ଆଜି ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା

Published By : Prameya-News7 Bureau | December 15, 2018 IST

ରାୟପୁର ୧୫|୧୨:  ରାଜସ୍ଥାନ, ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ପଦ ନେଇ ଅଙ୍କ ଛିଣ୍ଡି ଥିବା ବେଳେ ଛତିଶଗଡ଼ ନେଇଏବେ ବି ସସ୍‌ପେନ୍ସ ଜାରି ରହିଛି । ମୁଖ୍ୟମନ୍ତ୍ରୀ ପଦ ନେଇ ୩ଜଣଙ୍କ ନାଁ ସାମନାକୁ ଆସିଛି । ତେବେ ଏହି ତାଲିକାରେ ଟିଏସ୍ ସିଂହଦେଓ, ତାମ୍ରଧ୍ବଜ ସାହୁ ଏବଂ ଭୁପେଶ ବାଘେଲଙ୍କ ମଧ୍ୟରେ କନଫ୍ୟୁଜ୍ ଅଛି। ଟିଏସ୍  ସିଂହଦେଓଙ୍କ ନାମ ଆଗେ ଆସୁଛି । ସେ ୨୦୧୩ରେ ନିର୍ବାଚନ ହାରିବା ପରେ କଂଗ୍ରେସ ତାଙ୍କୁ ବିଧାୟକ ଦଳର ନେତା ଭାବେ ଦାୟିତ୍ୱ ଦେଇଥିଲା । ଛତିଶଗଡ଼ କଂଗ୍ରେସକୁ ଏକଜୁଟ କରିବାରେ ତାଙ୍କର ଭୂମିକା ମହତ୍ୱପୂର୍ଣ୍ଣ ରହିଛି । ଚଳିତ ନିର୍ବାଚନରେ ସେ ଦଳୀୟ ଇସ୍ତାହାର କମିଟିର ଅଧ୍ୟକ୍ଷ ରହି ସବୁ ବର୍ଗଙ୍କୁ ଛୁଇଁବା ପାଇଁ ପ୍ରୟାସ କରିଛନ୍ତି । ସେହିପରି ଟିଏସ୍ ସିଂହଦେଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ମଧ୍ୟ ଅତିପ୍ରିୟ ବୋଲି ଚର୍ଚ୍ଚା ହୁଏ ।

{"id":63808}

ଅନ୍ୟପକ୍ଷେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଉ ଜଣେ ଦାବିଦାର ହେଉଛନ୍ତି ଭୂପେଶ ବାଘେଲ । ଭୂପେଶ ଛତିଶଗଡ଼ ପ୍ରଦେଶ କଂଗ୍ରେସର ସଭାପତି ଥିଲେ । କୁହାଯାଉଛି ଦଳକୁ ତୃଣମୂଳସ୍ତରରେ ସୁଦୃଢ଼ କରିବାରେ ଭୂପେଶଙ୍କ ମୁଖ୍ୟ ଭୂମିକା ରହିଛି । ସେହିପରି ଅନେକ ଫ୍ୟାକ୍ଟର ମଧ୍ୟ ଭୂପେଶଙ୍କ ସପକ୍ଷରେ ରହିଛି । ତାଙ୍କ ପଛରେ ଦଳୀୟ ସମର୍ଥନ ମଜଭୁତ ରହିଛି ।

ତାଙ୍କ ପରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବିଦାର ଭାବେ ତାମ୍ରଧ୍ୱଜ ସାହୁଙ୍କ ନାମ ଆସୁଛି । ସରଳ ସ୍ୱଭାବର ତାମ୍ରଧ୍ୱଜଙ୍କ ନାମକୁ ନେଇ ମଧ୍ୟ ଦଳୀୟ ନେତୃମଣ୍ଡଳୀରେ ଚର୍ଚ୍ଚା ହେଉଛି । କଂଗ୍ରେସର ଓବିସି ୱିଙ୍ଗର ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିବାରୁ ତାଙ୍କ ପଛରେ ଏକ ବଡ଼ ଜନ ସମର୍ଥନ ରହିଛି । ୨୦୧୪ ଲୋକସଭା ନିର୍ବାଚନରେ ବିଜୟୀ ହୋଇ ସେ ଏବେ ସାଂସଦ ଅଛନ୍ତି । ଦଳରେ ତୃଣମୂଳସ୍ତରରୁ କାମ କରିଥିବା ସେ ଦାବି କରନ୍ତି । ୬୯ ବର୍ଷୀୟ ଏହି ରାଜନେତାଙ୍କ ସାଙ୍ଗଠନିକ ଦକ୍ଷତା ମଧ୍ୟ ମଜଭୁତ ଥିବା କୁହାଯାଉଛି । ଏପରିକି ବିଭିନ୍ନ ନିର୍ବାଚନ ମଣ୍ଡଳୀର ତାମ୍ରଧ୍ୱଜଙ୍କର ଦବଦବା ରହିଛି । ତେବେ ଆଜି ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ହେବ ବୋଲି ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.