ଆସନ୍ତାକାଲି ଛତିଶଗଡର ୮ଟି ନକ୍ସଲ ପ୍ରବଣ ଜିଲ୍ଲାରେ ନିର୍ବାଚନ; କମ୍ବିଙ୍ଗ ଅପରେସନ ଜୋରଦାର
11/11/2018 at 3:24 PM

ମାଲକାନଗିରି ୧୧/୧୧ : ଆସନ୍ତାକାଲି ହେବ ଛତିଶଗଡରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଯାହା ଭିତରେ ରହିଛି ୮ଟି ନକ୍ସଲ ପ୍ରବଣ ଜିଲ୍ଲା । ବିଶେଷ କରି ମାଲକାନଗିରି ସୀମାନ୍ତରେ ଥିବା ସୁକୁମା, ଦାନ୍ତେୱାଡା ଓ ବିଜାପୁର ଜିଲ୍ଲାରେ ନିର୍ବାଚନ ଲାଗି କଡା ସୁରକ୍ଷା ବ୍ୟବସ୍ତା ଗ୍ରହଣ କରାଯାଇଛି । ବିଏସଏଫ, ଆଇଟିବିପି ଓ ସିଆରପିଏଫର ଏକ ହଜାର କେନ୍ଦ୍ରୀୟ ସୁରକ୍ଷା ବଳଙ୍କ ସହ ରାଜ୍ୟର ଏସଟି ଏଫ ଓ ଡିଆରଜି ବାହିନୀ ମଧ୍ୟ ସୁରକ୍ଷା ଦାୟିତ୍ଵରେ ରହିଛନ୍ତି । ଏହି ୩ଟି ଜିଲ୍ଲାର ପ୍ରାୟ ସମସ୍ତ ବୁଥରେ ହେଲିକ୍ୟାପଟର ଯୋଗେ ପୁଲିଙ୍ଗ ପାର୍ଟି ପଠା ଯାଇଥିବା ବେଳେ ତଳେ ବାଇକରେ ପେଟ୍ରର୍ଲିଙ୍ଗ କରୁଛନ୍ତି ଯବାନ । ତେବେ ନିର୍ବାଚନର ଦିନକ ପୂର୍ବରୁ ନକ୍ସଲ ମାନେ କାଁକେର ଜିଲ୍ଲାରେ ୬ଟି ସିରିଏଲ ଲ୍ୟାଣ୍ଡ ମାଇନ ବିସ୍ଫୋରଣ କରିଛନ୍ତି । ଯେଉଁଥିରେ ଜଣେ ବିଏସଏଫ ଯବାନ ସହିଦ ହୋଇଛନ୍ତି । ଅନ୍ୟପଟେ ବିଜାପୁର ଜିଲ୍ଲାରେ କିନ୍ତୁ ପୋଲିସକୁ ମିଳିଛି ଏକ ବଡ ସଫଳତା । ଏନକାଉଣ୍ଟରରେ ଜଣେ ମାଓବାଦୀଙ୍କୁ ମାରିବା ସହ ଜଣକୁ ଜୀବନ୍ତ ଅବସ୍ତାରେ ଧରିବାରେ ସଫଳ ହୋଇଛି ପୋଲିସ । ଏହି ସବୁ ଘଟଣାକୁ ଦ୍ରୁଷ୍ଟିରେ ରଖି ମାଲକାନଗିରି ସୀମାନ୍ତ ଅଞ୍ଚଳ ଗୁଡିକରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବା ସହ କୁମବିଙ୍ଗ ଅପରେଶନ ଆରମ୍ଭ କରା ଯାଇଥିବା ମାଲକାନଗିରି ଏସପି କହିଛନ୍ତି ।