ଛତିଶଗଡ ନକ୍ସଲ ଆଟାକ୍: ଯବାନଙ୍କ କରୁଣ କାହାଣୀ ! ଯେଉଁ ସାଙ୍ଗ ନିଜ ଜୀବନକୁ ବାଜି ଲଗାଇ ମୋତେ ବଞ୍ଚାଇଥିଲା, ମୋ ଆଖି ଆଗରେ ସେ ଟଳି ପଡିଲା...

Published By : Prameya-News7 Bureau | April 06, 2021 IST

ବିଜାପୁର ୦୬।୦୪: ଛତିଶଗଡର ବିଜାପୁରରେ ଏପ୍ରିଲ ୩ରେ ହୋଇଥିବା ପୋଲିସ-ନକ୍ସଲ ଗୁଳି ବିନିମୟରେ ୨୨ରୁ ଅଧିକ ଯବାନ ସହିଦ ହୋଇଛନ୍ତି। ସହିଦଙ୍କ ମଧ୍ୟରେ ବାସାଗୁଡାର ସୁଭାଷ ନାୟକ ମଧ୍ୟ ସାମିଲ। ସୁଭାଷଙ୍କ ବଳିଦାନ କେବଳ ତାଙ୍କ ପରିବାରକୁ ମର୍ମାହତ କରିନାହିଁ, ବନ୍ଧୁ ଶଙ୍କର ପୁନେମଙ୍କୁ ମଧ୍ୟ ବ୍ୟଥିତ କରିଛି। ଶଙ୍କର ଡିଆରଜିର ଯବାନ। ଗୁଳି ବିନିମୟ ସମୟରେ ସେ ସୁଭାଷଙ୍କ ସହ ନକ୍ସଲଙ୍କ ବିରୁଦ୍ଧରେ ଲଢୁଥିଲେ।

ଶଙ୍କର କହିଛନ୍ତି ଯେ, ୨୦୧୮ରେ ବାସାଗୁଡା ସାପ୍ତାହିକ ବଜାରରେ ନକ୍ସଲ ତାଙ୍କ ଉପରେ ଆକ୍ରମଣ କରିଥିଲେ। ଏହି ସମୟରେ ସୁଭାଷ ନିଜ ଜୀବନକୁ ବାଜିରେ ଲଗାଇ ମୋ ଜୀବନ ବଞ୍ଚାଇଥିଲେ। ଭିଡ ବଜାରରେ ସୁଭାଷ ବଡ ବାହାଦୂରୀ ସହ ନକ୍ସଲଙ୍କ ସହ  ଲଢିଥିଲେ। ଜଣେ ନକ୍ସଲଙ୍କୁ ମାରିବା ସହ ଅସ୍ତ୍ରଶସ୍ତ୍ର ଛଡାଇ ଆଣିଥିଲେ। କିନ୍ତୁ ବିଡମ୍ବନାର କଥା ବିଜାପୁର ତରେମରେ ନକ୍ସଲ ଆକ୍ରମଣ ସେ ସୁଭାଷଙ୍କୁ ମରୁଥିବା ଦେଖିଥିଲି ବୋଲି କୋହଭରା କଣ୍ଠରେ କହିଛନ୍ତି ଶଙ୍କର।

ଶଙ୍କର କହିଛନ୍ତି, ଏହି ବାହାଦୂରୀ କାର୍ଯ୍ୟ ପରେ ସୁଭାଷଙ୍କୁ ପଦନ୍ନୋତି ମିଳିଥିଲା। ଶଙ୍କରଙ୍କ ଅନୁଯାୟୀ, ବିଜାପୁର ଏନକାଉଣ୍ଟର ସମୟରେ ଯେବେ ନକ୍ସଲ ଗୁଳିବର୍ଷଣ କରୁଥିଲେ, ଆଖପାଖରେ ବୋମା ଫୁଟୁଥିଲା, ସେହି ସମୟରେ ସେ ଏକ ପଥର କଡରେ ପଜିସନ ନେଇ ମୁକାବିଲା କରୁଥିଲେ। ଅନ୍ୟପଟେ ସୁଭାଷ ନକ୍ସଲଙ୍କ ଗୁଳିମାଡର ଜବାବ ଦେଉଥିଲେ। ଲଗାତାର ଗୁଳି ବର୍ଷଣ ଓ ବିସ୍ଫୋରଣ ପରେ ଉଠୁଥିବା ଧୂଆଁ ମଝିରେ ସୁଭାଷଙ୍କ ପ୍ରାଣହାନୀ ଘଟିଥିଲା। ସେ ଏସବୁ ଦେଖି ମଧ୍ୟ ସୁଭାଷଙ୍କୁ ବଞ୍ଚାଇ ପାରିନଥିବାର ଅବଶୋଷ ସବୁ ଦିନ ପାଇଁ ରହିବ ବୋଲି ଶଙ୍କର କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.