ଭିଜିଲାନ୍ସ ଜାଲରେ ରେଞ୍ଜର : ସରକାରୀ କ୍ବାର୍ଟର୍ସରେ ଛାନ୍‌ଭିନ୍

Published By : Prameya-News7 Bureau | May 27, 2020 IST

ଅନୁଗୋଳ ୨୭।୫: ଭିଜିଲାନ୍ସ ଜାଲରେ ରେଞ୍ଜର । ଛେଣ୍ଡିପଦା ବନାଞ୍ଚଳ କାର୍ଯ୍ୟାଳୟ ପରିସରରେ ଥିବା ରେଞ୍ଜର ମନମୋହନ ସ୍ବାଇଁଙ୍କ ସରକାରୀ କ୍ଵାର୍ଟର୍ସରେ ଛାନଭିନ କରିଛି ଭିଜିଲାନ୍ସ । ମଙ୍ଗଳବାର ଅପରାହ୍ନ ପ୍ରାୟ ୨ଟା ବେଳେ କଟକ ଓ ଅନୁଗୋଳ ଭିଜିଲାନ୍ସ ବିଭାଗର ୭ ଜଣିଆ ଏକ ଟିମ୍ ଛାନଭିନ୍ କରିଥିବା ଜଣାପଡିଛି । ତାଙ୍କ ସରକାରୀ କ୍ଵାର୍ଟର୍ସରୁ ୫୦ ହଜାର ଟଙ୍କା ଜବତ ହୋଇଥିବା ଜଣାପଡିଛି । ପ୍ରାୟ ୪ ଘଣ୍ଟା ଧରି ଛାନଭିନ୍ କରିବା ପରେ ଭିଜିଲାନ୍ସ ଟିମ୍ ଫେରି ଯାଇଥିଲେ।

ମନମୋହନ ସ୍ବାଇଁ ୨୦୧୯ ଅକ୍ଟୋବର ୧୪ ତାରିଖରେ ଅନୁଗୋଳ ବନଖଣ୍ଡର ଛେଣ୍ଡିପଦା ରେଞ୍ଜ ଅଫିସର ଭାବେ ଯୋଗ ଦେଇଥିଲେ ।ଏହା ପୂର୍ବରୁ ସେ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡର ଟିକରପଡା ରେଞ୍ଜ ଅଫିସର ଭାବେ କାର୍ଯ୍ୟ କରିଥିଲେ । ସେଠାରୁ ବଦଳି ପରେ ସେ କାର୍ଯ୍ୟରେ ଯୋଗ ନଦେଇ ଏକ ବର୍ଷରୁ ଅଧିକ ସମୟ ଛୁଟିରେ ଥିଲେ ।

ତେବେ ଛେଣ୍ଡିପଦାରେ ଯୋଗଦେବା ପରେ ତାଙ୍କ ବ୍ୟବହାରରେ ଅଧସ୍ତନ କର୍ମଚାରୀଠାରୁ ଆରମ୍ଭ କରି ହାତୀ ସ୍କ୍ବାର୍ଡ ପର୍ଯ୍ୟନ୍ତ ସମସ୍ତେ ଅତିଷ୍ଠ ହୋଇପଡିଥିବା ବେଳେ ଚାକିରୀ ଭୟରେ କେହି କିନ୍ତୁ ମୁଁହ ଖୋଲୁ ନଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.