'ବଚପନ୍ କା ପ୍ୟାର୍ ମେରା ଭୁଲ୍ ନହିଁ ଜାନା ରେ' ଭାଇରାଲ ବଏ୍ ସହଦେବଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ସେୟାର କଲେ ଭିଡିଓ

Published By : Prameya-News7 Bureau | July 28, 2021 IST

ରାୟପୁର ୨୮/୦୭ : ସ୍କୁଲ ଡ୍ରେସ ପିନ୍ଧି 'ବଚପନ କା ପ୍ୟାର ମେରା ଭୁଲ ନାହିଁ ଜାନା ରେ' ଗୀତ ଗାଇ ପ୍ରସିଦ୍ଧ ହୋଇଥିବା ସହଦେବ କୁମାର ଦିରଦୋଙ୍କୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଭେଟିଛନ୍ତି। ଛତିଶଗଡର ମୁଖ୍ୟମନ୍ତ୍ରୀ ଓ ସହଦେବ କୁମାରଙ୍କ ସାକ୍ଷାତାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏହି ଭିଡିଓରେ ଦେଖାଯାଉଛି ଯେ ସହଦେବ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ ପାଖରେ ଠିଆ ହୋଇଛନ୍ତି ଏବଂ ସେଠାରେ ଅନ୍ୟ କିଛି ଲୋକ ମଧ୍ୟ ଉପସ୍ଥିତ ଅଛନ୍ତି। ଏହା ପରେ ସହଦେବ କୁମାର ପୁଣି ଥରେ 'ବଚପନ କା ପ୍ୟାର ମେରା ଭୁଲ ନାହିଁ ଜାନା ରେ' ଗୀତ ଗାଇ ସମସ୍ତଙ୍କୁ ମନୋରଞ୍ଜନ କରନ୍ତି। ଏହି ସାକ୍ଷାତକାର ପରେ ମୁଖ୍ୟମନ୍ତ୍ରୀ ଏହି ଭିଡିଓ ସେୟାର କରି ଲେଖିଛନ୍ତି 'ବଚପନ କା ପ୍ୟାର …. ୱା!'

{"id":487179,"sizeSlug":"large","linkDestination":"none"}

ସହଦେବ ଦିରଦୋଙ୍କ 'ବଚପନ କା ପ୍ୟାର ମେରା' ଗୀତ ଗାଇବାର ଏହି ଭିଡିଓ କିଛି ଦିନ ପୂର୍ବରୁ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଭିଡିଓ ଦେଖିବା ପରେ ପ୍ରସିଦ୍ଧ ଗାୟକ ବାଦଶାହ ସହଦେବଙ୍କ ସହ ଫୋନରେ କଥା ହୋଇଥିଲେ। ବାଦଶାହ ମଧ୍ୟ କିଛି ସମୟ ପୂର୍ବରୁ ଏହା ଉପରେ ଏକ ଭିଡିଓ ସେୟାର କରିଥିଲେ। ଏହା ପରେ ବାଦଶାହ ନିଜେ ସହଦେବଙ୍କ ସହ ଭିଡିଓ କଲରେ କଥା ହୋଇଥିଲେ ଏବଂ ତାଙ୍କୁ ସାକ୍ଷାତ କରିବାକୁ ଚଣ୍ଡିଗଡ଼କୁ ଡାକିଥିଲେ। ଏହା ପରେ ବାଦଶାହ ସହଦେବଙ୍କ ସହ ଏକ ଗୀତ ଶୁଟିଂ କରିପାରନ୍ତି ବୋଲି କଳ୍ପନାଜଳ୍ପନା ଚାଲିଛି।

ଏହାପୂର୍ବରୁ ଯେତେବେଳେ ସୁକମାର ଏହି ବାଳକ ଏକ ସ୍କୁଲ ୟୁନିଫର୍ମ ପିନ୍ଧି ଗାଇଥିବା ଏହି ଗୀତ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ସେତେବେଳେ ଅନେକ ଲୋକ ଏହି ଭିଡିଓ ସେୟାର କରିଥିଲେ। ଭିଡିଓକୁ ଦେଖିଲେ ଲାଗୁଥିଲା ଯେ ଏହି ଭିଡିଓ ଏକ ବିଦ୍ୟାଳୟରେ କରାଯାଇଛି। ଭିଡିଓରେ କିଛି ଲୋକ ମଧ୍ୟ ନଜର ଆସିଛନ୍ତି। କୁହାଯାଉଥିଲା ଯେ ବିଦ୍ୟାଳୟର ଶିକ୍ଷକଙ୍କ ସାମ୍ନାରେ ଛାତ୍ର ଏହି ଗୀତ ଗାଉଥିଲେ।

wp:html /wp:html

ନିଜ ସ୍କୁଲ ଶିକ୍ଷକଙ୍କ ସାମ୍ନାରେ ଠିଆ ହୋଇ ସେ ଏକ ମଜାଳିଆ ଗୀତ ଗାଇଥିବାର ନଜର ଆସିଥିଲେ। ଏହି ସମୟରେ ସେ ବହୁତ ଗମ୍ଭୀର ଚେହେରା କରିଥିଲେ। ଗୀତ ସରିବା ପରେ ସେଠାରେ ବସିଥିବା କିଛି ଶିକ୍ଷକ ମଧ୍ୟ ପିଲାଙ୍କ ସହିତ ଗୀତ ଗାଇଥିବା ଭିଡିଓରେ ନଜର ଆସିଥିଲା। ପଛରେ ବସିଥିବା ଶିକ୍ଷକମାନେ ମଧ୍ୟ ଏହି ଶିଶୁର ଗୀତ ଶୁଣିବା ପରେ ହସିବା ଆରମ୍ଭ କରନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.