Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନବରଙ୍ଗପୁର : ଭିଜିଲାନ୍ସ ଜାଲରେ ଜିଆର୍‌ଏସ୍‌, ଘରୁ ଜବତ ହେଲା ନଗଦ ୧୭ଲକ୍ଷରୁ ଅଧିକ ଟଙ୍କା
  • ||
  • ବ୍ରହ୍ମପୁରରେ ନକଲି ଲଙ୍କାଗୁଣ୍ଡ କାରଖାନା ଠାବ, ବିପୁଳ ପରିମାଣର ସାମଗ୍ରୀ ଜବତ
  • ||
  • ମୋହନା : ଅପରେସନ୍ ଗ୍ରୀନ କ୍ଲିନ୍, ପୁଣି ୧୨ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ
  • ||
  • ପୁରୀ : ପ୍ରତିକ୍ଷାର ଅନ୍ତ, ଆଜିଠୁ ବିନା କୋଭିଡ଼ ରିପୋର୍ଟରେ କାଳିଆ ଦର୍ଶନ
  • ||
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||

ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପିଏସ୍ ଗିରଫ

10/01/2020 at 3:02 PM

ରାୟପୁର ୧୦।୧: ଛତିଶଗଡ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ବ୍ୟକ୍ତିଗତ ସଚିବ ଓ.ପି. ଗୁପ୍ତାଙ୍କୁ ଗିରଫ କରିଛି ପୋଲିସ । ଓ.ପି. ଗୁପ୍ତାଙ୍କ ବିରୋଧରେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା । ରାୟପୁର ମହିଳା ଥାନାରେ ଏନେଇ ୧୬ ବର୍ଷର ନାବାଳିକା ଜଣଙ୍କ ଅଭିଯୋଗ କରିଥିଲେ ।

ଅଭିଯୋଗ ଅନୁଯାୟୀ ୨୦୧୫ ମସିହାରେ ପୀଡିତା ନାବାଳିକାଙ୍କ ବାପା ଅଭିଯୁକ୍ତ ବ୍ୟକ୍ତିଗତ ସଚିବଙ୍କୁ ନିକଟକୁ ପଠାଇଥିଲେ । ୨୦୧୬ରେ ନାବାଳିକାଙ୍କ ସହିତ ଦୁର୍ବ୍ୟବହାର ଆରମ୍ଭ ହୋଇଥିଲା । ତାଙ୍କ ସହ ଏଭଳି ଦୁର୍ବ୍ୟବହାର ୨୦୧୯ ପର୍ଯ୍ୟନ୍ତ ହେଉଥିଲା ।

ପୋଲିସର ସୂଚନା ଅନୁସାରେ ଅଭିଯୁକ୍ତ ଜଣଙ୍କ ତାଙ୍କ ଘରେ କେତେଥର ନାବାଳିକାଙ୍କ ସହ ଯୌନ ଶୋଷଣ କରିଥିଲେ । ଏହାର ଅଭିଯୋଗ କାହା ଆଗରେ କଲେ ପରିଣାମ ଭୟଙ୍କର ହେବ ବୋଲି ଧମକ ମଧ୍ୟ ଦେଇଥିଲେ । କେବଳ ଏତିକି ନୁହେଁ ଅଭିଯୁକ୍ତ ଜଣଙ୍କ ପୀଡିତାଙ୍କୁ ଘର କାମ କରାଉଥିଲେ । ତାଙ୍କର ଏବଂ ତାଙ୍କ ସ୍ତ୍ରୀଙ୍କୁ ମାଲିସ କରିବାକୁ ମଧ୍ୟ ବାଧ୍ୟ କରୁଥିଲେ ।

ପିଡୀତା ଜଣଙ୍କ ସରକାରୀ ସ୍କୁଲରେ ଏକାଦଶ ଶ୍ରେଣୀରେ ପଢୁଛନ୍ତି । ନିକଟରେ ଛାତ୍ରୀ ଜଣଙ୍କୁ ହଷ୍ଟେଲକୁ ସ୍ଥାନାନ୍ତର କରାଯାଇଛି । ହଷ୍ଟେଲରେ ଥିବା ସମୟରେ ପୀଡିତା ନାବାଳିକା ଜଣଙ୍କ ଏକ ଏନଜିଓ କର୍ମୀଙ୍କୁ ଭେଟିଥିଲେ । ସେହି ଏନଜିଓ ସହାୟତାରେ ପୀଡିତା ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଅଭିଯୁକ୍ତଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନ ଅନୁଯାୟୀ ଧାରା ୩୭୬ (ଦୁଷ୍କର୍ମ) ଏବଂ ୫୦୬ (ଧମକ ଦେବା) ଏବଂ ପୋସ୍କୋ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରାଯାଇଛି । ଗିରଫ ପରେ ପୋଲିସ ତାଙ୍କୁ ଫାଷ୍ଟଟ୍ରାକ୍ କୋର୍ଟରେ ହାଜର କରିଥିଲା । କୋର୍ଟ ତାଙ୍କୁ ୧୬ ଜାନୁଆରୀ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇଦେଇଛନ୍ତି ।

   Related Posts