ଘୋଷଯାତ୍ରା ପରେ ଆଜି ପ୍ରଥମ ଛତିଶାନିଯୋଗ ବୈଠକ

Published By : Prameya-News7 Bureau | August 13, 2018 IST

ପୁରୀ ୧୩/୮ : ଆଜି ଅପରାହ୍ନରେ ପୁରୀରେ ବସିବ ଛତିଶାନିଯୋଗ ବୈଠକ | ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକ ପାଇଁ ସମସ୍ତ ନିଯୋଗଙ୍କୁ ନିଜ ପକ୍ଷ ରଖିବା ପାଇଁ ଡକାଯାଇଛି | ରଥଯାତ୍ରା ପରେ ପ୍ରଥମଥର ପାଇଁ ଆଜି ବୈଠକ ବସୁଥିବାରୁ ଅନେକ ଗୁରୁତ୍ୱପୂର୍ଣ ପ୍ରସଙ୍ଗରେ ଆଲୋଚନା ହେବ | ବିଶେଷ କରି ସୁପ୍ରିମକୋର୍ଟରୁ ଶ୍ରୀମନ୍ଦିର ସମ୍ପର୍କରେ କେତେଗୁଡିଏ ନିଷ୍ପତ୍ତି କେତେଗୁଡିଏ କାର୍ଯ୍ୟକାରିତା ଉପରେ ଏହି ବୈଠକରେ ଆଲୋଚନା ହେବ | ସବୁଠାରୁ ଗୁରୁତ୍ୱପୂର୍ଣ ହେଉଛି, ସେବାୟତଙ୍କ ଦାନ ଦକ୍ଷିଣା ଏବଂ ସେବାୟତଙ୍କ ପୁରୁଷାନୁକ୍ରମିକ ସେବା ସମ୍ପର୍କରେ ବୈଠକରେ ଆଲୋଚନା ହେବାର ସମ୍ଭାବନା ରହିଛି | ଗତ ୧୦ ତାରିଖରେ ହୋଇଥିବା ଜନଶୁଣାଣୀ ଉପରେ ସେବାୟତମାନେ ନିଜର ପ୍ରତିକ୍ରିୟା ରଖିବେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.