Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

କରୋନାରେ ଅଣ୍ଡରଓ୍ବାର୍ଲ୍ଡ ଡନ୍‌ ଛୋଟା ରାଜନ୍‌ର ମୃତ୍ୟୁ ଖବର ଗୁଜବ-ଏମ୍ସ

7/05/2021 at 4:06 PM

ନୂଆଦିଲ୍ଲୀ ୭/୫: କରୋନାରେ ପ୍ରାଣ ହରାଇଲା ଅଣ୍ଡରଓ୍ବାର୍ଲଡ୍‌ ଡନ୍‌ ଛୋଟା ରାଜନ୍‌। କରୋନାରେ ସଂକ୍ରମିତ ଥିବା ଛୋଟା ରାଜନ୍‌କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ରାଜନ୍‌ର ମୃତ୍ୟୁ ହୋଇଛି। ଏନେଇ ଖବର ପ୍ରସାରିତ ହେବା ପରେ ଏମ୍ସ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି। ଛୋଟା ରାଜନ୍‌ ବଞ୍ଚିଛି ଏବଂ ତାର ଚିକିତ୍ସା ହେଉଛି ବୋଲି ଏମ୍ସ ପକ୍ଷରୁ କୁହାଯାଇଛି। ତିହାର ଜେଲ୍‌​‌ରେ ଥିବା ବେଳେ ସେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲା। ଏପ୍ରିଲ ଶେଷ ସପ୍ତାହରେ ତାର କରୋନା ରିପୋର୍ଟ ପଜିଟିଭ୍‌ ଆସିଥିଲା। ତାପରେ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଦୀର୍ଘଦିନ ହେଲା ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ବେଳେ ଶୁକ୍ରବାର ତାର ମୃତ୍ୟୁ ନେଇ ଖବର ଆସିଥିଲା । କିନ୍ତୁ ଏହାକୁ ଏମ୍ସ ପଖରୁ ଖଣ୍ଡନ କରାଯାଇଛି।

ଛୋଟା ରାଜନ୍‌ ଅଣ୍ଡରଓ୍ବାର୍ଲଡ୍‌ ଡନ୍‌ ଭାବେ ପରିଚିତ। ତା ଉପରେ ଅପହରଣ, ହତ୍ୟା ଭଳି ୭୦ରୁ ଅଧିକ ମାମଲା ଥିଲା। ମୁମ୍ବାଇର ବରିଷ୍ଠ ସାମ୍ବାଦିକ ଜ୍ୟୋତିର୍ମୟ ଦେଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହେବା ସହ ତାକୁ ଆଜୀବନ କାରାଦଣ୍ଡଦେଶ ଶୁଣାଇଥିଲେ କୋର୍ଟ। କିଛି ଦିନ ତଳେ ହନିଫ କାଡାଓ୍ବାଳାଙ୍କ ହତ୍ୟା ମାମଲାରେ ସ୍ବତନ୍ତ୍ର ସିବିଆଇ କୋର୍ଟ ତାକୁ ନିର୍ଦୋଷରେ ଖଲାସ କରିଥିଲେ।

ମୁମ୍ବାଇରେ ୧୯୯୩ରେ ହୋଇଥିବା ସିରିୟଲ ବମ୍‌ ବ୍ଲାଷ୍ଟରେ ଛୋଟା ରାଜନ୍‌ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଥିଲା । ଛୋଟା ରାଜନ୍‌ର ପ୍ରକୃତ ନାଁ ରାଜେନ୍ଦ୍ର ନିକାଲଜେ ଥିଲା। ୨୦୧୫ରେ ଇଣ୍ଡୋନେସିଆ ଛୋଟା ରାଜନ୍‌କୁ ଭାରତକୁ ପ୍ରତ୍ୟର୍ପଣ କରିଥିଲା। ୨୬ ଏପ୍ରିଲରେ କରୋନା ସଂକ୍ରମିତ ହେବା ପରେ ତାକୁ ଏମ୍ସରେ ଭର୍ତ୍ତି କରାଯାଇଥିଲା।

   Related Posts