Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା, ବୁଧବାର ମୁଖ୍ଯ ଅଭିଯୁକ୍ତ ବିବନର ହେବ ଟିଆଇ ପରେଡ
  • ||
  • ଭୁବନେଶ୍ବର : ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା, ମୁଖ୍ଯ ଅଭିଯୁକ୍ତ ବିବନକୁ ୨ ଦିନିଆ ରିମାଣ୍ଡରେ ନେବ ସିବିଆଇ
  • ||
  • ଆଠଗଡ : ଟାୟାର ଫାଟି ଓଲଟିଲା ଟ୍ରକ୍, ଡ୍ରାଇଭର ଆହତ
  • ||
  • ବାଲେଶ୍ବର : ସୋସିଆଲ୍ ମିଡିଆରେ ସ୍ତ୍ରୀର ଉଲଗ୍ନ ଫଟୋ : ସ୍ବାମୀକୁ ଗିରଫ କରି ଦଫା ଲଗାଇଛି ପୋଲିସ, ଅଭିଯୁକ୍ତ କହୁଛି- ମୁଁ ଅପଲୋଡ୍ କରିନି
  • ||
  • ନୂଆପଡା : ୫ ଡକାୟତ ଗିରଫ, ଲୁଟ୍ ହୋଇଥିବା ଟଙ୍କା ସହ ଅଳଙ୍କାର ଜବତ
  • ||
  • ଭୁବନେଶ୍ବର : ୧୦ ବରିଷ୍ଠ ଅଧିକାରୀଙ୍କୁ ୧୦ ଜିଲ୍ଲା ଦାୟିତ୍ବ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୧୭ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୪ କୋଭିଡ୍ ପଜିଟିଭ୍, ୩୩୭୩୫୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ଭିସୁଟ୍‌ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ରିପୋର୍ଟ ଥିଲା ଭୁଲ୍, ଆଣ୍ଟିଜେନ୍ କିଟ୍ ଖରାପରୁ ୨୫ଜଣଙ୍କର ରିପୋର୍ଟ ଆସିଥିଲା ପଜିଟିଭ୍
  • ||
  • କୋରାପୁଟ : ଜବତ ହେଲା ୭ କୋଟି ୯୦ ଲକ୍ଷ ଟଙ୍କାର ଜାଲ ନୋଟ୍, ୩ ଅଟକ
  • ||

ପ୍ରେମ ନିବେଦନ କରି ଫେଲ୍‌ ମାରିଲା ଯୁବକ, ରାଗରେ ଛାତ୍ରୀଙ୍କୁ କଲା ଅପହରଣ, ପରେ ଦୁଷ୍କର୍ମ

25/01/2021 at 9:44 PM

ଦାରିଙ୍ଗବାଡ଼ି୨୫/୧: ଛାତ୍ରୀଙ୍କୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ। ଦାରିଙ୍ଗବାଡି ଥାନା ଅଞ୍ଚଳରେ ଏଭଳି ଲଜ୍ଜାଜନକ ଘଟଣା ଘଟିଛି। ଏହି ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଏ ସଂପର୍କରେ ଦାରିଙ୍ଗବାଡି ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଅଭିଯୁକ୍ତ ପାଙ୍ଗାଲି ଗ୍ରାମର ଦିନେଶ ନାୟକ, ତା ବୟସ ୨୪ ବର୍ଷ।

ମିଳିଥିବା ସୂଚନା ମୁତାବକ,  ଦାରିଙ୍ଗବାଡିସ୍ଥିତ ଡାକ୍ତର ବି.ଆର୍‌ ଆମ୍ବେଦକର ଜାତୀୟ ଉଚ୍ଚ ବିଦ୍ୟାଳୟରେ ପୀଡିତା ଯୁକ୍ତ୨ ରେ ଦ୍ବିତୀୟ ବର୍ଷରେ ପାଠ ପଢ଼ନ୍ତି। ଗତ ୧୮ ତାରିଖ ଦିନ କଲେଜ ସାରି ଘରୁ ଫେରିବା ବେଳେ ଛାତ୍ରୀଙ୍କୁ ପ୍ରଥମେ ଅଭିଯୁକ୍ତ ଯୁବକ ପ୍ରେମ ନିବେଦନ କରିଥିଲା। ଅଭିଯୁକ୍ତର କଥାରେ ରାଜି ନହେବାରୁ ତାଙ୍କୁ ଅପହରଣ କରିଥିଲା।

ପ୍ରଥମେ ଭୁବନେଶ୍ୱର ଓ ପରବର୍ତ୍ତୀ ସମୟରେ ରାୟଗଡା ନେଇ ବହୁବାର ଛାତ୍ରୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଅଭିଯୁକ୍ତ ଯୁବକ। ଅପହରଣ ସଂପର୍କରେ ଝିଅର ପରିବାର ଲୋକ ଜାଣିବା ପରେ ଝିଅକୁ ଅନେକ ସ୍ଥାନରେ ଖୋଜାଖୋଜି କରିଥିଲେ ବି କୌଣସି ସନ୍ଧାନ  ପାଇନଥିଲେ। ଶେଷରେ ପରିବାର ଲୋକ ସୋମବାର ଦିନ ବାଧ୍ୟହୋଇ ଦାରିଙ୍ଗବାଡ଼ି ଥାନାର ଆଶ୍ରୟ ନେଇ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଦାରିଙ୍ଗବାଡ଼ି ଥାନା ଅଧିକାରୀ ମାମଲା ନଂ ୧୨/୨୧ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଯୁବକ ମୋବାଇଲ୍ ନମ୍ବର ଟ୍ରାକିଂ କରି ଅଭିଯୁକ୍ତ ଯୁବକକୁ ଗିରଫ କରିଥିଲା।

   Related Posts