ଆଜି ବସିବ ଛତିଶା ନିଯୋଗ ବୈଠକ, କାର୍ତ୍ତିକ ନୀତି ନିର୍ଘଣ୍ଟ ଉପରେ ହେବ ଆଲୋଚନା

Published By : Prameya-News7 Bureau | October 11, 2021 IST

ପୁରୀ ୧୧।୧୦: ପୁରୀ ବଡଦାଣ୍ତ ସ୍ଥିତ ନୀଳାଦ୍ରି ଭକ୍ତ ନିବାସ ଠାରେ ଆଜି ଅନୁଷ୍ଠିତ ହେବ ଅର୍ଥ ସବକମିଟି, ଛତିଶା ନିଯୋଗ, ନୀତି ସବକମିଟି ବୈଠକ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ। ତେବେ ଛତିଶା ନିଯୋଗ ବୈଠକରେ ଜିଲ୍ଲାପାଳ, ଏସପି, ଛତିଶା ନିଯୋଗର ସେବାୟତ ପ୍ରତିନିଧି ମାନେ ଉପସ୍ଥିତ ରହିବେ।

ଆସନ୍ତା ୧୫ ତାରିଖରେ ଦଶହରା ଅବସରରେ ଶ୍ରୀମନ୍ଦିର ରତ୍ନ ସିଂହାସନରେ ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ ଅନୁଷ୍ଠିତ ହେବ। କୋଭିଡ କଟକଣା ଯୋଗୁଁ ଏହି ଦିନ ସର୍ବସାଧାରଣଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ। ସେହିପରି କାର୍ତ୍ତିକ ମାସ ନୀତି ନିର୍ଘଣ୍ଟ ଉପରେ ମଧ୍ୟ ଆଲୋଚନା ହେବ। ୨୦୨୧-୨୨ ଆର୍ଥିକ ବର୍ଷର ଶ୍ରୀମନ୍ଦିର ସଂଶୋଧିତ ବଜେଟ ପ୍ରସ୍ତାବ ଗୁଡିକୁ ମଧ୍ୟ ଶ୍ରୀମନ୍ଦିର ଫାଇନାନ୍ସ ସବକମିଟିରେ ଆଲୋଚନା ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.