Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ଚିଠି ଖୋଲିଲା ଗୁମର: ଦଶମ ଶ୍ରେଣୀ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

31/01/2020 at 4:26 PM

ଭଦ୍ରକ୩୧/୧: ୫ ଦିନ ହେଲା ନିଖୋଜ ଥିଲେ ଛାତ୍ର। ଘର ଛାଡ଼ି ଯିବା ପୂର୍ବରୁ ଛାତ୍ର ବିଛଣାରେ ହାତ ଲେଖା ଚିଠି ଛାଡି ଦେଇଯାଇଥିଲେ। ଚିଠିରେ ଲେଖି ଲେଖା ରହିଛି ଯେ ତାଙ୍କୁ ଚାରି ଜଣ ଡାକି ଥିଲେ। ମାରି ଦେବା ପାଇଁ ତାଙ୍କୁ ଧମକ ଦେଇଥିଲେ। ଏବେ ପୁଣି ତାଙ୍କୁ ଫୋନ କରି ଡାକିଲେ । ମୁଁ ତାଙ୍କ ନମ୍ବର ଡ଼ିଲିଟ କରି ଦେଇଛି । ଏବେ ଯାଉଛି । ଏଭଳି କଥା ଚିଠିରେ ଲେଖା ରହିଛି। ଏମିତି ଘଟନା ଘଟିଛି ଭଦ୍ରକ ଜିଲ୍ଲା ଧୂସୁରି ଥାନା ଅଞ୍ଚଳ ରେ ।

ମୃତଦେହ ଉଦ୍ଧାର ହୋଇଥିବା ଶୁଭମ ପ୍ରଧାନ ହେଉଛନ୍ତି ଦଶମ ଶ୍ରେଣୀର ଛାତ୍ର। ଶୁଭମଙ୍କ ନିଜ ଘର ଧାମନଗର ବ୍ଲକର ଝାରଡିଆ ଗାଁରେ। ପରିବାର ଲୋକେ ଗାଁରୁ ଆସି ଗୋବିନ୍ଦପୁର ଗାଁରେ ଘର କରି ରହୁଥିଲେ। ପୁଅ ଶୁଭମ ମାମୁଁ ଘରେ ରହି ପଢୁଥିଲା । ମାମୁ ଘର ହେଉଛି ଧୂସୁରି ଥାନା କାକୁଡି ଗଢିଆ । ପାଞ୍ଚ ଦିନ ପୂର୍ବରୁ ଶୁଭମ କୁଆଡେ ନିଖୋଜ ହୋଇଗଲା ।

ମାମୁ ଓ ଘର ଲୋକେ ଧୂସୁରି ଥାନାରେ ଏତଲା ଦେଲେ । ଏତଲା ସହ ଶୁଭମ ନିଜ ବିଛଣାରେ ଛାଡି ଯାଇଥିବା ହାତଲେଖା ଚିଠି ମଧ୍ୟ ପୋଲିସକୁ ହସ୍ତାନ୍ତର କରାଯାଇଥିଲା। ଏବେ କିନ୍ତୁ ଗାଁ ନିକଟ ଏକ ନଦୀପଠାରେ ଥିବା ଗଛରୁ ଶୁଭମଙ୍କ ହାତ ଲେଖା ଚିଠି ମିଳିଛି । ସେ ଚିଠିରେ ତାଙ୍କୁ ପୂର୍ବରୁ କେତେକ ଲୋକ ଧମକ ଦେଉଥିବା ଲେଖାଯାଇଛି । ଯିବା ପୂର୍ବରୁ ଚିଠି ଲେଖିଥିବା ଅନୁମା କରାଯାଉଛି । ଘର ଲୋକେ ଶୁଭମଙ୍କୁ କେହି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି । ଚିଠିଟି ଶୁଭମର ହାତ ଲେଖା କି ନୁହେଁ ପୋଲିସର ତଦନ୍ତ ପରେ ଜଣା ପଡିବ ।

   Related Posts