ରମଣ ସିଂଙ୍କ ଜ୍ୱାଇଁଙ୍କ ବିରୋଧରେ ୫୦ କୋଟି ଟଙ୍କା ଠକେଇ ଅଭିଯୋଗ : ମାମଲା ରୁଜ୍ଜୁ

Published By : Prameya-News7 Bureau | March 16, 2019 IST

ରାୟପୁର ୧୬/୩ : ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂଙ୍କ ଜ୍ୱାଇଁଙ୍କ ଉପରେ ୫୦ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି | ଶୁକରଣର ତାଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଛି | ପୋଲିସ ସୂଚନା ଅନୁଯାୟୀ, ରମଣ ସିଂଙ୍କ ଜ୍ୱାଇଁ ପୁନିତ ଗୁପ୍ତାଙ୍କ ଉପରେ ସରକାରୀ ଡିକେଏମ ହସ୍ପିଟାଲର ଅଧ୍ୟକ୍ଷ ପାଦରେ ଥାଇ ୫୦ କୋଟି ଟଙ୍କାର ଲିଖିତ ଆର୍ଥିକ ଅନିୟମିତତା କରିଥିବା ଅଭିଯୋଗ ହୋଇଛି |


ଅର୍ଥ ଅନିୟମିତତା ମାମଲାରେ ରାୟପୁରର ଅତିରିକ୍ତ ପୋଲିସ ଅଧିକ୍ଷକ ପ୍ରଫୁଲ୍ଲ ଠାକୁର କହିଛନ୍ତି ଯେ, ଗୁପ୍ତାଙ୍କ ବିରୋଧରେ ଠକେଇ ଏବଂ ଅର୍ଥ ଅନିୟମିତତା ମାମଲା ରୁଜ୍ଜୁ ହୋଇଛି | ଗୁପ୍ତା ନିଜ କାର୍ଯ୍ୟକାଳ ସମୟରେ ୫୦ କୋଟି ଟଙ୍କାର ଠକେଇ କରିଛନ୍ତି |

{"id":94134,"width":584,"height":364}


ସୂଚନାଯୋଗ୍ୟ ଯେ, ୨୦୧୭ ମସିହାରେ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀ ମଧ୍ୟ ରମଣ ସିଂଙ୍କ ବିରୋଧରେ ହେଲିକେପ୍ଟର ଦୁର୍ନୀତି ମାମଲାର ଯାଞ୍ଚ କରିବା ପାଇଁ ଦାବି କରିଥିଲେ | ସେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କ ବିରୋଧରେ ଯାଞ୍ଚ ଆରମ୍ଭ କରିବା ଉଚିତ | ଯୋଗୀ ମଧ୍ୟ ପାନାମା ଦସ୍ତାବିଜ ମାମଲାରେ ରମଣ ସିଂଙ୍କ ପୁଅ ଅଭିଷେକ ସିଂଙ୍କ ବିଦେଶୀ ବ୍ୟାଙ୍କ ଆକାଉଣ୍ଟ ସହ ଜଡିତ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.