାଦ ଉପରେ ମଧ୍ୟ ଦେଖାଯାଉଛି। ଚିକେନ୍ ଏବଂ ଅଣ୍ଡାର ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। କରୋନାର ଦ୍ୱିତୀୟ ଲହର ସମୟରେ ଚିକେନ କିଲୋ ପ୍ରତି ୧୪୦ ରୁ ୧୬୦ ଟଙ୍କାରେ ବିକ୍ରି ହେଉଥିଲା। ବର୍ତ୍ତମାନ ଚିକେନ କିଲୋ ପ୍ରତି ୨୫୦ ରୁ ୨୮୦ ଟଙ୍କାରେ ବିକ୍ରି ହେଉଛି। ଏଥି ସହିତ କଞ୍ଚା ଅଣ୍ଡା ମୂଲ୍ୟ ମଧ୍ୟ ୫ ରୁ ୭ ଟଙ୍କାକୁ ବୃଦ୍ଧି ପାଇଛି।

ପୋଲ୍ଟ୍ରି ଫେଡେରେସନ୍ ଅଫ୍ ଇଣ୍ଡିଆର ସଭାପତି ରମେଶ ଖତ୍ରି କହିଛନ୍ତି, “ମକା, ସୋୟାବିନ, ବାଜରା ଏବଂ ସୋୟା ଭଳି କଞ୍ଚାମାଲର ମୂଲ୍ୟ ବୃଦ୍ଧି ହେତୁ କୁକୁଡ଼ା ଖାଦ୍ୟର ମୂଲ୍ୟ ୫୦ ରୁ ୬୦ ପ୍ରତିଶତ ବୃଦ୍ଧି ପାଇଛି। କୁକୁଡ଼ା ଫାର୍ମ ସହ ଜଡିତ ଚାଷୀ କଞ୍ଚାମାଲର ଦର ବୃଦ୍ଧି ଯୋଗୁଁ ଚଳିତ ବର୍ଷ ବ୍ୟବସାୟରୁ ଦୂରେଇ ଯାଇଛନ୍ତି। ଦେଶର ଅନେକ ସ୍ଥାନରେ ରୋଗ ହେତୁ କୁକୁଡ଼ାଙ୍କର ମୃତ୍ୟୁ ହେଉଛି। ଏହା ଉତ୍ପାଦନ ଉପରେ ମଧ୍ୟ ପ୍ରଭାବ ପକାଇଛି।"

{"id":483319,"sizeSlug":"large","linkDestination":"none"}

ସେ କହିଛନ୍ତି, ଉଭୟ ଅଣ୍ଡା ଏବଂ ଚିକେନ୍ ସହିତ ଜଡିତ ବ୍ୟବସାୟୀମାନେ ବର୍ତ୍ତମାନ କ୍ଷତିରେ ଅଛନ୍ତି। କୁକୁଡ଼ା ଫାର୍ମରେ କୁକୁଡ଼ା କିଲୋ ପିଚା ୧୨୦ ରୁ ୧୩୦ ଟଙ୍କା ଅଛି। ଖୁଚୁରା ବଜାରରେ ମୂଲ୍ୟ ଏହାଠାରୁ ଅଧିକ ବୋଲି ସେ କହିଛନ୍ତି। ତେବେ ଆଗାମୀ ଦିନରେ ମଧ୍ୟ ଚିକେନ୍ ଏବଂ ଅଣ୍ଡାର ମୂଲ୍ୟ ବୃଦ୍ଧିରୁ ଆଶ୍ବସ୍ତି ମିଳିବାର ଆଶା କମ। କରୋନା ମହାମାରୀ ସମୟରେ ଡାକ୍ତରମାନେ ଲୋକଙ୍କୁ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ କୁକୁଡ଼ା ଉତ୍ପାଦ ବ୍ୟବହାର କରିବାକୁ ପରାମର୍ଶ ଦେଉଛନ୍ତି। ଏହି ଉତ୍ପାଦଗୁଡିକ ମହଙ୍ଗା ହେବାର ଏହା ମଧ୍ୟ ଏକ କାରଣ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.