Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ମାନବିକତା ଦେଖାଇଲେ ଛତ୍ରପୁର ଥାନା ଅଧିକାରୀ, ଅସହାୟ ବୃଦ୍ଧାଙ୍କୁ ବଢ଼ାଇଲେ ସହାୟତାର ହାତ

5/11/2021 at 6:58 PM

ଖଲ୍ଲିକୋଟ ,୫/୧୧: ଅସହାୟ ବୃଦ୍ଧାଙ୍କୁ ସହାୟତାର ହାତ ବଢାଇ ପୁଣି ମାନବିକତାର ପରିଚୟ ଦେଇଛନ୍ତି ଛତ୍ରପୁର ଥାନା ଅଧିକାରୀ ସତ୍ୟ ରଞ୍ଜନ ପ୍ରଧାନ । ଛତ୍ରପୁର ବ୍ଲକ ଅନ୍ତର୍ଗତ କଣମଣା ପଂଚାୟତର ଟାକିରିଆ ବ୍ରହ୍ମପୁର ଗ୍ରାମର ଜଣେ ଅସହାୟ ବୃଦ୍ଧା କୌଣସି କାରଣ ନେଇ ଅସୁସ୍ଥ ହୋଇ ରାସ୍ତା ପାଶ୍ୱର୍ରେ ପଡିଥିବା ବେଳେ ତାଙ୍କୁ କିଛି ଲୋକଙ୍କ  ସହାୟତାରେ ଛତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଘଟଣାର ଖବର ପାଇ ଛତ୍ରପୁର ଥାନାଧିକାରୀ ସତ୍ୟ ରଞ୍ଜନ ପ୍ରଧାନ ସଙ୍ଗେ ସଙ୍ଗେ ଛତ୍ରପୁର ମେଡିକାଲରେ ପହଂଚି ତାଙ୍କୁ ସହାୟତାର ହାତ ବଢାଇଛନ୍ତି ।

ବୃଦ୍ଧାଙ୍କ ଖାଇବା ପିଇବା ଠାରୁ ଆରମ୍ଭ କରି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ଉପସ୍ଥିତ ମେଡିକାଲ କର୍ତ୍ତୁପକ୍ଷଙ୍କ ସହ ଆଲୋଚନା କରିଥିଲେ । ତାଙ୍କ ଯତ୍ନ ନେବା ପାଇଁ କେହି ନଥିବାରୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଭ୍ରାଂଶୁ କୁମାର ମହାରଣାଙ୍କ ସହ ଆଲୋଚନା କରି ବୃଦ୍ଧା ଜଣଙ୍କୁ ପୁରୁଷୋତ୍ତମପୁର ନିକଟ ଭୁତସରସିଙ୍ଗ ଠାରେ ଥିବା ଜରାଶ୍ରମକୁ ପଠାଯାଇଛି । ଏହି ସମସ୍ତ କାର୍ଯ୍ୟରେ କଣମଣା ସରପଂଚ ଏସ୍‌. ଚକ୍ରପାଣି ରେଡ୍ଡି, ଛତ୍ରପୁର ରକ୍ତ ଦାତା ସେବକ ସଂଘର ମୁଖ୍ୟ ସଂଯୋଜକ ତଥା ଯୁବ ସମାଜସେବୀ ଏମ୍‌. ମାଧବ, ହସ୍ପିଟାଲ ମ୍ୟାନେଜର ସନ୍ତୋଷ କୁମାର ପଣ୍ଡା,  ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ରାଜେନ୍ଦ୍ର ମଲ୍ଲିକ, ଛତ୍ରପୁର ସାମ୍ବାଦିକ ସଂଘର ସଭାପତି ପ୍ରଶାନ୍ତ କୁମାର ମହାରଣା, ଉପସଭାପତି ଦିଲ୍ଲୀପ କୁମାର ସାମଲଙ୍କ ସମେତ ବହୁ ସାମ୍ବାଦିକ ସହଯୋଗ କରିଥିଲେ । ପୃର୍ବରୁ ମଧ୍ୟ୍ୟ ଏହିପରି ମାନବିକତାର ପରିଚୟ ଦେଇଥିଲେ ଥାନା ଅଧିକାରୀ |

   Related Posts