Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ନିଆରା ମାଟି ଦୀପ ତିଆରି କରି ଚର୍ଚ୍ଚାରେ କୁମ୍ଭାର, ଜଳୁଛି ୨୪ ଘଣ୍ଟା, ନେବା ପାଇଁ ଦେଶର ବିଭିନ୍ନ ସ୍ଥାନରୁ ଆସୁଛି ଅର୍ଡର

9/11/2020 at 5:17 PM

ଛତିଶଗଡ ୦୯/୧୧ : ଛତିଶଗଡର ଜଣେ କୁମ୍ଭାର ଅବିସ୍ବଶନୀୟ ମାଟି ଦୀପ ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି । ବସ୍ତର ଜିଲ୍ଲାର କୋଣ୍ଡାଗାଓନ୍ ନାମକ ଏକ ଛୋଟ ଗାଁର ଅଶୋକ ଚକ୍ରଧାରୀ ନାମକ ଜଣେ ଯୁବକ ତିଆରି କରିଥିବା ଏହି ଦୀପ ଅତି କମରେ ୨୪ ଘଣ୍ଟା ଜଳିବ | ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ଭାଇରାଲ ହେବା ଦିନଠାରୁ ତାଙ୍କଠାରୁ ଦୀପ ନେବା ପାଇଁ ଅନେକ ଆଡୁ ଅର୍ଡର ଆସୁଛି ।

ଅଶୋକ କହିଛନ୍ତି ଯେ ମୁଁ ସବୁବେଳେ ନୂଆ ଚିନ୍ତାଧାରା ସହିତ କାମ କରିବାକୁ ପସନ୍ଦ କରେ ଏବଂ ମୋର କୌଶଳ ମାଧ୍ୟମରେ ମାଟି ଦ୍ବାରା ନୂଆ ନୂଆ ଉଦ୍ଭାବନ କରିବାକୁ ଚିନ୍ତା କରେ ।  ସେ କହିଛନ୍ତି ଏଭଳି ଦୀପ ତିଆରି କରିବା ସେତେବେଳେ ତାଙ୍କ ମନକୁ ଆସିଲା ଯେବେ ସେ ଚାଲିକି ଯାଉଥିବା ସମୟରେ ଗୋଟିଏ ଦୀପ ଉପରେ ଝୁଣ୍ଟି ପଡିଥିଲେ ଏବଂ ଝୁଣ୍ଟିବା ପରେ ସେ ଦେଖିଲେ କି ଦୀପଟି ଓଲଟି ପଡିଥିଲେ ମଧ୍ୟ ଜଳୁଛି । ଦୀପ ଉପରେ ଥିବା ତେଲ ସଳିତା ଉପରେ ପଡିଥିଲେ ସୁଦ୍ଧା ସଳିତାଟି ଆପେ ଆପେ ତେଲ ଅବଜର୍ଭ କରୁଛି ।

ଏହାକୁ ଦେଖି ଅଶୋକଙ୍କୁ କିଛି ନୂଆ କରିବା ପାଇଁ ଇଚ୍ଛା ହେଲା ଏବଂ ସେ ଏକ ନିଆରା ଦୀପ ତିଆରି କରି ବନ୍ଧୁ, ପରିଜନଙ୍କୁ ଦେଖାଇବା ଉଦ୍ଦେଶ୍ୟରେ ଫେସବୁକରେ ଅପଲୋଡ କରିଥିଲେ । କିନ୍ତୁ ଅପ୍ରତ୍ୟାଶିତ ଭାବେ ସେହି ଭିଡିଓ ସବୁଆଡେ ଭାଇରାଲ ହୋଇଯାଇଥିଲା । ଅଶୋକଙ୍କର ଏହି ଦୀପକୁ କିଣିବା ପାଇଁ ଦେଶର ଅନେକ ପ୍ରାନ୍ତରୁ ଫୋନ ଆସିଥିଲା କିନ୍ତୁ ଯୋଗା ଯୋଗ ସୁବିଧା ଏବଂ ଦୀପ ଅତି ସୁକ୍ଷ୍ମ ହୋଇଥିବାରୁ ସେ ମନା କରିଦେଉଥିଲେ ।

ଅଶୋକ କହିଛନ୍ତି କେହି କେହି ତାଙ୍କୁ ଏକ ହଜାର, ୨ ହଜାର ଦୀପ ତିଆରି ପାଇଁ ଅର୍ଡର ଦେଉଥିଲେ କିନ୍ତୁ ନେବାଆଣିବା ପାଇଁ ସୁବିଧା ନଥିବାରୁ ସମସ୍ତଙ୍କୁ ମନା କରିଦେଉଥିଲେ ସେ । ଦୀପଗୁଡ଼ିକ ଅତ୍ୟନ୍ତ ସୂକ୍ଷ୍ମ ଏବଂ ଗମନାଗମନ ସମୟରେ ନଷ୍ଟ ହୋଇଯାଇପାରେ | ଯେହେତୁ ମୁଁ ଗ୍ରାହକଙ୍କ ଠାରୁ ଏଭଳି ସକରାତ୍ମକ ପ୍ରତିକ୍ରିୟା ପାଇଛି, ତେଣୁ ମୁଁ ଆଗାମୀ ଏହି ଦୀପଗୁଡ଼ିକୁ ସୁରକ୍ଷିତ ଭାବରେ ସମସ୍ତଙ୍କ ପାଖରେ ପହଞ୍ଚାଇବା ପାଇଁ ବିକଳ୍ପ ବ୍ୟବସ୍ଥା ଖୋଜୁଛି ବୋଲି ଅଶୋକ କହିଛନ୍ତି।

   Related Posts