Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ଛତିଶଗଡରେ ଉଗ୍ର ରୂପ ନେଉଛି କରୋନା, ୨୮ରୁ ୧୮ ଜିଲ୍ଲାରେ ଲାଗୁ ହେଲା ଲକ୍ ଡାଉନ୍

12/04/2021 at 11:31 AM

ରାୟପୁର ୧୨।୪: ଛତିଶଗଡରେ କୋଭିଡ୍ ୧୯ର ସଂକ୍ରମଣ ମାମଲା ବଢୁଥିବାରୁ ୨୮ ଜିଲ୍ଲାରୁ ୧୮ ଜିଲ୍ଲାରେ ଲକ୍ ଡାଉନ୍ ଲାଗୁ ହୋଇଛି । ରବିବାର ଦିନ ବିଳାସପୁର ରେ ୧୪ ଅପ୍ରେଲରୁ ୨୧ ଅପ୍ରେଲ, ସରଗୁଡାରେ ୧୩ ଅପ୍ରେଲରୁ ୨୩ ଅପ୍ରେଲ, ବଳରାମପୁରରେ ୧୪ ଅପ୍ରେଲ ସନ୍ଧ୍ୟା ୬ଟାରୁ ୨୫ ଅପ୍ରେଲ, ମୁଙ୍ଗେଲୀରେ ୧୪ ଅପ୍ରେଲରୁ ୨୧ ଅପ୍ରେଲ, ଜାଞ୍ଜଗିର-ଚାମ୍ପାରେ ୧୩ ଅପ୍ରେଲ ସନ୍ଧ୍ୟା ୬ଟାରୁ ୨୩ ଅପ୍ରେଲ ପର୍ଯ୍ୟନ୍ତ ଜିଲ୍ଲାରେ ଲକ୍ ଡାଉନ୍ ଘୋଷଣା କରାଯାଇଛି । ଏହି ଅଞ୍ଚଳରେ ଅନେକ ପ୍ରକାରର ଗତିବିଧି ଉପରେ ପ୍ରତିବନ୍ଧକ ବଳବତ୍ତର ରହିବ । ଉଲ୍ଲେଖଯୋଗ୍ୟ ଯେ, ରବିବାର ଦିନ ରାଜ୍ୟରେ ୧୦,୫୨୧ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହହାକୁ ମିଶାଇ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୪,୪୩,୨୯୭କୁ ବୃଦ୍ଧି ପାଇଛି । ୧୨୨ ସଂକ୍ରମିତଙ୍କ ମୃତ୍ୟୁ ପରେ ମୃତକଙ୍କ ସଂଖ୍ୟା ୪,୮୯୯କୁ ବୃଦ୍ଧି ପାଇଛି ।

ଏହାପୂର୍ବରୁ ଭୂପେଶ ଓ୍ବାଘେଲ ସରକାର ରାୟପୁର, ଦୁର୍ଗ, ଧମତରୀ ବାଲୋଦ, କୋରିଆ, ବେମେତରା, ରାଜନାଦଗାଓଁ, ଯଶପୁର, ବଲୌଦାବଜାରରେ ଲକ୍ ଡାଉନ୍ ଘୋଷଣା କରାଯାଇଥିଲା ଯାହା ବଳବତ୍ତର ରହିଛି । ସେପଟେ କୋବରାରେ ଆଜିଠାରୁ ସମ୍ପୂର୍ଣ୍ଣ ଲକ୍ ଡାଉନ୍ ଲଗାଯିବ । ଲକ୍ ଡାଉନ୍ ସମୟରେ ସବୁ ଜିଲ୍ଲାର ସୀମା ସିଲ୍ ରହିବ । 

ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ଏବେ ୯୦,୨୭୭ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି । ସେହିଭଳି ୩,୪୮,୧୨୧ ସଂକ୍ରମିତ ସୁସ୍ଥ ହୋଇସାରିଲେଣି । ଅଧିକ ସଂକ୍ରମିତ ହୋଇଥିବା ରାୟପୁର ଏବଂ ଦୁର୍ଗ ଜିଲ୍ଲାରେ କ୍ରମଶଃ ୨୮୩୩ ଏବଂ ୧୬୫୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

   Related Posts