Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ଛତ୍ରପୁର ସହର ୬ଦିନ ସଟ୍ ଡାଉନ୍ : ଜିଲ୍ଲାପାଳ କହିଲେ ରାସ୍ତାରେ ବୁଲିଲେ ରୁଜୁ ହେବ ମାମଲା

30/06/2020 at 1:35 PM

ଛତ୍ରପୁର ୩୦।୬: ଗଞ୍ଜାମ ଜିଲ୍ଲା ଛତ୍ରପୁର ସହର ଶୂନଶାନ । ରାସ୍ତାରେ ବୁଲିଲେ ମାମଲା ରୁଜୁ ହେବ ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ଛତ୍ରପୁରକୁ ଆଜିଠୁ ୬ ଦିନ ସଟଡାଉନ ଘୋଷଣା କରାଯାଇଛି । ଛତ୍ରପୁର NAC ୧୨ନମ୍ବର ୱାର୍ଡରେ ଜଣେ କରୋନା ପଜିଟିଭି ଚିହ୍ନଟ ପରେ କଳ୍ପାବାସୀ ନଗରକୁ କଣ୍ଟେନମେଣ୍ଟ ଜୋନ ଏବଂ ଏହା ସଂଲଗ୍ନ ଭଣ୍ଡାରିସାହି, ବିନୋଦ ବିହାରୀ ସାହି, ରେଡି ସାହି ଏବଂ କଳ୍ପବାସୀକୁ ସଂଯୋଗ କରୁଥିବା ଅନ୍ୟ ସାହି ଗୁଡିକୁ ବଫର ଜୋନ ଭାବେ ଜିଲ୍ଲାପାଳ ଘୋଷଣା କରିଛନ୍ତି । ଛତ୍ରପୁର ସଂପୂର୍ଣ୍ଣ ସହର ଶୂନଶାନ ଥିବା ଦେଖିବାକୁ ମିଳିଛି। ଆଜିଠୁ ଘରକୁ ଘର ବୁଲି ସ୍ବାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଲୋକମାନଙ୍କୁ ରାସ୍ତାକୁ ବାହାରିବାକୁ ମନା କରାଯାଇଛି। ଯେଉଁମାନେ ଏହାର ଖିଲାପ କରିବେ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯିବ ବୋଲି ଜିଲ୍ଲାପାଳ ଚେତାବନୀ ଦେଇଛନ୍ତି । ସେହିପରି ବ୍ରହ୍ମପୁରରେ ଆଜି ୪ଦିନିଆ ସଟଡାଉନ ଅବଧି ସରୁଛି । ରାଜ୍ୟ  ସରକାରଙ୍କ ନୂଆ ଗାଇଡ ଲାଇନ ଆସିଲେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ପୁଲିସ ପାଟ୍ରୋଲିଂ କଡାକଡି କରାଯିବା ସହ ବିଭିନ୍ନ ପ୍ରବେଶ ପଥରେ ବାରିକେଡ୍ ଲଗାଯାଇଛି ।

   Related Posts