ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲେ ‘ଜୁନିୟର କଙ୍ଗନା’, ଇମ୍ପ୍ରେସ୍ ହୋଇ କଙ୍ଗନା କହିଲେ…

Published By : Prameya-News7 Bureau | July 10, 2021 IST

ନୂଆଦିଲ୍ଲୀ ୧୦/୦୭: କଙ୍ଗନା କେବଳ ସୋସିଆଲ ମିଡିଆରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଖୋଲାଖୋଲି ଭାବରେ କଥାବାର୍ତ୍ତା କରନ୍ତି ନାହିଁ, ବରଂ ତାଙ୍କ ଲାଇଫ୍ ସହ ଜଡିତ ଅପଡେଟ୍ସକୁ ମଧ୍ୟ ପ୍ରଶଂସକଙ୍କ ସହ ସେୟାର କରିଥାନ୍ତି । ସୁପରଷ୍ଟାର ତାଲିକାରେ କଙ୍ଗନାଙ୍କ ଲକ୍ଷ ଲକ୍ଷ ଫ୍ୟାନ୍ସ ଅଛନ୍ତି । ଏହି ଫ୍ୟାନ୍ସମାନଙ୍କ ମଧ୍ୟରେ ଜଣେ ଛୋଟ ଫ୍ୟାନ୍ସ ବହୁତ ସ୍ୱତନ୍ତ୍ର । ବାସ୍ତବରେ ଜଣେ ଛୋଟ ଝିଅକୁ ସୋସିଆଲ ମିଡିଆରେ ଛୋଟ କଙ୍ଗନା ନାମରେ ଜଣାଯାଏ । ଛୋଟ କଙ୍ଗନାଙ୍କ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ ।

wp:html
/wp:html

ବାସ୍ତବରେ ଇନଷ୍ଟାଗ୍ରାମରେ ଛୋଟ କଙ୍ଗନା ନାମରେ ଏକ ଆକାଉଣ୍ଟ ଅଛି । ଝିଅଟି ଏହି ଆକାଉଣ୍ଟରେ କଙ୍ଗନାକୁ ଅନୁକରଣ କରି କ୍ରମାଗତ ଭାବରେ ଭିଡିଓ ସେୟାର କରିଥାଏ । ଫ୍ୟାନ୍ସମାନେ ମଧ୍ୟ ଏହି ଭିଡିଓଗୁଡିକୁ ବହୁତ ପସନ୍ଦ କରନ୍ତି ଏବଂ ଏହା ଖୁବ୍ ଭାଇରାଲ୍ ହୋଇଥାଏ । ଏହି ଝିଅଟି କଙ୍ଗନାଙ୍କ ଲୁକ୍ ଏବଂ ଷ୍ଟାଇଲ୍ ଅନୁସରଣ କରି ତାଙ୍କ ଭଳି ଅଭିନୟ କରିବାକୁ ଚେଷ୍ଟା କରିଥାଏ । ବିଶେଷ କଥା ହେଉଛି କଙ୍ଗନା ନିଜେ ଏହି ଛୋଟ ଫ୍ୟାନ୍ସଙ୍କ ଦ୍ୱାରା ବେଶ୍ ପ୍ରଭାବିତ । ଏହି ଝିଅର ଭିଡିଓ ସେୟାର୍ କରି ଅଭିନେତ୍ରୀ ଲେଖିଛନ୍ତି ୱେ ଛୋଟୁ, ପାଠ ପଢୁ ନା ଦିନସାରା ଏହା କରୁ?

wp:html
/wp:html

ୱାର୍କଫ୍ରଣ୍ଟରେ କଙ୍ଗନା ରାଣାୱତ ଅନେକ ପ୍ରୋଜେକ୍ଟରେ କାମ କରୁଛନ୍ତି । ଆଗାମୀ ସମୟରେ ତାଙ୍କୁ ଜୟଲଳିତାଙ୍କ ବାୟୋପିକ୍ ଥାଲାଇଭିରେ ଦେଖିବାକୁ ମିଳିବ। ଏହା ବ୍ୟତୀତ ସେ ଇନ୍ଦିରା ଗାନ୍ଧୀଙ୍କ ବାୟୋପିକରେ ଏବଂ ଆକ୍ସନ୍ ପ୍ୟାକ୍ ଫିଲ୍ମ ଧାକାଡରେ ମଧ୍ୟ ନଜର ଆସିବେ। ତାଙ୍କ ପ୍ରୋଜେକ୍ଟରେ ଫିଲ୍ମ 'ତେଜସ୍' ମଧ୍ୟ ଅନ୍ତର୍ଭୁକ୍ତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.