ଆଜି ଛତିଶଗଡ଼ ବିଧାନସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ ; ସୁରକ୍ଷା ବ୍ୟବସ୍ଥା କଡାକଡି

Published By : Prameya-News7 Bureau | November 20, 2018 IST

ରାୟପୁର ୨୦|୧୧: କଡ଼ା ସୁରକ୍ଷା ଭିତରେ ଆଜି ଛତିଶଗଡ଼ ବିଧାନସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି। ଛତିଶଗଡ଼ର ୧୯ଟି ଜିଲ୍ଲାର ୭୨ଟି ବିଧାନସଭା ଆସନ ପାଇଁ ଭୋଟ୍  ହେଉଛି। ସକାଳ ୮ଟାରୁ ଭୋଟିଂ ଆରମ୍ଭ ହୋଇଥିବା ବେଳେ ଏହା ଅପରାହ୍ନ ୫ଟା ଯାଏଁ ଚାଲିବ। ଗତ ୧୨ ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ମାଓପ୍ରବଣ ୧୮ଟି ବିଧାନସଭା ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟିଂରେ ପ୍ରାୟ ୭୨ ପ୍ରତିଶତ ଭୋଟିଂ ହୋଇଥିଲା। ତେବେ ଆଜି ଅନୁଷ୍ଠିତ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ୭୨ଟି ବିଧାନସଭା ଆସନ ପାଇଁ ୧ ହଜାର ୭୯ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି।ମୋଟ୍  ୧ କୋଟି ୫୩ ଲକ୍ଷ ୮୫ ହଜାର ୯୮୩ ଜଣ ମତଦାତା ଆଜି ସେମାନଙ୍କ ମତଦାନ ଅଧିକାର ସାବ୍ୟସ୍ତ କରିବେ। ମତଦାନ ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ପ୍ରାୟ ୧ ଲକ୍ଷ ସୁରକ୍ଷା କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।ସେହିପରି ମତଦାନ ପାଇଁ ୧୯ ହଜାର ପୁଲିଂ ବୁଥ କରାଯାଇଥିବା ବେଳେ ହେଲିକପ୍ଟର ଓ ଡ୍ରୋନ୍  ସାହାଯ୍ୟରେ ଏହିସବୁ ପୁଲିଂ ବୁଥ୍ ଉପରେ ନଜର ରଖିବା ପାଇଁ ବ୍ୟବସ୍ଥା ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.