ଗଞ୍ଜାମ ଜିଲ୍ଲାର ୨ଟି ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କଲେ ଛତ୍ରପୁର ବିଧାୟକ

Published By : Prameya-News7 Bureau | January 29, 2021 IST

ଖଲ୍ଲିକୋଟ ୨୯।୧: ଦୁଇଟି ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କଲେ ଛତ୍ରପୁର ବିଧାୟକ । ଗଞ୍ଜାମ ଜିଲ୍ଲା ଛତ୍ରପୁର ନିର୍ବାଚନୀ ମଣ୍ଡଳୀର ଦୁଇଟି ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା । ଛତ୍ରପୁର ବ୍ଲକ ନରେନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟ ଓ ଗଞ୍ଜାମ ବ୍ଲକ୍ ରମ୍ଭା ବାଳିକା ଉଚ୍ଚ ବିଦ୍ୟାଳୟକୁ ବିଧାୟକ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି । ଗଞ୍ଜାମ ଜିଲ୍ଲାର ପ୍ରଥମ ବିଧାୟକ ଭାବେ ସେ ପୋଷ୍ୟ ବିଦ୍ୟାଳୟ ଗ୍ରହଣ କରିଥିବା ଜଣାପଡିଛି ।

‘ମୋ ପୋଷ୍ୟ ସ୍କୁଲ ଅଭିଯାନ’ରେ ସାମିଲ ହୋଇ ଅତିକମରେ ତିନୋଟି ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ ରାଜ୍ୟର ଦୁଇ କେନ୍ଦ୍ରମନ୍ତ୍ରୀ, ସାଂସଦ, ମନ୍ତ୍ରୀ ଓ ବିଧାୟକ ଏବଂ ହାଇକୋର୍ଟ ବିଚାରପତିଙ୍କୁ ଆହ୍ବାନ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.