ପ୍ରଥମ ଆଦିବାସୀ ମହିଳା ପାଇଲଟ ଅନୁପ୍ରିୟା ଲକ୍ରାଙ୍କୁ ଶୁଭେଚ୍ଛା ଜଣାଇଲେ ଛତିଶଗଡ ରାଜ୍ୟପାଳ ଅନୁସୂୟା ୱିକେ

Published By : Prameya-News7 Bureau | September 12, 2019 IST

ରାୟପୁର: ଛତିଶଗଡ ରାଜ୍ୟପାଳ ଅନୁସୂୟା ୱିକେ ଦେଶର ପ୍ରଥମ ଆଦିବାସୀ ମହିଳା ପାଇଲଟ୍ ଅନୁପ୍ରିୟା ଲାକ୍ରାଙ୍କୁ ବଧେଇ ଜଣାଇଛନ୍ତି। ୱିକେ କହିଛନ୍ତି ପାଇଲଟ ହୋଇ ଅନୁପ୍ରିୟା କେବଳ ଓଡିଶା ନୁହେଁ ସାରା ଦେଶର ଆଦିବାସୀଙ୍କ ସମ୍ମାନ ବଢାଇଛନ୍ତି। ଏଥିଲାଗି ୱିକେ ତାଙ୍କର ଉଜ୍ଜ୍ୱଳ ଓ ସୁଖମୟ ଜୀବନ କାମନା କରିଛନ୍ତି।

{"id":156804}

ଉଲ୍ଲେଖଯୋଗ୍ୟ ଯେ ମାଲକାନଗିରି ଜିଲ୍ଲାର ଅନୁପ୍ରିୟା ନିକଟରେ ପାଇଲଟ ଭାବେ କାର୍ଯ୍ୟରେ ଯୋଗଦେଇଛନ୍ତି। ତାଙ୍କ ପିତା ଓଡିଶା ପୋଲିସରେ ଜଣେ ହାବିଲଦାର । ଦିପ୍ତି କନଭେଣ୍ଟ ସ୍କୁଲରେ ପ୍ରାଥମିକ ଶିକ୍ଷା ସମାପ୍ତ କରିବା ପରେ ଅନୁପ୍ରିୟା ସିମିଳିଗୁଡା ଚାଲିଯାଇଥିଲେ। ସେଠାରେ ସେ ଜୀବନଜ୍ୟୋତି ସ୍କୁଲରୁ ସଫଳତାର ସହ ଯୁକ୍ତ ୨ ଉତୀର୍ଣ୍ଣ ହୋଇ ଉଚ୍ଚ ଶିକ୍ଷା ନିମନ୍ତେ ରାଜଧାନୀ ଭୁବନେଶ୍ୱର ଯାଇଥିଲେ।

{"id":156810}

ସେଠାରେ ଅନୁପ୍ରିୟା ଏକ ଇଞ୍ଜିନିୟରିଂ କଲେଜରେ ଅଧ୍ୟୟନ କରୁଥିବା ବେଳେ ପାଇଲଟ୍ ହେବା ଲାଗି ପଢା  ଅଧାରେ ଛାଡି  ଉଡ୍ଡୟନ ଆକାଡେମୀରେ ଯୋଗଦେଇଥିଲେ। ପାଇଲଟ ଲାଇସେନ୍ସ ପ୍ରାପ୍ତ କରିଥିବା ଅନୁପ୍ରିୟା ନିକଟରେ ଏକ ଘରୋଇ ବିମାନ କମ୍ପାନୀରେ ପାଇଲଟ ଭାବେ ଯୋଗଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.