ସୋସିଆଲ୍ ମିଡିଆ ସୁପରଷ୍ଟାର ‘ସୌରଭ’ : ଛୋଟେ ରଫି ନାଁରେ ହେଉଛନ୍ତି ଲୋକପ୍ରିୟ

Published By : Prameya-News7 Bureau | September 12, 2020 IST

ନୂଆଦିଲ୍ଲୀ ୧୨/୯: ସୌରଭ କିଶନ ଓରଫ ଛୋଟେ ମହମ୍ମଦ ରଫିଙ୍କ ଭିଡିଓ ଏବେ ଇଣ୍ଟରନେଟରେ ଧମାଲ ମଚାଇଛି। ସୌରଭଙ୍କୁ ଛୋଟେ ମହମ୍ମଦ ରଫି କୁହାଯିବା ପଛରେ କାରଣ ହେଉଛି ତାଙ୍କ କଣ୍ଠ ପୂରା ମହମ୍ମଦ ରଫିଙ୍କ ସହ ମେଳ ଖାଉଛି। ଏହି କାରଣ ଯୋଗୁଁ ତାଙ୍କ ପ୍ରଶଂସକ ତାଙ୍କୁ ଛୋଟେ ମହମ୍ମଦ ରଫି କହି ଡାକୁଛନ୍ତି। ରଫିଙ୍କ ଭିଡିଓ ସୋସିଆଲ ମିଡିଆରେ ଜୋରସୋରରେ ଭାଇରାଲ୍ ହେଉଛି।

wp:core-embed/twitter {"url":"https://twitter.com/JudishRaj/status/1304423694492528645","type":"rich","providerNameSlug":"twitter","className":""}
https://twitter.com/JudishRaj/status/1304423694492528645
/wp:core-embed/twitter

କେରଳର କୋଝିକୋଡ଼ରେ ରହୁଥିବା କିଶନ ୨୦୧୯ମସିହାରେ ଯେତେବେଳେ ରଫି ନାଇଟରେ ଗୀତ ଗାଇଥିଲେ ସେତେବେଳେ ଅନେକ ଲୋକ ତାଙ୍କ ଭିଡିଓ ରେକର୍ଡ଼ କରିଥିଲେ ଏବଂ ସେୟାର କରିଥିଲେ। କିଶନ୍ ପ୍ରାୟତଃ ମହମ୍ମଦ ରଫିଙ୍କ ଗୀତ ଗାଇଥାନ୍ତି ଏବଂ ତାଙ୍କ କଣ୍ଠ ପୂରା ରଫିଙ୍କ ସହ ମିଶି ଯାଇଥାଏ। ଏହା ଆପଣ ତାଙ୍କ ଭିଡିଓ ଦେଖି ଅନୁମାନ ଲଗାଇ ପାରିବେ।

wp:core-embed/instagram {"url":"https://www.instagram.com/p/Bo4GxsvljJQ/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/Bo4GxsvljJQ/?utm_source=ig_embed
/wp:core-embed/instagram

ନିକଟରେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରୁ ପ୍ରଶଂସକମାନେ ପ୍ରଶଂସା କରିଥିଲେ। ଏପରି ପ୍ରତିଭାକୁ ଆଗକୁ ବଢ଼ାଇବା ପାଇଁ ସବୁ ପ୍ରକାର ସାହାଯ୍ୟ କରିବାକୁ ଅପିଲ୍ କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି ଯେ ତାଙ୍କୁ ଠାକୁର କି କଣ୍ଠ ଦେଇଛନ୍ତି?

wp:core-embed/instagram {"url":"https://www.instagram.com/p/B6c85TYgVGc/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/B6c85TYgVGc/?utm_source=ig_embed
/wp:core-embed/instagram

ଆଉ ଜଣେ ୟୁଜର ଲେଖିଛନ୍ତି ଯେ – ମୁଁ ଏବେ ଏବେ ତାଙ୍କୁ ୟୁଟ୍ୟୁବରେ ସବସ୍କ୍ରାଇବ୍ କରିଛି। ମୁଁ ରଫିଙ୍କର ବହୁତ ବଡ଼ ଫ୍ୟାନ୍‌ ଏବଂ କିଶନ୍ ମୋର ସବୁ ସ୍ମୃତି ତାଜା କରି ଦେଇଛନ୍ତି।

{"id":328751,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.