Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଖଲ୍ଲିକୋଟ : ଜମିଜମା ବିବାଦକୁ କେନ୍ଦ୍ରକରି ଗାଁରୁ ବାସନ୍ଦ, ନ୍ୟାୟ ଦାବିରେ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଆମରଣ ଅନଶନରେ ବସିଲେ ବୃଦ୍ଧ ଦମ୍ପତ୍ତି
  • ||
  • ଭୁବନେଶ୍ବର : ଦରଦାମ୍ ବୃଦ୍ଧି ପ୍ରତିବାଦ ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜଭବନ ସମ୍ମୁଖରେ ବିଜେଡିର ଧାରଣା
  • ||
  • ଭୁବନେଶ୍ବର : ବିଧାନସଭା ଶୀତକାଳୀନ ଅଧିବେଶନ : ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ଧର୍ମଗଡ : ଝୁଲନ୍ତା ଅବସ୍ଥାରେ ମିଳିଲା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||

ଲଗାତାର ୩୬୫ ଦିନ ଧରି ମିସିଗାନ ହ୍ରଦକୁ ଡେଇଁଲେ ସିକାଗୋର ଜଣେ ବ୍ୟକ୍ତି

13/06/2021 at 1:34 PM

ସିକାଗୋ ୧୩/୬: ଯେତେବେଳେ କରୋନା ଭାଇରସ୍ ହେତୁ ବିଶ୍ୱର ଲୋକମାନେ ଚାପ ଗ୍ରସ୍ତ ରହିଛନ୍ତି । ସେତେବେଳେ ଚିକାଗୋର ଜଣେ ବ୍ୟକ୍ତି ନିଜକୁ ଚାପ ମୁକ୍ତ କରିବାର ନିଆରା ଉପାୟ ଖୋଜି ବାହାର କରିଛନ୍ତି । ଉପାୟଟି ହେଉଛି, ମିଚିଗାନ୍ ହ୍ରଦରେ ନିୟମିତ ସନ୍ତରଣ କରିବା । ଏମିତି କରିବା ସହ ଶନିବାର ଦିନ ସେ କ୍ରମାଗତ ଭାବେ ୩୬୫ ତମ ଦିନ ଅତିକ୍ରମ କରିଛନ୍ତି ।

ଗତ ବର୍ଷେ ହେବ ସେ ସହରର ‘ମୋଣ୍ଟ୍ରୋଜ୍ ହାରବର୍’ ହ୍ରଦକୁ ଡେଇଁବା ଆରମ୍ଭ କରିଥିଲେ ବୋଲି ଡାନ୍ ଓ’କନୋର କହିଛନ୍ତି । ୩ ପିଲାଙ୍କ ପିତା ଓ’କନୋର କହିଛନ୍ତି ଯେ ମୁଁ ବିଶ୍ୱର ମହାମାରୀ ସମୟରେ, ପ୍ରଦର୍ଶନ ସମୟରେ, ଏହା ଜାରି ରଖିଥିଲି । ହ୍ରଦକୁ ଡେଇଁପଡିବା ପରେ ମୁଁ ଅନୁଭବ କରିଥିଲି ଯେ ଦୁନିଆର କୌଣସି କଥା ମୋ କାନକୁ ଆସୁନି । ମୁଁ କେବଳ ନିଜ ସହିତ ଅଛି ଏବଂ ଧ୍ୟାନ ସ୍ଥିତିରେ ପହଞ୍ଚିଛି । ”ଓକୋନୋର ଥଣ୍ଡା ସମୟରେ ହ୍ରଦକୁ ଡେଇଁବା ଆରମ୍ଭ କରିଥିଲେ ।

ସେହି ସମୟରେ ହ୍ରଦଟି ଥଣ୍ଡା ହୋଇଯାଇଥିଲା, କିନ୍ତୁ ସେ ଥଣ୍ଡା ପାଣି ମଧ୍ୟରେ ନିର୍ମିତ ଗର୍ତ୍ତ ଭିତରକୁ ଡେଇଁଥିଲେ । ସେ କହିଥିଲେ ଯେ ଏହି ପ୍ରକ୍ରିୟା କରି ଦିନେ ସେ ଜାଣିବାକୁ ପାଇଲେ ଯେ ତାଙ୍କ ଦେହରେ ୨୦ ଟି କ୍ଷତ ଚିହ୍ନ ରହିଛି । ଓକନୋର କହିଛନ୍ତି ଯେ ଲୋକଙ୍କ ପ୍ରୋତ୍ସାହନ ତାଙ୍କୁ ଏହି କାର୍ଯ୍ୟ ଜାରି ରଖିବାକୁ ଉତ୍ସାହିତ କରିଥିଲା । ଶନିବାର ଦିନଟି ମୋ ପାଇଁ ବିଶେଷ ଥିଲା କାରଣ ଏହି ଦିନ ମୁଁ ହ୍ରଦରେ ୩୬୫ ଦିନ ଡେଇଁବା ସମାପ୍ତ କରିଥିଲି ।

   Related Posts