ମୁଖ୍ୟମନ୍ତ୍ରୀ ଖାଇଲେ ଚାବୁକ ମାଡ, ଚୁପଚାପ ଗଲେ ସହି

Published By : Prameya-News7 Bureau | November 15, 2020 IST

ରାୟପୁର୧୫/୧୧: ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଜନ କଲ୍ୟାଣ ଉଦ୍ଦେଶ୍ୟରେ ଚାବୁକ ପ୍ରହାର ଖାଇଛନ୍ତି। ମୁଖ୍ୟମନ୍ତ୍ରୀ ଚାବୁକ ମାଡ ଖାଇବା ସମୟରେ ସ୍ଥାନୀୟ ଲୋକେ ସେଠାରେ ରୁଣ୍ଡ ହୋଇଥିଲେ। ଲୋକମାନଙ୍କ ମଙ୍ଗଳ କାମନା କରି ରୀତି-ରିବାଜ ଅନୁସାରେ ଚୁପଚାପ୍ ଚାବୁକ ମାଡ ସହି ଯାଇଥିଲେ।

ସୂଚନା ଥାଉକି ଗୋବର୍ଦ୍ଧନ ପୂଜା ଅବସରରେ ମୁଖ୍ୟମନ୍ତ୍ରୀ ପ୍ରତିବର୍ଷ ଭଳି ଏ  ବର୍ଷ ମଧ୍ୟ ଛତିଶଗଡର ଦୁର୍ଗ ଜିଲ୍ଲାର ଜଂଜଗିରି ଗାଁରେ ପହଞ୍ଚିଥିଲେ। ସେଠାରେ ପହଞ୍ଚିବା ପରେ ଗୋମାତାଙ୍କୁ ପୂଜା  କରିବା ସହ ଖାଇବାକୁ ଦେଇଥିଲେ। ଏଥିସହ ସ୍ଥାନୀୟ ଲୋକଙ୍କ ସମସ୍ୟା କଥା ପଚାରି ବୁଝିଥିଲେ।

 ସମସ୍ତଙ୍କ ମଙ୍ଗଳ କାମନା ପାଇଁ ଚାବୁକ ପ୍ରହାର ଖାଇବାର ପରମ୍ପରା ପାଳନ କରିଥିଲେ। ପରମ୍ପରା ମୁତାବକ ଜଣେ ଯୁବକ ମୁଖ୍ୟମନ୍ତ୍ରୀଙ୍କୁ ଚାବୁକରେ ମାରିଥିଲେ। ପରମ୍ପରା ପାଳନ କରି ସାରିବା ପରେ ଏହା ସମସ୍ତଙ୍କ ମଙ୍ଗଳ ପାଇଁ କରାଯାଏ ବୋଲି ବଘେଲ କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.