ଟୁଲକିଟ୍‌ ମାମଲା: ସମ୍ବିତ ପାତ୍ରଙ୍କୁ ଛତିଶଗଡ଼ ପୋଲିସର ନୋଟିସ୍‌

Published By : Prameya-News7 Bureau | May 23, 2021 IST

ରାୟପୁର୨୩।୫: କଥିତ ‘ଟୁଲକିଟ୍‌’ ପ୍ରସଙ୍ଗରେ ଛତିଶଗଡ଼ ପୋଲିସ ବିଜେପି ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ନୋଟିସ୍‌ ଜାରି କରିଛି। ପୋଲିସ ନୋଟିସ୍‌ରେ ପାତ୍ରଙ୍କୁ ୨୩ ମେ ଅପରାହ୍ନ ୪ଟା ସୁଦ୍ଧା ରାୟପୁର ସିଭିଲ ଲାଇନ୍‌ ଥାନାରେ ହାଜର ହେବାକୁ କୁହାଯାଇଛି। ଟୁଲ କିଟ୍‌ ପ୍ରସଙ୍ଗରେ ଭ୍ରମାତ୍ମକ ଖବର ପ୍ରସାରଣ ନେଇ ପାତ୍ରଙ୍କ ବିରୋଧରେ ରୁଜୁ ଅଭିଯୋଗ ଆଧାରରେ ପୋଲିସ ତାଙ୍କୁ ନୋଟିସ୍‌ ପଠାଇଛି। ଛତିଶଗଡ଼ ଏନଏସୟୁଆଇ ମୁଖ୍ୟ ଆକାଶ ଶର୍ମା ଭାରତୀୟ ଦଣ୍ଡବିଧି ଆଇନ ଧାରାରେ ଏହି ଅଭିଯୋଗ ରୁଜୁ କରିଛନ୍ତି।

wp:embed {"url":"https://twitter.com/sambitswaraj/status/1394563028629131268","type":"rich","providerNameSlug":"twitter","responsive":true,"className":""}
https://twitter.com/sambitswaraj/status/1394563028629131268
/wp:embed

ଶର୍ମାଙ୍କ ଏହି ଅଭିଯୋଗରେ କଂଗ୍ରେସ ରିସର୍ଚ୍ଚ ୱିଙ୍ଗ ପ୍ରମୁଖ ରୋହନ ଗୁପ୍ତା ସହ ଅଭିଯୋଗକାରୀ ଥିବା ବେଳେ ପୋଲିସ ପାତ୍ରଙ୍କୁ ଭିଡିଓ କନଫରେନସିଂ ହେଉ ଅଥବା ବ୍ୟକ୍ତିଗତ ଭାବେ ଆସି ଥାନାରେ ହାଜର ହେବାକୁ ନୋଟିସ୍ ରେ କହିଛି। ଯଦି ପାତ୍ର ପୋଲିସର ଜବାବ ନ ଦିଅନ୍ତି ତେବେ ବାଧ୍ୟ ହୋଇ ଆଇନଗତ କାର୍ଯ୍ୟାନୁଷ୍ଠାନ କରିବାକୁ ପଡିବ ବୋଲି ମଧ୍ୟ ତାଙ୍କୁ ସତର୍କ କରାଯାଇଛି।

wp:embed {"url":"https://twitter.com/sambitswaraj/status/1394587878152282118","type":"rich","providerNameSlug":"twitter","responsive":true,"className":""}
https://twitter.com/sambitswaraj/status/1394587878152282118
/wp:embed

ଏହା ପୂର୍ବରୁ ପୋଲିସ ମାମଲାରେ ପୂର୍ବତନ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ମଣ ସିଂହଙ୍କୁ ନିଜ ଘରେ ଉପସ୍ଥିତ ରହିବାକୁ ପୋଲିସ ନୋଟିସ୍‌ ଜାରି କରିଥିଲା। କୋଭିଡ ମହାମାରୀରେ ଦେଶରେ ପ୍ରଧାନମନ୍ତ୍ରୀଙ୍କ ଛବି ଖରାପ କରିବା ଲାଗି କଂଗ୍ରେସ ଟୁଲକିଟ୍‌ ବ୍ୟବହାର କରିଥିବା ନେଇ ବିଜେପି  ମେ ୧୮ ତାରିଖ ଦିନ ଅଭିଯୋଗ କରିଥିଲା। ଏ ନେଇ ପାତ୍ର ତାଙ୍କ ଟ୍ୱିଟର ହ୍ୟାଣ୍ଡଲରେ ଏକ ପୃଷ୍ଠା ସେୟାର କରିଥିଲେ। ଯେଉଁଥିରେ ମହାମାରୀ କାଳରେ ଅସହାୟଙ୍କ ସହାୟତା ନିମନ୍ତେ କଂଗ୍ରେସର ‘ଟୁଲ କିଟ୍‌’ କୁ ଦେଖନ୍ତୁ ଓ ଆପଣ ନିଜେ କଂଗ୍ରେସର ଏଜଣ୍ଡା ପଢନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.