ବଜ୍ରକାପ୍ତା ଚୋରା ଚାଲାଣ ବେଳେ ଧରିଲା ପୋଲିସ : ଛତିଶଗଡ଼ ଗରିଆବନ୍ଧରୁ ବଜ୍ରକାପ୍ତା ଜବତ, ଜଣେ ଗିରଫ

Published By : Prameya-News7 Bureau | June 28, 2020 IST

ନୂଆପଡା ୨୮।୦୬: ଓଡିଶାରୁ ବଜ୍ରକାପ୍ତା ଚାଲାଣ ରାକେଟର ଆଉ ଏକ ଖିଅ ଖୋଲିଛି । ଛତିଶଗଡ଼ ଗରିଆବନ୍ଧ ଜିଲ୍ଲା ମୈନପୁର ଥାନା ଅଞ୍ଚଳ କୁଲାଡିଘାଟ ଗାଁରୁ ବଜ୍ରକାପ୍ତା ଜବତ ହୋଇଛି ।  ଚୋରାଚାଲାଣ ବେଳେ ମାଡିବସିଲା ଛତିଶଗଡ ପୋଲିସ। ଓଡିଶାର ଜଣେ ବଜ୍ରକାପ୍ତା ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଛତିଶଗଡ ପୋଲିସ। ଗିରଫ ହୋଇ ଥିବା ଯୁବକ ନୂଆପଡା ଜିଲ୍ଲା ସିନାପାଲି ଥାନା ଘୁଚାଗୁଡା ଗାଁର ପିତାମ୍ବର।

{"id":292661,"sizeSlug":"large"}

 ଛତିଶଗଡ଼ ଗରିଆବନ୍ଧ ଜିଲ୍ଲା ମୈନପୁର ଥାନା ଅଞ୍ଚଳ କୁଲାଡିଘାଟ ଗାଁ ପାଖରେ ପିତାମ୍ବର ଏକ ଅଖା ବସ୍ତାରେ କିଛି ଧରି କାହାକୁ ଅପେକ୍ଷା କରିଥିଲେ। ଏନେଇ  ଗରିଆବନ୍ଧ ଏସପି ଙ୍କୁ ସୂଚନା ମିଳିଥିଲା। ସୂଚନା ଆଧାରରେ ମୈନପୁର ପୋଲିସ ଏକ ଦଳ ଗଠନ କରି ସେହି ଅଞ୍ଚଳରେ ଚଢାଉ କରିଥିଲେ । ତଲାସି ବେଳେ ଅଖାରୁ ଏକ ଜୀବନ୍ତ ବଜ୍ରକାପ୍ତା ବାହାରିଥିଲା। ବଜ୍ରକାପ୍ତାକୁ ଜବତ କରି ତାର ସ୍ବାସ୍ଥ୍ୟ ପରୀକ୍ଷା  କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.