Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟ୍ରକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୨ ମୃତ ଓ ୫ ଆହତ
  • ||
  • ବାଇକକୁ ଧକ୍କା ଦେଲା ଟ୍ରକ୍, ଜଣେ ମୃତ : କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ
  • ||
  • ଶିଶୁଙ୍କୁ ଟିକା ପାଇଁ ପ୍ରସ୍ତୁତି ଆରମ୍ଭ, ଶୁକ୍ରବାର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବ କେନ୍ଦ୍ର
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ, ବିଏସକେଓ୍ୱାଇ ସ୍ମାର୍ଟ କାର୍ଡ ବଣ୍ଟନର କରିବେ ଶୁଭାରମ୍ଭ
  • ||
  • ୨୬ ଯାଏଁ ଶୁଖିଲା ପାଗ : ଧିରେଧିରେ କମିବ ରାତି ତାପମାତ୍ରା, ସକାଳେ କୁହୁଡି
  • ||
  • ମମିତା ମେହେର ହତ୍ୟା ଘଟଣା : ଭୋର୍‌ରେ ଡେମୋ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ ସାହୁ
  • ||

ସେଟ୍ଟୀଙ୍କୁ ଗୁଳି ମାରିବା ମାମଲାରେ ଫସିଲେ ଅଣ୍ଡରୱାର୍ଲ୍ଡ ଡନ୍‌ ଛୋଟା ରାଜନ, ହତ୍ୟା ଉଦ୍ୟମ ମାମଲାରେ ଦୋଷୀ ସାବ୍ୟସ୍ତ

20/08/2019 at 3:05 PM

ମୁମ୍ବଇ- ମୁମ୍ବଇର ଏକ ଅଦାଲତ ଜଣେ ହୋଟେଲମାଲିକଙ୍କୁ ହତ୍ୟା ଉଦ୍ୟମ ମାମଲାରେ ଅଣ୍ଡରଓ୍ୱାର୍ଲ୍ଡ ଡନ୍‌ ଛୋଟା ରାଜନଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ମଙ୍ଗଳବାର ସନ୍ଧ୍ୟା ସମୟରେ ଏହି ମାମଲାରେ ସଜ୍ଜା ବିଷୟରେ ଘୋଷଣା କରାଯିବ ।

ଛୋଟା ରାଜନଙ୍କୁ ହତ୍ୟା ଷଡଯନ୍ତ୍ର , ହତ୍ୟା ଓ ଅପରାଧ ସଙ୍ଗଠିତ କରିବା ଅଭିଯୋଗରେ ଦୋଷୀ ସାବସ୍ତ୍ୟ କରାଯାଇଛି।  ୨୦୧୨ ମସିହାରେ ହୋଟେଲ ବ୍ୟବସାୟୀ ବିଏର୍ ସେଟ୍ଟୀଙ୍କୁ ଗୁଳିମାରି  ହତ୍ୟା ଉଦ୍ୟମ କରାଯାଇଥିଲା । ମୁମ୍ବଇ ଅପରାଧ ଶାଖା ଏହାର ତଦନ୍ତ କରିବା ସହ ଅଭିଯୋଗ ଫର୍ଦ୍ଦ ତିଆରି କରିଥିଲା ।

କେମିତି ହୋଇଥିଲା ବିଆର୍‌ ସେଟ୍ଟୀଙ୍କର ହତ୍ୟା ଉଦ୍ୟମ –

୨୦୧୨  ମସିହାରେ ହୋଟେଲ୍‌ ବ୍ୟବସାୟୀ ବିଏର ସେଟ୍ଟୀଙ୍କୁ ମୁମ୍ବଇର ଅନ୍ଧେରୀରେ ଗୁଳି ମରାଯାଇଥିଲା । ବାଇକ ସବାର ଦୁଇଜଣ ଦୁର୍ବୃତ୍ତ ତାଙ୍କୁ ଚାରୋଟି ଗୁଳି ମାରିବା ପରେ  ଫେରାର ହୋଇଯାଇଥିଲେ ।

ସେଟ୍ଟୀଙ୍କ କାନ୍ଧରେ ଗୁଳି ବାଜିଥିଲା ।ଏହି ଗୁଳି ବାଜିବା ଅବସ୍ଥାରେ ସେ ଥାନାରେ ପହଞ୍ଚିଥିଲେ । ସେଠାରୁ ତାଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ୨୦୧୩ ମସିହାରେ ମୁମ୍ବଇ ପୁଲିସ ୧୩୩୨ ଫର୍ଦ୍ଦର ଯାଞ୍ଚ ରିପୋର୍ଟ ପ୍ରସ୍ତୁତ କରିଥିଲା । ଏଥିରେ ଛୋଟା ରାଜନର ନିର୍ଦେଶରେ ସେଟ୍ଟୀଙ୍କୁ  ଗୁଳି ମରାଯାଇଥିବା ଦର୍ଶାଯାଇଥିଲା । ବିଏର ସେଟ୍ଟୀ ଛୋଟା ରାଜନର ଲୋକଙ୍କୁ ବିରୋଧ କରୁଥିଲେ । ଛୋଟା ରାଜନର ଲୋକ ବିଏର୍‌ ସେଟ୍ଟୀର ବ୍ୟବସାୟୀକ ପ୍ରତିଦ୍ୱନ୍ଦୀ ଥିଲେ , ଏହାପରେ ଛୋଟା ରାଜନର ନିର୍ଦେଶରେ ଗୁଳି ମାରିଥିବା ଅପରାଧିମାନଙ୍କୁ ପୁଲିସ ଗିରଫ କରିଥିଲା । ତଦନ୍ତ କରିବା ସମୟରେ ଛୋଟ ରାଜନ୍‌ ଲିଙ୍କ୍‌ ବିଷୟରେ ପର୍ଦ୍ଦାଫାସ ହୋଇଥିଲା ।

   Related Posts