Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଛାତ୍ରୀଙ୍କ ପ୍ରେମରେ ଉବୁଟୁବୁ ୨ ଅଧ୍ୟାପକ, ମେସେଜରେ ଲଗାଉଥିଲେ ଭାବ : ଖବର ଏବେ ଦାଣ୍ଡରେ ପଡି ହାଟରେ….

17/04/2021 at 2:59 PM

ପୁରୀ, ୧୭/୦୪: ପ୍ରୋଫାଇଲରେ ଥିବା ଫଟୋ କେତେ ଦିନର ପୂରୁଣା । ଭାରି ସୁନ୍ଦର ହୋଇଛି । ବାସ୍‌ ଏହି ଦୁଇ ପଦ ବାର୍ତ୍ତାଳାପରୁ ଏକତରଫା ପ୍ରେମ ଆରମ୍ଭ । ହେଲେ ଏହି ପ୍ରେମ ୧ ବର୍ଷ ପରେ ଦାଣ୍ଡରେ ପଡି ଘାଟରେ ଗଡୁଛି । ଜଣେ ନୁହନ୍ତି । ସରକାରୀ ମହିଳା ମହାବିଦ୍ୟାଳୟର ୨ ଜଣ ଛାତ୍ରୀଙ୍କୁ ୨ ଜଣ ଅଧ୍ୟାପକଙ୍କ ପ୍ରେମ ଖବର ଏବେ ଭାଇରାଲ୍‌ ହେବାରେ ଲାଗିଛି । ଏପରିକି ଛାତ୍ରୀଙ୍କ ପ୍ରେମରେ ପାଗଳ ହୋଇଯାଇଛନ୍ତି ଅଧ୍ୟାପକ ।

ଛାତ୍ରୀଙ୍କ କହିବା ଅନୁଯାୟୀ, ୧ ବର୍ଷ ତଳେ ଛାତ୍ରୀ +୩ରେ ନାମ ଲେଖାଇଥିଲେ । ପ୍ରଥମ ବର୍ଷରେ ହ୍ୱାଟ୍ସଆପ୍‌ ଗ୍ରୁପ୍‌ରେ ଯୋଡିହେବା ପରେ ଅଧ୍ୟାପକ ତାଙ୍କୁ ମେସେଜ୍‌ କରି ଡିପିରେ ଥିବା ଫଟୋକୁ ପ୍ରଶଂସା କରିଥିଲେ । ଏହାପରେ ପ୍ରେମ ନିବେଦନ କରି ନାକେଦମ୍‌ କରାଇଥିଲେ । ବହୁତ ବୁଝାଇବା ପରେ ବି ବୁଝି ନଥିଲେ । କଲେଜ ଛୁଟି ଥିବାବେଳେ ଏସବୁ ବନ୍ଦ ହୋଇଥିଲା । ଏବେ କଲେଜ୍‌ ଖୋଲିବା ପରେ ଅଧ୍ୟାପକଙ୍କ ଉତ୍ପାତ ଆରମ୍ଭ ହୋଇଛି ।

ସେହିପରି ଛାତ୍ରୀଙ୍କ ଅନ୍ୟ ଜଣେ ସାଙ୍ଗଙ୍କୁ ଅନ୍ୟଜଣେ ଅଧ୍ୟାପକ ପ୍ରେମ ନିବେଦନ କରି ବିଫଳ ହୋଇଥିବା ଅଭିଯୋଗ ହୋଇଛି । ବାରମ୍ବାର ଛାତ୍ରୀ ଦୁହେଁ ବୁଝାଇବା ପରେ ଅଧ୍ୟାପକ ଅବୁଝା ହେବାରୁ ଶେଷରେ ଏଭଳି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିଛି। କଲେଜ କର୍ତ୍ତୃପକ୍ଷଙ୍କ ନିକଟରେ ଏନେଇ ଅଭିଯୋଗ ହୋଇଛି ।

ଘଟଣା ଭାଇରାଲ୍‌ ହେବା ପରେ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଛାତ୍ରୀ କହିଛନ୍ତି । ହେଲେ ଉଭୟ ଛାତ୍ରୀଙ୍କ ପ୍ରତି ବିପଦ ଥିବା ଅଭିଯୋଗ ହୋଇଛି । ଏନେଇ କଲେଜ ଅଧ୍ୟକ୍ଷାଙ୍କ ସହ ଯୋଗାଯୋଗ ସମ୍ଭବ ହୋଇ ପାରି ନାହିଁ ।

   Related Posts