Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୬ ହଜାରରୁ ଅଧିକ କରୋନା ପଜିଟିଭ୍, ୭୩୩ ମୃତ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୧୨ କୋଭିଡ୍ ପଜିଟିଭ୍
  • ||
  • କରଞ୍ଜିଆରେ ମାତିଛନ୍ତି ଝାଡଖଣ୍ଡୀ ହାତୀ, ନଷ୍ଟ କରୁଛନ୍ତି ଏକର ଏକର ଫସଲ
  • ||
  • ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ଧକ୍କା ହେଲେ ୮ ଗାଡ଼ି ; ୩ ମୃତ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

ପଥରକୁ ପିଟିଲେ ଶୁଣାଯାଏ ପିତ୍ତଳ ଘଣ୍ଟର ଶବ୍ଦ, ଏହି ଅଲୌକିକ ଛତ୍ରେଶ୍ବର ପୀଠକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବାକୁ ଦାବି

27/09/2021 at 6:20 PM

ନୀଳଗିରି ୨୭।୯: ପାହାଡ ଉପରେ ପଡିଛି ପଥର । ଯେଉଁ ପଥରରେ ପଥର ପିଟିଲେ ଶୁଣାଯାଉଛି ପିତ୍ତଳ ଘଣ୍ଟ ଧ୍ବନୀ । ଆଶ୍ଚର୍ଯ୍ୟ ଓ ଅବିଶ୍ବସନୀୟ ହେଲେ ବି ଏହା ସତ । ଏହା ଅଲୌକିକ । ସେଇଥିପାଇଁ ପାହାଡ ଗୁମ୍ଫାରେ ପୂଜା ପାଉଥିବା ଠାକୁରଙ୍କ ପାଖରେ ଘଣ୍ଟିଟିଏ ନାହିଁ । ବାଲେଶ୍ଵର ଜିଲ୍ଲାର କୁଳଡିହା ଅଭୟାରଣ୍ୟ ଭିତରେ ଥିବା ପାହାଡ ଗୁମ୍ଫାରେ ପୂଜା ପାଉଥିବା ଛତ୍ରେଶ୍ବର ମହାଦେବଙ୍କୁ ନେଇ ଅନେକ ବିଶ୍ବାସ । ପୂଜା ପାଉଥିବା ଛତ୍ରେଶ୍ବରଙ୍କ ପୀଠକୁ ଆସୁଥିବା ଭକ୍ତମାନେ ପଥରରେ ପଥର ବାଡେଇ ଠାକୁରଙ୍କୁ ଡାକନ୍ତି ।  

ପାହାଡର ୫ଶହ ମିଟର ଉଚ୍ଚରେ ରହିଛନ୍ତି ଛତ୍ରେଶ୍ବର ମହାଦେବ। ଏହି ପୀଠକୁ ନେଇ ଅନେକ ବିଶ୍ବାସ, ରହସ୍ୟ ଓ କିମ୍ବନ୍ଦନ୍ତୀ । ବିରାଟକାୟ ହାତୀ ଭଳି ପଥରକୁ ଭଗବାନ ବ୍ରହ୍ମାଙ୍କ ପ୍ରତିରୂପ ବୋଲି ମନେ କରନ୍ତି ଶ୍ରଦ୍ଧାଳୁ । ସେହିଭଳି ସର୍ପଫଣା ଆକୃତିର ଦେଖାଯାଉଥିବା ପଥରକୁ ବାସୁକି ଦର୍ଶାଇ ତାହାକୁ ବିଷ୍ଣୁ ରୂପରେ ପୂଜା କରୁଛନ୍ତି ଲୋକେ । ସେହିଭଳି ବିରାଟକାୟ ପଥର ଗୁମ୍ଫାରେ ପୂଜା ପାଉଛନ୍ତି ଶିବ ଲିଙ୍ଗ। ପଥରଟି ଛତାଭଳି ଥିବାରୁ ଏହାକୁ ଛତ୍ରେଶ୍ବର ମହାଦେବ ବୋଲି କୁହାଯାଏ । ଏଠାରେ ପଥରରେ ତୀର ଓ ପଶାପାଲିର ଚିହ୍ନ ଥିବାରୁ ପଞ୍ଚୁପାଣ୍ଡବ ଏଠାରେ ରହୁଥିବା ବିଶ୍ବାସ ରହିଛି।

ଏହି ପୀଠରେ ଅନୁଷ୍ଠିତ ମକର ମେଳା ବେଶ୍ ପ୍ରସିଦ୍ଧ । ଆଲୌକିକ ଘଟଣା ପାଇଁ ବହୁ ଦୂରଦୂରାନ୍ତରୁ ଭକ୍ତ ଏଠାକୁ ଆସିଥାନ୍ତି । ତେବେ ପ୍ରଚାର ପ୍ରସାର ଅଭାବ ଯୋଗୁଁ ଏହି ପୀଠ ଲୋକ ଲୋଚନକୁ ଆସିପାରିନି । ଏହାକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବାକୁ ଦାବି ହୋଇଛି।

କୁଳଡିହା ଅଭୟାରଣ୍ୟ ଭିତରେ ଏଭଳି ଅଲୌକିକ ଘଟଣା ଓ ପୁରାଣ ବର୍ଣ୍ଣିତ ଅନେକ ରହସ୍ୟ ଲୁଚିରହିଛି । ପୁନଃଉଦ୍ଧାର କରାଗଲେ ଏହା ଏକ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇପାରନ୍ତା ।

   Related Posts