ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ: ପୋଲିସ୍ ନିଜ ଆଡୁ ରୁଜୁ କଲା ମାମଲା
22/12/2020 at 5:02 PM

କରଞ୍ଜିଆ୨୨/୧୨: ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ।ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ତିନିଟିଆ ଅଞ୍ଚଳରେ ଏଭଳି ଲଜ୍ଜାଜନକ ଘଟଣା ଘଟିଛି। ମିଳିଥିବା ସୂଚନା ମୁତାବକ, ଗତକାଲି ଘରେ କେହି ନ ଥିବାର ସୁଯୋଗ ନେଇ ଜଣେ ୨୫ ବର୍ଷୀୟ ଯୁବକ ଛାତ୍ରୀ ଜଣଙ୍କୁ ଦୁଷ୍କର୍ମ କରିଥିଲା।
ଏହି ଘଟଣା ସଂପର୍କରେ ପୀଡିତାଙ୍କ ପରିବାର ଲୋକେ ଜାଣିବା ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ହସ୍ପିଟାଲ ଆଣିଥିଲେ। ତେବେ ଏ ନେଇ ବର୍ତ୍ତମାନ ସୁଦ୍ଧା ପୀଡିତାଙ୍କ ପରିବାର ଲୋକେ ଥାନାରେ କୌଣସି ଅଭିଯୋଗ କରିନାହାନ୍ତି। ଅନ୍ୟପଟେ ପୋଲିସ୍ ନିଜଆଡୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
Related Posts
ଯୁବକଙ୍କ ଉପରେ ମାଡିଗଲା ୧୦ ଚକିଆ ଟ୍ରକ୍, ଘଟଣାସ୍ଥଳରେ ହିଁ ଚାଲିଗଲା ଜୀବନ
16 January 2021