Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରବିବାର ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୫୩୨ ଜଣ ଡିସଚାର୍ଜ
  • ||
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ସବୁ ଦୋକାନ
  • ||

ମେକଅପ୍ କାରଣରୁ ହସ୍ପିଟାଲରେ ଭର୍ତ୍ତି ହେଲେ ଏହି ଅଭିନେତ୍ରୀ, କହିଲେ-ମୋ ଫୁସଫୁସ ଫୁଲି ଯାଇଥିଲା

9/12/2021 at 8:38 AM

ନୂଆଦିଲ୍ଲୀ ୦୯/୧୨: ଫିଲ୍ମରେ ଆକ୍ଟର୍ସଙ୍କୁ ଚମତ୍କାର ରୂପ ଦେବାରେ ମେକଅପ୍ ର ପ୍ରମୁଖ ଭୂମିକା ରହିଥାଏ। କିନ୍ତୁ ବେଳେବେଳେ ଏହି ମେକଅପ୍ ଶରୀରକୁ ଏତେ ଅସୁସ୍ଥ କରିଦିଏ ଯେ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡେ। ସମ୍ପ୍ରତି ଜଣେ ଅଭିନେତ୍ରୀଙ୍କ ସହ ସମାନ ଘଟଣା ଘଟିଛି। ଫିଲ୍ମରେ ଅଭିନୟ କରିବାକୁ ଅଭିନେତ୍ରୀ ପ୍ରଫେସନାଲ୍ ମେକଅପ୍ ନେଇଥିଲେ, ଯାହା ପରେ ତାଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥିଲା।

ସୂଚନା ଅନୁଯାୟୀ, ଫିଲ୍ମ ‘ଚୋରୀ’ରେ ଅଭିନେତ୍ରୀ ୟାନିଆ ଭରଦ୍ୱାଜ ଛୋଟି ମାଇ ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମରେ ୟାନିଆଙ୍କୁ ଭୂତର ଲୁକ୍ ଦେବା ପାଇଁ ପ୍ରୋଥେଟିକ୍ସ ବ୍ୟବହାର କରାଯାଉଥିଲା ଏବଂ ଏହି କାରଣରୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏତେ ଖରାପ ହୋଇଯାଇଥିଲା ଯେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଲା। ଫିଲ୍ମରେ ତାଙ୍କର ଟ୍ରାନ୍ସଫର୍ମେସନ୍ ଉପରେ ୟାନିଆ କହିଛନ୍ତି, ପ୍ରୋଥେଟିକ୍ସରେ ଅତି କମରେ ତିନିରୁ ଚାରି ଘଣ୍ଟା ସମୟ ଲାଗୁଥିଲା ଏବଂ ଏହାକୁ କାଢିବାରେ ମଧ୍ୟ ଦୁଇ ଘଣ୍ଟା ଲାଗିଯାଉଥିଲା।

ଭୂତ ଲୁକ୍ ପାଇବା ପାଇଁ ୟାନିଆ ବହୁ କଷ୍ଟ କରିଥିଲେ। ୟାନିଆ କହିଛନ୍ତି, ଲୁକ୍ ବହୁତ କଷ୍ଟସାଧ୍ୟ ଥିଲା । ପରଦାରେ ଦେଖାଯିବା ଅପେକ୍ଷା ବହୁ କଷ୍ଟକର। ଏହାକୁ ଶରୀରରେ ନେବା ବହୁତ ସମସ୍ୟା ଥିଲା। ମୋ ପାଇଁ ଏହା ଏକ ୱାକ୍ସିଂ ଏକ୍ସପେରିଏନ୍ସ ପରି ଥିଲା। ପେଟ ଚାରିପାଖରେ ଥିବା ଛୋଟ କେଶଗୁଡ଼ିକ ଏହାକୁ ବାହାର କରିବା ସମୟରେ ବାହାରି ଯାଉଥିଲା। ବେଳେବେଳେ ମୋର କୁଣ୍ଡେଇ ହେବା ସହ ସେଥିରୁ ରକ୍ତ ବାହାରିଯାଉଥିଲା। ମୋର ହାତ ଏବଂ ମୁହଁ ପ୍ରୋଥେଟିକ୍ସରେ କଭର୍ ହେଉଥିଲା। ମୁଁ ଖାଇ ପାରୁନଥିଲି। ମୋତେ ପ୍ରତିଦିନ ପେନକିଲର୍ ଖାଇବାକୁ ପଡୁଥିଲା। ବେଳେବେଳେ ମୁଁ ଜ୍ୱରରେ ବି ଆକ୍ରାନ୍ତ ହେଉଥିଲି।

ୟାନିଆ ଆହୁରି କହିଛନ୍ତି, ମୋର ଫୁସଫୁସ ଫୁଲି ଯାଇଥିଲା, ଯେଉଁଥିପାଇଁ ମୋତେ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଲା। ପ୍ରୋଥେଟିକ୍ସ କରିବାକୁ ବହୁତ କମ୍ ଲୋକ ସୁଯୋଗ ପାଆନ୍ତି ଏବଂ ମୁଁ ସେମାନଙ୍କ ମଧ୍ୟରୁ ଜଣେ। ମୁଁ ନିଜକୁ ଭାଗ୍ୟବାନ ମନେ କରେ। ସିନେମା ଦୁନିଆରେ ପ୍ରୋଥେଟିକ୍ ଅର୍ଥ ଏହା ନୁହେଁ ଯେ ତୁମେ କିପରି ଦେଖାଯିବ, ତୁମେ ଏଥିରେ କିପରି କାର୍ଯ୍ୟ କରିବ ତାହା ଗୁରୁତ୍ୱପୂର୍ଣ୍ଣ। ମୁଁ କେବଳ ଜାଣି ନଥିଲି ଯେ ପ୍ରୋଥେଟିକ୍ ମୋ ଶରୀର ଏବଂ ସ୍ୱାସ୍ଥ୍ୟକୁ ଖରାପ କରିଦେବ। ଶୁଟିଂର ଶେଷ ଦିନରେ ମୁଁ କିଛି ଖାଇ ପାରିଲି ନଥିଲି କି ପିଇ ପାରିଲି ନଥିଲି, କାରଣ ଯାହା ଖାଉଥିଲି-ପିଉଥିଲି, ଶରୀରରୁ ସବୁକିଛି ବାହାରିଯାଉଥିଲା।

   Related Posts