ଅଣ୍ଡରୱାଲର୍ଡ ଡନ୍ ଛୋଟା ଶକିଲର ବଡ ବୟାନ : କହିଲା-'କରାଚୀରେ ନାହିଁ ଦାଉଦ ଇବ୍ରାହିମ୍'

Published By : Prameya-News7 Bureau | August 26, 2020 IST

ନୂଆଦିଲ୍ଲୀ ୨୬/୦୮ : ଅଣ୍ଡରୱାଲର୍ଡ ଡନ ଛୋଟା ଶକିଲ ଅସ୍ବୀକାର କରିଛି ଯେ ଭାରତର ମୋଷ୍ଟ ୱାଣ୍ଟେଡ ଏବଂ ୧୯୯୩ ମୁମ୍ବାଇ ବିସ୍ଫୋରଣର ମାଷ୍ଟରମାଇଣ୍ଡ ଦାଉଦ ଇବ୍ରାହିମ୍ ପାକିସ୍ତାନ କରାଚୀରେ ଅଛି | CNN-News18 ସହିତ କଥାବାର୍ତ୍ତାରେ ଶକିଲ କହିଛି ଯେ ଭାରତୀୟ ଗଣମାଧ୍ୟମ କହୁଛି ଯେ ଦାଉଦ ଇବ୍ରାହିମ୍ କରାଚୀରେ ଅଛି | ଏଥିସହ ସେ କହିଛି ଯେ ପାକିସ୍ତାନ ସମେତ କୌଣସି ସରକାରଙ୍କ ନିକଟରେ ସେ ଉତ୍ତରଦାୟୀ ନୁହେଁ | ମାଫିଆ ଡନ ଛୋଟା ଶକିଲ ମଧ୍ୟ ଦାଉଦ ଇବ୍ରାହିମ୍ ସହ ୧୯୯୩ ମୁମ୍ବାଇ ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ | ତାକୁ ଅଣ୍ଡରୱାଲର୍ଡ ଡନ ଦାଉଦ ଇବ୍ରାହିମର ସବୁଠାରୁ ଖାସ ଲୋକ ବୋଲି କୁହାଯାଏ | ଦାଉଦ ସହ ସେ ମଧ୍ୟ କରାଚୀରେ ଅଛି ବୋଲି ଦାବି କରାଯାଇଛି |

ଫୋନରେ କଥାବାର୍ତ୍ତାରେ ଛୋଟା ଶକିଲ କହିଛି ଯେ, 'ଆମେ କରାଚୀରେ ନାହୁଁ | ତାହେଲେ ଆମକୁ କିଏ କିଭଳି କରାଚୀର ବୋଲି କହିପାରିବ | ସୋସିଆଲ ମିଡ଼ିଆର ଏହି ଯୁଗରେ ଲୋକେ କିଛି ବି ଅନୁମାନ କରୁଛନ୍ତି | ଆପଣ ଲୋକଙ୍କ ସାମ୍ନାରେ କିଛି ବି ଦେଖାଇବା ପାଇଁ ସ୍ୱାଧୀନ |'

{"id":320278,"width":571,"height":428,"sizeSlug":"large"}

ଗତ ସପ୍ତାହରେ ପାକିସ୍ତାନ ସରକାର ଆତଙ୍କବାଦୀ ସଂଗଠନ ଓ ସଂଗଠନ ଚଲାଉଥିବା ଲୋକଙ୍କ ସମ୍ପତ୍ତି ଜବତ କରିବା ଏବଂ ବ୍ୟାଙ୍କ ଖାତା ସିଲ କରିବାକୁ ଆଦେଶ ଦେଇଥିଲେ | ପାକିସ୍ତାନ ସରକାର ତରଫରୁ ଜାରି ତାଲିକାରେ ଦାଉଦ ଇବ୍ରାହିମ୍ ନାଁ ସହ ଦସ୍ତାବିଜରେ ତାର ଠିକଣା ହ୍ୱାଇଟ ହାଉସ, କରାଚୀ ଲେଖାଯାଇଛି | ଏହା ପୂର୍ବରୁ ପାକିସ୍ତାନ ସେଠାରେ ଦାଉଦ ଇବ୍ରାହିମର ଉପସ୍ଥିତିକୁ ନେଇ ସବୁବେଳେ ଅସ୍ବୀକାର କରିଛି |

ଗତ ସପ୍ତାହରେ ପାକିସ୍ତାନ ପ୍ରଥମଥର ପାଇଁ ସ୍ୱୀକାର କରିଥିଲା ଯେ ଦାଉଦ ଇବ୍ରାହିମ୍ କରାଚୀରେ ଅଛି | କିନ୍ତୁ ଦିନେ ପରେ ପାକିସ୍ତାନ ନିଜ ବୟାନ ବଦଳାଇ ଦେଇଥିଲା | ପାକିସ୍ତାନ ଏହିସବୁ ଖେଳ ଅନ୍ତର୍ଜାତୀୟ ଆତଙ୍କବାଦ ଫଣ୍ଡିଙ୍ଗ ଉପରେ ନଜର ରଖିଥିବା ସଂସ୍ଥା FATF ର ଗ୍ରେ ଲିଷ୍ଟରୁ ବାହାରିବା ପାଇଁ କରୁଛି | ଋଣରେ ବୁଡି ରହିଥିବା ପାକିସ୍ତାନ ଏଇଥିପାଇଁ ଭୟଭୀତ ଯେ ସମ୍ଭବତଃ ତାଙ୍କୁ ବ୍ଲାକ ଲିଷ୍ଟରେ ପକାଇ ଦିଆଯିବ | ଗତ ସପ୍ତାହରେ ପାକିସ୍ତାନର ମିଛ ମଧ୍ୟ ଧରା ପଡିଥିଲା | ପାକିସ୍ତାନ FATF କୁ ଦାଉଦ ସହ ଜଡିତ ଦସ୍ତାବିଜ ଦେଖାଇଛି ସେସବୁ ବ୍ୟାକ ଡେଟର | ଅର୍ଥାତ ପୁରୁଣା ଦସ୍ତାବିଜକୁ ଏବେ ୱେବସାଇଟରେ ଚଳିତ ମାସରେ ଅପଲୋଡ଼ କରିଥିଲା | 

ଛୋଟା ଶକିଲ ୬୦ ଦଶକର ମଧ୍ୟ ଭାଗରେ ଦକ୍ଷିଣ ମୁମ୍ବାଇର ନାଗପାଡାରେ ଜଣେ ସନ୍ଦିଗ୍ଧ ଟ୍ରାଭେଲ ଏଜେନ୍ସି ଚଳାଉଥିଲା | ୧୯୮୦ ଦଶକରେ ସେ ଦାଉଦ ସହ ମିଶି ମାଫିଆ ଭଳି ସାମ୍ନାକୁ ଆସିଥିଲା | ସେ ଦାଉଦର ସବୁଠାରୁ ବିଶ୍ଵସ୍ଥ ପାତ୍ର | ଅନେକ ଯାଞ୍ଚ ଏଜେନ୍ସି ଏହା ମଧ୍ୟ କହିଛି ଯେ ଦାଉଦର ଡି-କମ୍ପାନୀରେ ଅଘୋଷିତ ସିଇଓ ଭାବେ ରହିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.